ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଦିଆସିଲି କାଠିରେ କଳାକୃତି

ପୁରୀ ଅଫିସ,୨୯।୮: ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅଗଷ୍ଟ ୨୯ ତାରିଖକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ସାରା ଦେଶରେ ପାଳନ କରାଯାଇଥାଏ। ଏହି ପରିପେକ୍ଷ୍ରୀରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠି ସାହାଯ୍ୟରେ ହକି ଷ୍ଟିକ ସମେତ କ୍ରୀଡ଼ାର ବିଭିନ୍ନ ଉପକରଣ ଆଦି ନିର୍ମାଣ କରିଛନ୍ତି। ସେ ଏଥିରେ ବକି୍ସଂ, ବ୍ୟାଡମିଣ୍ଟନ, କ୍ରିକେଟ ଭଳି ବିଭିନ୍ନ ଖେଳର ଉପକରଣକୁ ସ୍ଥାନ ଦେଇଛନ୍ତି।