ଅରୁଣାଚଳ ଭାରତର: ଆମେରିକା

ଓ୍ବାଶିଂଟନ, ୩।୧୦:ଭାରତ ଉପରେ ଚାଇନାର ଆକ୍ରମଣାତ୍ମକ ମନୋଭାବ ଏବଂ ସୀମାନ୍ତରେ ବିସ୍ତାରବାଦୀ ନୀତିକୁ ନେଇ କ୍ଷୁବ୍ଧ ହୋଇଛି ଆମେରିକା। ଦୀର୍ଘ ୬ ଦଶନ୍ଧି ଧରି ଲଦାଖ, ଅରୁଣାଚଳ ପ୍ରଦେଶ ଉପରେ ଚାଇନା କୁଦୃଷ୍ଟି ପକାଇଥିବାବେଳେ ବେଜିଂକୁ କଡ଼ା ଭାଷାରେ ଅକ୍ଷେପ କରିଛି ଆମେରିକା ଗୃହ ବିଭାଗ। ଏକ ବିବୃତ୍ତିରେ କୁହାଯାଇଛି, ଗତ ୬୦ ବର୍ଷ ଧରି ଅରୁଣାଚଳ ପ୍ରଦେଶ ଭାରତରେ ଅଭିନ୍ନ ଅଙ୍ଗ ହୋଇରହିଛି ଏବଂ ଅନ୍ତର୍ଜାତୀୟ ସୀମା ନିୟମରେ କୌଣସି ପରିବର୍ତ୍ତନ ହେବନାହିଁ।
ଆମେରିକା କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚାଇନାର ଏକତରଫା ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। ସୀମାନ୍ତରେ ଅବାଧ ପ୍ରବେଶ, ସାମରିକ କାର୍ଯ୍ୟାନୁଷ୍ଠାନ, କୌଣସି ଅଞ୍ଚଳକୁ ନିଜର ବୋଲି ଦାବି କରିବାକୁ ଗ୍ରହଣ କରାଯିବନାହିଁ। ଭାରତ ଏବଂ ଚାଇନା ଆପୋସ ଆଲୋଚନା ମାଧ୍ୟମରେ ସୀମାବିବାଦର ସମାଧାନ କରିବା ଆବଶ୍ୟକ।
ସେହିପରି ଚାଇନା ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଜବାଜ ହେଉଛି କଂଗ୍ରେସ। ଚାଇନା ମାନବାଧିକାର କ୍ଷୁଣ୍ଣ କରୁଛି। ବେଜିଂ ସୈନ୍ୟ କ୍ଷମତା ବଢ଼ାଉଥିବାବେଳେ ଏହା ଅନ୍ୟ ଦେଶର ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରିଛି ବୋଲି କଂଗ୍ରେସ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି। ଏଥିରେ ଚାଇନାର ମାନବାଧିକାର ଉଲ୍ଲଂଘନ, କରୋନା ମହାମାରୀ ନିୟନ୍ତ୍ରଣରେ ତ୍ରୁଟି, ଜାତୀୟ ସୁରକ୍ଷା ଭଳି ୪୦୦ରୁ ଊର୍ଦ୍ଧ୍ୱ ଅଭିଯୋଗ କରାଯାଇଛି। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି, ସୀମାନ୍ତରେ ଭାରତର ଭୂଖଣ୍ଡକୁ ଚାଇନା କବ୍‌ଜା କରିବାକୁ ଅପଚେଷ୍ଟା ଚଳାଇଛି। ୫-ଜି ନେଟ୍‌ଓ୍ବାର୍କ ଯୋଗୁ ବିଶ୍ୱ ଶୃଙ୍ଖଳା ପ୍ରଭାବିତ ହେଉଛି। ଏସବୁ ପ୍ରସଙ୍ଗର ସମାଧାନ ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ‘ଡି-୧୦’ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିରେ ଜି-୭ ରାଷ୍ଟ୍ର ସମେତ ଦକ୍ଷିଣକୋରିଆ, ଭାରତ ଏବଂ ଅଷ୍ଟ୍ରେଲିଆକୁ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ର ବିସ୍ତାରବାଦ ନୀତିର ଜବାବ ଦେବାକୁ ଯୋଜନାବଦ୍ଧ କାର୍ଯ୍ୟଶୈଳୀ ଆପଣାଇବ ା ଉପରେ ଆମେରିକା ଓ ବ୍ରିଟେନ ଯୋଜନାବଦ୍ଧ ଭାବେ ବିଚାର କରୁଛନ୍ତି।
ସେହିପରି ରିପୋର୍ଟରେ ଏହା ମଧ୍ୟ ଅଭିଯୋଗ କରାଯାଇଛି, ବର୍ଷକ ମଧ୍ୟରେ ସିପିସି ଅନ୍ତର୍ଜାତୀୟ ସନ୍ଧି ଭଙ୍ଗକରିଛି। ହଂକଂରେ ନାଗରିକଙ୍କୁ ସ୍ବାଧୀନ ଭାବେ ବଞ୍ଚତ୍ବାକୁ ଦେଉନାହିଁ। ଉଇବୁର, ତିବ୍ଦତୀୟଙ୍କ ଭଳି ଅଳ୍ପସଂଖ୍ୟକଙ୍କ ଉପରେ ଦମନନୀତି ଚଳାଇଛି। ପଡ଼ୋଶୀ ରାଷ୍ଟ୍ରକୁ ଯୁଦ୍ଧ ପାଇଁ ଉସୁକାଉଛି। ଦକ୍ଷିଣ ଚାଇନା ସାଗରରେ ହୁକୁମାତି କରିବାକୁ ଅପଚେଷ୍ଟା କରୁଥିବା ଏଥିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri