ଲୋକାୟୁକ୍ତରେ ଆରୁହା ପାହାଡ଼ କଳାପଥର ଲୁଟ୍‌ ମାମଲା: ମତାମତ ରଖିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ଯାଜପୁର ଅଫିସ,୪।୩: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌, ଜାଲିଆତି ଅଭିଯୋଗ ମାମଲାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କୁ ମତାମତ ରଖିବାକୁ ଲୋକାୟୁକ୍ତ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୮।୪।୨୦୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ମତାମତ ଦାଖଲ କରିବାକୁ ଲୋକାୟୁକ୍ତ ଗତ ୨୫ତାରିଖରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ମାମଲାରେ ନିଜର ମତାମତ ରଖିବାକୁ ପୂର୍ବରୁ ରାଜସ୍ବ ମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ପତ୍ର ସଂଖ୍ୟା. ୫୯/୧୪।୨।୨୦୨୨ରେ ଲୋକାୟୁକ୍ତଙ୍କୁ ଜଣାଇଥିଲେ। ଉକ୍ତ ପତ୍ରକୁ ଆଧାର କରି ମନ୍ତ୍ରୀଙ୍କୁ ଲୋକାୟୁକ୍ତ ନୋଟିସ୍‌ କରିଛନ୍ତି। ଏହାବାଦ୍‌ ପ୍ରାଥମିକ ତଦନ୍ତରେ ଢେଙ୍କାନାଳ ଭୂବିଜ୍ଞାନ, ଜୋନାଲ ସର୍ଭେ ଯୁଗ୍ମ ନିର୍ଦ୍ଦେଶକ ଅମୀୟ କୁମାର ରାଉତଙ୍କ ନାମ ଭୁଲ ଥିଲା ା ତାଙ୍କ ପ୍ରକୃତ ନାମ ଅନୂପ କୁମାର ରାଉତ ବୋଲି ଶୁଣାଣି ରିପୋର୍ଟରେ ଦର୍ଶାଯାଇଛି। ଇତିମଧ୍ୟରେ ସେ ଅବସର ନେଇସାରିଛନ୍ତି। ତାଙ୍କ ପ୍ରକୃତ ଠିକଣା ଭୁବନେଶ୍ୱର ଦୁର୍ଗାମାଧମ ନଗର, ପ୍ଲଟ ନମ୍ବର ୨୦, ଲେନ୍‌ ନମ୍ବର ୫। ତେଣୁ ତାଙ୍କୁ ମଧ୍ୟ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବାକୁ ତାଙ୍କ ବର୍ତ୍ତମାନ ଠିକଣାରେ ନୋଟିସ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶୁଣାଣିରେ ଆରୁହା ସର୍କଲର ପୂର୍ବତନ ଆର୍‌ଆଇ ବାସୁଦେବ ସାହୁ, ଲିଜ୍‌ଧାରୀ ତ୍ରିନାଥ ଜେନା, ପୂର୍ବତନ ଧର୍ମଶାଳା ତହସିଲଦାର ତଥା ବର୍ତ୍ତମାନର ଗଜପତି ଡେପୁଟି କଲେକ୍ଟର ପ୍ରଭାସ କୁମାର ବେହୁରା ପ୍ରମୁଖ ଉପସ୍ଥିତ ରହି ତାଙ୍କର ଜବାବ ରଖିଥିଲେ। ଲୋକାୟୁକ୍ତରେ ହୋଇଥିବା ଅଭିଯୋଗର ତଦନ୍ତ ରିପୋର୍ଟ ଅନୁସାରେ ଆରୁହା ପାହାଡ଼ରୁ ଲିଜ୍‌ଧାରୀ ଜେନାଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ୩ଏକର ଅଞ୍ଚଳରୁ ପଥର ଉତ୍ତୋଳନ କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ସେ ୬ ଏକର ୮୦ ଡିସିମାଲ ଅଞ୍ଚଳରୁ କଳାପଥର ଉତ୍ତୋଳନ କରି ଚାଲିଥିଲେ। ଏଭଳି ବେଆଇନ ଉତ୍ତୋଳନ ପାଇଁ ଲୋକାୟୁକ୍ତ ଗତ ନଭେମ୍ବର ୨୬ରେ ଯାଜପୁର ଜିଲାପାଳ, ଲିଜ୍‌ଧାରୀ ଜେନାଙ୍କ ସମେତ ଧର୍ମଶାଳାର ୪ ପୂର୍ବତନ ତହସିଲଦାର ଏବଂ ଆରୁହା ସର୍କଲ-୧ ର ପୂର୍ବତନ ୩ ଆର୍‌ଆଇଙ୍କୁ ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟରେ ଆହୁରି ଦର୍ଶାଯାଇଥିଲା, ପୂର୍ବତନ ଆରୁହା ଆରଆଇ ବାସୁଦେବ ସାହୁ ଲିଜ୍‌ ଏରିଆ ୩ ଏକର ପରିବର୍ତ୍ତେ ୬ ଏକର ୮୦ ଡେସିମିଲ ସ୍କେଚ୍‌ ମ୍ୟାପ୍‌ ପ୍ରସ୍ତୁତ କରିଥିଲେ। ଏହାକୁ ଧର୍ମଶାଳାର ତତ୍‌କାଳୀନ ତହସିଲଦାର ପ୍ରଭାସ କୁମାର ବେହୁରା ସତ୍ୟ ପ୍ରମାଣିତ(ସାର୍ଟିଫାଏ) କରିବା ସହ ଭୂତତ୍ତ୍ବବିଦ୍‌ ଗୌତମ ସାହୁ ମାଇନିଂ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ। ଏହି ମାଇନିଂ ପ୍ଲାନ୍‌କୁ ଢେଙ୍କାନାଳସ୍ଥିତ ଜିଓଲୋଜି ଜୋନାଲ ଅଫିସର ତକତ୍ାଳୀନ ଯୁଗ୍ମ ନିର୍ଦ୍ଦେଶକ ଅନୂପ କୁମାର ରାଉତ ଅନୁମୋଦନ କରିଥିଲେ। ଭୁଲ ମାଇନିଂ ପ୍ଲାନ୍‌ ମଞ୍ଜୁରୀ କରିଥିବା ସମ୍ପର୍କରେ ଲୋକାୟୁକ୍ତ ନିର୍ଦ୍ଦେଶକ ରାଉତଙ୍କୁ ଜବାବଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri