ଓଡ଼ିଶାରେ ଅରୁଣାଚଳ ପ୍ରଦେଶ ମଦ: କିଣୁଛନ୍ତିି ପଚାଶରେ, ବିକ୍ରି ଦେଢ଼ଶହ

ଅନୁଗୋଳ ଅଫିସ୍‌, ୧୯ା୭: ଅରୁଣାଚଳ ପ୍ରଦେଶରୁ ଚୋରା ମଦ ଆଣି ଅନୁଗୋଳରେ ପସରା ମେଲାଇଛନ୍ତି ମାଫିଆ। ୫୦ ଟଙ୍କାରେ କିଣି ବେପାରୀଙ୍କୁ ସେହି ମଦ ଦେଢଶହରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରି ସେମାନେ ମାଲାମାଲ ହେଉଛନ୍ତି। କରୋନା ପାଇଁ ଲକ୍‌ଡାଉନ କଟକଣା ମାଫିଆଙ୍କୁ ସୁହାଉଥିବାରୁ ବେପାର ବଢୁଛି। ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ ଶନିବାର ତୁରଙ୍ଗ ଦୁର୍ଗାବିହାର ଅଞ୍ଚଳରେ ଚଢ଼ାଉବେଳେ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ ପରେ ଏହି ଘଟଣା ଜଣାପଡିଛି। ଚଢ଼ାଉରେ ଜରାସିଂହା ଗ୍ରାମର ସିତୁ ଓରଫ ଗଜେନ୍ଦ୍ର ସାହୁ(୩୬) ଓ କୁମଣ୍ଡ ଚଣ୍ଡୀବଜାରର ଅଜୟ କୁମାର ବେହେରା(୩୦)ଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ଏକ କାର୍‌ (ନଂ. ଓଡି-୧୯-ଇ-୦୦୫୬), ୭୨୦ ବୋତଲ ମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ଅବକାରୀ ଏସ୍‌ପି କ୍ରିଷ୍ଣା ନାୟକ ସୂଚନା ପ୍ରଦାନ କରିଛନ୍ତି।
ଅନୁଗୋଳ ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଓ ସଦର ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲେ। ପାଖାପାଖି ୧୨୯ ଲିଟର ବିଦେଶୀ ମଦ ଜବତ ହୋଇଥିବା ଅବକାରୀ ମୋବାଇଲ ଟିମ୍‌ ଇନ୍ସପେକ୍ଟର କୃଷ୍ଣ ଶଙ୍କର ତିୱାରୀ ସୂଚନା ଦେଇଛନ୍ତି। ଏହାର ଅନୁମାନିକ ମୂଲ୍ୟ ଓଡ଼ିଶାରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଅନୁଗୋଳ ସହର ସହ ତାଳଚେର, ପରଜଙ୍ଗ, ସମଲ ପ୍ରଭୃତି ଅଞ୍ଚଳରୁ ଚୋରା ମଦ ବ୍ୟବସାୟୀମାନେ ସେମାନଙ୍କ ନିକଟରୁ ମଦ କିଣିଥାନ୍ତି। ତେବେ ଏହି ମଦ ସିଧାସଳଖ ଅରୁଣାଚଳ ପ୍ରଦେଶରୁ ନ ଆଣି ଭୁବନେଶ୍ୱରରୁ ନେଉଥିବା ଅଭିଯୁକ୍ତ ଦ୍ୱୟ ପଚରାଉଚରା ବେଳେ ମାନିଛନ୍ତି। ଟ୍ରାନ୍ସପୋର୍ଟିଂ ଗାଡ଼ିରେ ଭୁବନେଶ୍ୱରର ନିର୍ଦ୍ଦିଷ୍ଟ ସ୍ଥାନରେ ମଦ ଗଚ୍ଛିତ ରଖାଯାଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବିଭାଗକୁ ସୂଚନା ମିଳିଛି। ଅରୁଣାଚଳପ୍ରଦେଶରେ ଅବକାରୀ ନନ୍‌-ଡ଼୍ୟୁଟି ପେଡ୍‌ କମ୍‌ ଥିବାରୁ ସେଠାରେ ମଦ ଦର କମ୍‌ ଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏପ୍ରିଲରୁ ଜୁନ୍‌ ଶେଷ ପର୍ଯ୍ୟନ୍ତ ଏହି ବେପାର ଜୋରଦାର ହୋଇଥିବାବେଳେ ପୁଣି ୧୪ ପେଟି ମଦ ୪ରୁ ୫ ଦିନ ହେବ ଭୁବନେଶ୍ୱରକୁ ଯାଇ ଆଣିଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜବତ ମଦ ଅସଲି କି ବାହାରେ ପ୍ରସ୍ତୁତ କରାଯାଇ ଅରୁଣାଚଳପ୍ରଦେଶ ଷ୍ଟିକର ମରାଯାଇଛି ଏହାର ଯାଞ୍ଚ ପାଇଁ ଭୁବନେଶ୍ୱର କେମିକାଲ ଲାବୋରେଟୋରିକୁ ପଠାଯିବ ବୋଲି ଅବକାରୀ ଅଧିକାରୀ ତିୱାରୀ କହିଛନ୍ତି। ବିଭାଗର ଜାକିର ହୁସେନ୍‌, ସନ୍ତୋଷ ସାହୁ, ସରୋଜ ସାହୁ, ପ୍ରସନ୍ନ ତ୍ରିପାଠୀ, ମମତା ପଲାଇ, କୁନ୍ତଳା ବେହେରା ପ୍ରମୁଖ ଚଢ଼ାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଯୁଦ୍ଧବିରତି ପରେ ଇରାନର ସୁପ୍ରିମ ଲିଡର୍‌ ମୋଜତାବା ଖାମେନେଇଙ୍କ ଭୟଙ୍କର ବୟାନ, ଆମେରିକା-ଇସ୍ରାଏଲ ଶୁଣିଲେ…

ତେହରାନ୍‌,୧୦।୪: ଆମେରିକା ସହିତ ଯୁଦ୍ଧବିରତି ପରେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ତାଙ୍କର ପ୍ରଥମ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା: ମୁଖ୍ୟମନ୍ତ୍ରୀଙ୍କ ସହ ଲିଷ୍ଟରେ ଅଛନ୍ତି…

ଭୁବନେଶ୍ୱର,୧୦।୪: ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା। ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri