ଲୋକାୟୁକ୍ତରେ ଆରୁହା ପାହାଡ଼ କଳାପଥର ଲୁଟ୍‌ ମାମଲା: ମତାମତ ରଖିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ଯାଜପୁର ଅଫିସ,୪।୩: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌, ଜାଲିଆତି ଅଭିଯୋଗ ମାମଲାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କୁ ମତାମତ ରଖିବାକୁ ଲୋକାୟୁକ୍ତ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୮।୪।୨୦୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ମତାମତ ଦାଖଲ କରିବାକୁ ଲୋକାୟୁକ୍ତ ଗତ ୨୫ତାରିଖରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ମାମଲାରେ ନିଜର ମତାମତ ରଖିବାକୁ ପୂର୍ବରୁ ରାଜସ୍ବ ମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ପତ୍ର ସଂଖ୍ୟା. ୫୯/୧୪।୨।୨୦୨୨ରେ ଲୋକାୟୁକ୍ତଙ୍କୁ ଜଣାଇଥିଲେ। ଉକ୍ତ ପତ୍ରକୁ ଆଧାର କରି ମନ୍ତ୍ରୀଙ୍କୁ ଲୋକାୟୁକ୍ତ ନୋଟିସ୍‌ କରିଛନ୍ତି। ଏହାବାଦ୍‌ ପ୍ରାଥମିକ ତଦନ୍ତରେ ଢେଙ୍କାନାଳ ଭୂବିଜ୍ଞାନ, ଜୋନାଲ ସର୍ଭେ ଯୁଗ୍ମ ନିର୍ଦ୍ଦେଶକ ଅମୀୟ କୁମାର ରାଉତଙ୍କ ନାମ ଭୁଲ ଥିଲା ା ତାଙ୍କ ପ୍ରକୃତ ନାମ ଅନୂପ କୁମାର ରାଉତ ବୋଲି ଶୁଣାଣି ରିପୋର୍ଟରେ ଦର୍ଶାଯାଇଛି। ଇତିମଧ୍ୟରେ ସେ ଅବସର ନେଇସାରିଛନ୍ତି। ତାଙ୍କ ପ୍ରକୃତ ଠିକଣା ଭୁବନେଶ୍ୱର ଦୁର୍ଗାମାଧମ ନଗର, ପ୍ଲଟ ନମ୍ବର ୨୦, ଲେନ୍‌ ନମ୍ବର ୫। ତେଣୁ ତାଙ୍କୁ ମଧ୍ୟ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବାକୁ ତାଙ୍କ ବର୍ତ୍ତମାନ ଠିକଣାରେ ନୋଟିସ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶୁଣାଣିରେ ଆରୁହା ସର୍କଲର ପୂର୍ବତନ ଆର୍‌ଆଇ ବାସୁଦେବ ସାହୁ, ଲିଜ୍‌ଧାରୀ ତ୍ରିନାଥ ଜେନା, ପୂର୍ବତନ ଧର୍ମଶାଳା ତହସିଲଦାର ତଥା ବର୍ତ୍ତମାନର ଗଜପତି ଡେପୁଟି କଲେକ୍ଟର ପ୍ରଭାସ କୁମାର ବେହୁରା ପ୍ରମୁଖ ଉପସ୍ଥିତ ରହି ତାଙ୍କର ଜବାବ ରଖିଥିଲେ। ଲୋକାୟୁକ୍ତରେ ହୋଇଥିବା ଅଭିଯୋଗର ତଦନ୍ତ ରିପୋର୍ଟ ଅନୁସାରେ ଆରୁହା ପାହାଡ଼ରୁ ଲିଜ୍‌ଧାରୀ ଜେନାଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ୩ଏକର ଅଞ୍ଚଳରୁ ପଥର ଉତ୍ତୋଳନ କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ସେ ୬ ଏକର ୮୦ ଡିସିମାଲ ଅଞ୍ଚଳରୁ କଳାପଥର ଉତ୍ତୋଳନ କରି ଚାଲିଥିଲେ। ଏଭଳି ବେଆଇନ ଉତ୍ତୋଳନ ପାଇଁ ଲୋକାୟୁକ୍ତ ଗତ ନଭେମ୍ବର ୨୬ରେ ଯାଜପୁର ଜିଲାପାଳ, ଲିଜ୍‌ଧାରୀ ଜେନାଙ୍କ ସମେତ ଧର୍ମଶାଳାର ୪ ପୂର୍ବତନ ତହସିଲଦାର ଏବଂ ଆରୁହା ସର୍କଲ-୧ ର ପୂର୍ବତନ ୩ ଆର୍‌ଆଇଙ୍କୁ ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟରେ ଆହୁରି ଦର୍ଶାଯାଇଥିଲା, ପୂର୍ବତନ ଆରୁହା ଆରଆଇ ବାସୁଦେବ ସାହୁ ଲିଜ୍‌ ଏରିଆ ୩ ଏକର ପରିବର୍ତ୍ତେ ୬ ଏକର ୮୦ ଡେସିମିଲ ସ୍କେଚ୍‌ ମ୍ୟାପ୍‌ ପ୍ରସ୍ତୁତ କରିଥିଲେ। ଏହାକୁ ଧର୍ମଶାଳାର ତତ୍‌କାଳୀନ ତହସିଲଦାର ପ୍ରଭାସ କୁମାର ବେହୁରା ସତ୍ୟ ପ୍ରମାଣିତ(ସାର୍ଟିଫାଏ) କରିବା ସହ ଭୂତତ୍ତ୍ବବିଦ୍‌ ଗୌତମ ସାହୁ ମାଇନିଂ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ। ଏହି ମାଇନିଂ ପ୍ଲାନ୍‌କୁ ଢେଙ୍କାନାଳସ୍ଥିତ ଜିଓଲୋଜି ଜୋନାଲ ଅଫିସର ତକତ୍ାଳୀନ ଯୁଗ୍ମ ନିର୍ଦ୍ଦେଶକ ଅନୂପ କୁମାର ରାଉତ ଅନୁମୋଦନ କରିଥିଲେ। ଭୁଲ ମାଇନିଂ ପ୍ଲାନ୍‌ ମଞ୍ଜୁରୀ କରିଥିବା ସମ୍ପର୍କରେ ଲୋକାୟୁକ୍ତ ନିର୍ଦ୍ଦେଶକ ରାଉତଙ୍କୁ ଜବାବଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri