ଅରୁଣାଚଳ ଭାରତର: ଆମେରିକା

ଓ୍ବାଶିଂଟନ, ୩।୧୦:ଭାରତ ଉପରେ ଚାଇନାର ଆକ୍ରମଣାତ୍ମକ ମନୋଭାବ ଏବଂ ସୀମାନ୍ତରେ ବିସ୍ତାରବାଦୀ ନୀତିକୁ ନେଇ କ୍ଷୁବ୍ଧ ହୋଇଛି ଆମେରିକା। ଦୀର୍ଘ ୬ ଦଶନ୍ଧି ଧରି ଲଦାଖ, ଅରୁଣାଚଳ ପ୍ରଦେଶ ଉପରେ ଚାଇନା କୁଦୃଷ୍ଟି ପକାଇଥିବାବେଳେ ବେଜିଂକୁ କଡ଼ା ଭାଷାରେ ଅକ୍ଷେପ କରିଛି ଆମେରିକା ଗୃହ ବିଭାଗ। ଏକ ବିବୃତ୍ତିରେ କୁହାଯାଇଛି, ଗତ ୬୦ ବର୍ଷ ଧରି ଅରୁଣାଚଳ ପ୍ରଦେଶ ଭାରତରେ ଅଭିନ୍ନ ଅଙ୍ଗ ହୋଇରହିଛି ଏବଂ ଅନ୍ତର୍ଜାତୀୟ ସୀମା ନିୟମରେ କୌଣସି ପରିବର୍ତ୍ତନ ହେବନାହିଁ।
ଆମେରିକା କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚାଇନାର ଏକତରଫା ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। ସୀମାନ୍ତରେ ଅବାଧ ପ୍ରବେଶ, ସାମରିକ କାର୍ଯ୍ୟାନୁଷ୍ଠାନ, କୌଣସି ଅଞ୍ଚଳକୁ ନିଜର ବୋଲି ଦାବି କରିବାକୁ ଗ୍ରହଣ କରାଯିବନାହିଁ। ଭାରତ ଏବଂ ଚାଇନା ଆପୋସ ଆଲୋଚନା ମାଧ୍ୟମରେ ସୀମାବିବାଦର ସମାଧାନ କରିବା ଆବଶ୍ୟକ।
ସେହିପରି ଚାଇନା ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଜବାଜ ହେଉଛି କଂଗ୍ରେସ। ଚାଇନା ମାନବାଧିକାର କ୍ଷୁଣ୍ଣ କରୁଛି। ବେଜିଂ ସୈନ୍ୟ କ୍ଷମତା ବଢ଼ାଉଥିବାବେଳେ ଏହା ଅନ୍ୟ ଦେଶର ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରିଛି ବୋଲି କଂଗ୍ରେସ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି। ଏଥିରେ ଚାଇନାର ମାନବାଧିକାର ଉଲ୍ଲଂଘନ, କରୋନା ମହାମାରୀ ନିୟନ୍ତ୍ରଣରେ ତ୍ରୁଟି, ଜାତୀୟ ସୁରକ୍ଷା ଭଳି ୪୦୦ରୁ ଊର୍ଦ୍ଧ୍ୱ ଅଭିଯୋଗ କରାଯାଇଛି। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି, ସୀମାନ୍ତରେ ଭାରତର ଭୂଖଣ୍ଡକୁ ଚାଇନା କବ୍‌ଜା କରିବାକୁ ଅପଚେଷ୍ଟା ଚଳାଇଛି। ୫-ଜି ନେଟ୍‌ଓ୍ବାର୍କ ଯୋଗୁ ବିଶ୍ୱ ଶୃଙ୍ଖଳା ପ୍ରଭାବିତ ହେଉଛି। ଏସବୁ ପ୍ରସଙ୍ଗର ସମାଧାନ ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ‘ଡି-୧୦’ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିରେ ଜି-୭ ରାଷ୍ଟ୍ର ସମେତ ଦକ୍ଷିଣକୋରିଆ, ଭାରତ ଏବଂ ଅଷ୍ଟ୍ରେଲିଆକୁ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ର ବିସ୍ତାରବାଦ ନୀତିର ଜବାବ ଦେବାକୁ ଯୋଜନାବଦ୍ଧ କାର୍ଯ୍ୟଶୈଳୀ ଆପଣାଇବ ା ଉପରେ ଆମେରିକା ଓ ବ୍ରିଟେନ ଯୋଜନାବଦ୍ଧ ଭାବେ ବିଚାର କରୁଛନ୍ତି।
ସେହିପରି ରିପୋର୍ଟରେ ଏହା ମଧ୍ୟ ଅଭିଯୋଗ କରାଯାଇଛି, ବର୍ଷକ ମଧ୍ୟରେ ସିପିସି ଅନ୍ତର୍ଜାତୀୟ ସନ୍ଧି ଭଙ୍ଗକରିଛି। ହଂକଂରେ ନାଗରିକଙ୍କୁ ସ୍ବାଧୀନ ଭାବେ ବଞ୍ଚତ୍ବାକୁ ଦେଉନାହିଁ। ଉଇବୁର, ତିବ୍ଦତୀୟଙ୍କ ଭଳି ଅଳ୍ପସଂଖ୍ୟକଙ୍କ ଉପରେ ଦମନନୀତି ଚଳାଇଛି। ପଡ଼ୋଶୀ ରାଷ୍ଟ୍ରକୁ ଯୁଦ୍ଧ ପାଇଁ ଉସୁକାଉଛି। ଦକ୍ଷିଣ ଚାଇନା ସାଗରରେ ହୁକୁମାତି କରିବାକୁ ଅପଚେଷ୍ଟା କରୁଥିବା ଏଥିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri