Posted inଫୁରସତ

ଶିଳ୍ପୀ କଳିଙ୍ଗ ମହାରଣା

ତାଙ୍କ କାଠ ଖୋଦେଇ ସୁନ୍ଦର ସୁନ୍ଦର ମୂର୍ତ୍ତିଗୁଡ଼ିକ ବେଶ୍‌ ଜୀବନ୍ତ ମନେ ହୁଅନ୍ତି। ଏହି ହସ୍ତଶିଳ୍ପ କଳାକାରିଗରି ନିର୍ମାଣ ପାଇଁ ସେ ଖୋଜିଥାନ୍ତି ନିଜ ଆଖପାଖର ବିଭିନ୍ନ ପ୍ରାକୃତିକ ବିଭବ। ଆଉ ସେଇଥିରୁ କଳାକାରିଗରୀ ଗଢି ଆଜି ସେ ପାଇଛନ୍ତି ଏକ
ଭିନ୍ନ ପରିଚୟ…

ଶିଳ୍ପୀଙ୍କ ଯାଦୁକରି ହାତର ସ୍ପର୍ଶରେ ନିର୍ଜୀବ ପଥର ଦେହରେ ବି ସଂଚାରିତ ହୁଏ କଳାକୃତିର ପ୍ରାଣ। ମୁଗୁର ଧରି ନିହାଣ ମୁନରେ ପଥର କିମ୍ବା କାଠ ଖୋଦେଇରେ ଗଢ଼ିଥିବା ସୁନ୍ଦର ସୁନ୍ଦର ମୂର୍ତ୍ତିଗୁଡ଼ିକୁ ଦେଖିଲେ ସଜଫୁଟା ଫୁଲପରି ସତେଜ ଓ ଜୀବନ୍ତ ମନେହୁଏ। ଏପରି ହସ୍ତଶିଳ୍ପ କଳାକାରିଗରି ନିର୍ମାଣ ପାଇଁ ଶିଳ୍ପୀ ଖୋଜିଥାନ୍ତି ବିଭିନ୍ନ ପ୍ରାକୃତିକ ବିଭବ। ସେହିଭଳି ଜଣେ ଶିଳ୍ପୀ ହେଉଛନ୍ତି ଶିଳ୍ପୀ କଳିଙ୍ଗ ମହାରଣା। ସେ ନିଜ ଗାଁ ପାଖ ପାହାଡ଼, ଜଙ୍ଗଲ ଓ ନଈର ପ୍ରାକୃତିକ ଶୋଭାରେ ବିଭୋର ହୋଇ ଅଙ୍କନ କରନ୍ତି ତା’ର ରୂପବର୍ଣ୍ଣାଳୀକୁ, ପୁଣି ପଥରରେ ବି ଗଢ଼ି ତୋଳନ୍ତି ଅପରୂପ ସୌନ୍ଦର୍ଯ୍ୟର କଳାକୃତି। ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ଶିଳ୍ପୀ କଳିଙ୍ଗଙ୍କ ଜନ୍ମ ୧୬ା୪ା୧୯୬୪ରେ। ପିତା ଶଙ୍କର ମହାରଣା। ମା’ ସାରିଆ ମହାରଣା। ଘର ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ଗାଁରେ। ବର୍ତ୍ତମାନ ସେ ରହୁଛନ୍ତି ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ। ସେ କୁହନ୍ତି, ବଢ଼େଇ କୂଳରେ ମୋର ଜନ୍ମ। ପିଲାଟିବେଳୁ ମୋ ବାପାଙ୍କଠାରୁ ବିଭିନ୍ନ ଚିତ୍ର ଅଙ୍କନ ଶିଖିଥିଲି। ସେତେବେଳେ ମୋ ବାପା ଅନେକ ସ୍ଥାନକୁ ବିଭିନ୍ନ ମନ୍ଦିରର କାରୁକାର୍ଯ୍ୟ କରିବାକୁ ଯାଉଥିଲେ। ମୋତେ ସେତେବେଳେ ପ୍ରାୟ ୧୪ବର୍ଷ ବୟସ ହୋଇଥିଲା। ସେହି ସମୟରୁ ଏମିତି ଅଭ୍ୟାସ ଜାରିରଖିଛି। ୧୯୭୮ରୁ୧୯୮୦ମସିହା ଯାଏ ରାଜ୍ୟ ହସ୍ତଶିଳ୍ପ ତାଲିମ କେନ୍ଦ୍ରରେ ପଥର ଖୋଦେଇ ପାଇଁ ତାଲିମ ନେଇଥିଲି। ଏହାପରେ ଗୁରୁ ହରିହର ମହାରଣାଙ୍କ ତତ୍ତ୍ୱାବଧାନରେ ୧୦ବର୍ଷ ତାଲିମ ପାଇଥିଲି। ସ୍କୁଲ ଶିକ୍ଷକ ଶ୍ରୀବସନ୍ତ ରାୟଗୁରୁ ମୋତେ ପଥର ଖୋଦେଇ କାରୁକାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ମୋର ଶିକ୍ଷା ମାତ୍ର ନବମ ଶ୍ରେଣୀଯାଏ ଥିଲା। ସେତେବେଳେ ପରିବାରର ସେମିତି ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥଲା। ଏମିତିରେ ଏହି ହସ୍ତଶିଳ୍ପ କାରିଗରିକୁ ଆପଣେଇବାରୁ ସ୍କୁଲ ପଢ଼ାରେ ଡୋରିବନ୍ଧା ହେଲା। ପଥର ଖୋଦନ ହସ୍ତଶିଳ୍ପରେ ସମୟ ବିତିଲା। ବିଭିନ୍ନ ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ ପଡ଼ୁଥିବା ପଥରକୁ ବିଶେଷକରି ଖୋର୍ଦ୍ଧା ଜିଲାର ତାପଙ୍ଗରୁ ସାହାଣ ପଥର, ମୟୂରଭଞ୍ଜ ଜିଲାର ଖିଚିଂ ସମେତ ଆଉ କେତେକ ସ୍ଥାନରୁ କିଣିକରି ଆଣିଥାଏ। ଏହି ପଥରରେ ବିଭିନ୍ନ ଉଚ୍ଚତାର ସୁନ୍ଦର ସୁନ୍ଦର ଶ୍ରୀଗଣେଶ, ହନୁମାନ, ବୁଦ୍ଧ, ରାଧାକୃଷ୍ଣ, ରାମ ଲକ୍ଷ୍ମଣ ସୀତା , ବିଭିନ୍ନ ଭଙ୍ଗୀର ସଖୀ ଏବଂ ନର୍ତ୍ତକୀ ଆଦିଙ୍କ ମୂର୍ତ୍ତି ଗଢ଼ିଥାଏ। ଏହି କଳାକୃତିକୁ ନେବା ପାଇଁ ବିଭିନ୍ନ ଅଞ୍ଚଳରୁ ଗରାଖମାନେ ଏଠାକୁ ଆସନ୍ତି। କେତେକ ତ ମୂର୍ତ୍ତିକୁ ଦେଖି ଖୁସି ହୋଇପଡ଼ନ୍ତି। ସେମାନଙ୍କ ପସନ୍ଦର ମୂର୍ତ୍ତି ତିଆରି ପାଇଁ ଅଗ୍ରିମ କିଛି ଅର୍ଥ ଦେବା ସହିତ ବିଭିନ୍ନ ଆକୃତିର ମୂର୍ତ୍ତି ତିଆରି ପାଇଁ ବରାଦ କରିଥାନ୍ତି। ବର୍ଷର ସବୁ ସମୟରେ ନାନା ପ୍ରକାରର ମୂର୍ତ୍ତି ଗଢ଼ିଥାଉ। ଏହା ବ୍ୟତୀତ କାଠଖୋଦେଇ ଓ ମାର୍ବଲ ଆଦିରେ ହସ୍ତଶିଳ୍ପ କାରୁକାର୍ଯ୍ୟ କରିଥାଏ। ତିଆରି କରିଥିବା ଗୋଟିଏ ଗୋଟିଏ ମୂର୍ତ୍ତିର ଦାମ୍‌ ସେହି ମୂର୍ତ୍ତି ଗଠନର ଶୈଳୀ ଓ ସୂକ୍ଷ୍ମ କାରୁକାର୍ଯ୍ୟକୁ ନେଇ ମୂଲ୍ୟ କରାଯାଇଥାଏ। ଆଜିଯାଏ ବିଭିନ୍ନ ପଥରରେ ପ୍ରାୟ ଶତାଧିକ ମୂର୍ତ୍ତି ଗଢ଼ି ସାରିଲିଣି। ବାହାର ରାଜ୍ୟରେ ଯଥା ଅକ୍ଷରଧାମ, ଗ୍ବାଲିଅର, ଉଜ୍ଜୟିନୀ, ବିହାର ଓ ଦିଲ୍ଲୀରେ ଆର୍ଟକାମ କରିଛି। ଥରେ କାନାଡ଼ାକୁ ହସ୍ତଶିଳ୍ପ ଯୋଗୁ ଯାଇଥିଲି। ମୋ କଳାକୃତି ପାଇଁ ୧୯୯୯ରେ ଜାତୀୟ ପୁରସ୍କାର, ସୁରୁଜକୁଣ୍ଡରୁ କଳାମଣି ପୁରସ୍କାର ଏବଂ ବିଭିନ୍ନ ଓ୍ବାର୍କଶପ ସମେତ ଗୁରୁଶିଷ୍ୟ ପରମ୍ପରା ତାଲିମ ଶିବିରରୁ ଅନେକ ପୁରସ୍କାର ମିଳିଛି। ଓଡ଼ିଶାର କଳାକାରିଗରି ଦେଶବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଅନେକ ସମୟରେ ମୂର୍ତ୍ତି ଗଢ଼ିବାରେ ଆପେ ଆପେ କିଛି ନୂଆ ଚିନ୍ତା ଜୁଟେ, ତାହାକୁ କଳାର ରୂପ ଦିଏ। କିନ୍ତୁ ପ୍ରତ୍ୟେକ ମୂର୍ତ୍ତି ଗଢ଼ିବା ପଛରେ କିଛି ଅକୁହା କାହାଣୀ ରହିଛି। ତିଆରି କରିଥିବା ବିଭିନ୍ନ କଳାକୃତି ପାଇଁ ମୋତେ ନିଆରା ପରିଚୟ ମିଳିଛି।

-ବନ ବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri