କର୍ଲାମୁଣ୍ଡା:୮।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘର ବାର୍ଷିକ ବୈଠକ ଟକାରୁମାଲ ସ୍ଥିତ ଗିରିଗୋବର୍ଦ୍ଧନ ପୀଠରେ ରବିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଳାକାର କ୍ଷୀର ସାଗର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ପେନସନ ଭୋଗୀ କଳାକାର ସଂଘ ସଭାପତି ନାଟ୍ୟ ଭୂଷଣ ପ୍ରଦୀପ ଡି. ମାଝୀ, ସମ୍ମାନିତ ଅତିଥି ଭାବେ ଜିଲା ସହ ସମ୍ପାଦକ କାହ୍ନୁ ଚରଣ ଗଉଡ଼, କର୍ଲାମୁଣ୍ଡା ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଭାଗୀରଥି ଷଡଙ୍ଗୀ ପ୍ରମୁଖ ଯୋଗଦେଇ କଳାକାର ସମସ୍ତେ ଏକାଠି ହୋଇ ସଙ୍ଗଠନକୁ ମଜଭୁତ କରିବା ପାଇଁ ଆଲୋଚନା କରାଯାଇଥିଲା।
ଏହି ଅବସରରେ ବ୍ଲକ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଦୀନ ବନ୍ଧୁ ସାହୁଙ୍କୁ ଚୟନ କରାଯାଇଥିବା ବେଳେ ଉପ ସଭାପତି କ୍ଷୀର ଶାଗର ସାହୁ, ସମ୍ପାଦକ ବିଶମ୍ବର ଭୋଇ, ସହ ସମ୍ପାଦକ ଶିଶିର ସାହୁ, କୋଷାଧ୍ୟକ୍ଷ ଭାବେ ଲଷ୍ମୀ ପ୍ରସାଦ ସେଠଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ପଦ ପାଣିଗ୍ରାହୀ, ଗୋପାଳ ବାରିକ, ସୈଲ୍ୟ ସାହୁ, ପଞ୍ଚାନନ ଜ୍ୟୋତିଷ ଓ ଅନ୍ୟ କଳାକାରମାନେ ସହଯୋଗ କରିଥିଲେ।


