କଳାରୁ ବଞ୍ଚିତ କଳାକାର

ବଅଁରପାଳ, ୧୭ା୧୨ (ଡି.ଏନ.ଏ.): ମଞ୍ଚଟିଏ ମିଳିଗଲେ ପ୍ରଫୁଲ୍ଲ ହୋଇଉଠେ ମନ। ଆୟର ଉତ୍ସ ଥାଉ କି ନ ଥାଉ ପ୍ରତିଭା ପ୍ରଦର୍ଶନ ପାଇଁ ଆଗେଇ ଆସନ୍ତି କଳାକାର। ହେଲେ ପ୍ରଶାସନିକ ଉଦାସୀନତା କାରଣରୁ ହେଉ ଅବା ଅନ୍ୟ କିଛି, ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଦୀର୍ଘ ବର୍ଷ ହେଲା ହୋଇନାହିଁ ବ୍ଲକ ମହୋତ୍ସବର ଆୟୋଜନ। ଏହାକୁ ନେଇ ମନ କଷ୍ଟରେ ଅଛନ୍ତି ୫ଶହରୁ ଅଧିକ କଳାକାର।

ଅନୁଗୋଳ ଜିଲାର ବଅଁରପାଳ ବ୍ଲକରେ କଳା, ସଂସ୍କୃତିର ବେଶ୍‌ ଆଦର ରହିଛି। ଗଁା ଗଁାରେ ଦଣ୍ଡ, ପାଲା, ଦାସକାଠିଆ, କେନ୍ଦରା, ଯାତ୍ରା, ପାଇକ ଆଖଡ଼ା କଳାକାର ରହିଛନ୍ତି। ବିଶେଷକରି ଦଣ୍ଡ, ବାଦଦଣ୍ଡ ପ୍ରତିଯୋଗିତା ବର୍ଷକ ଯାକ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ। ପର୍ବପର୍ବାଣିକୁ ବାଦ୍‌ ଦେଲେ ଦେବଦେବୀଙ୍କ ବାର୍ଷିକ ଉତ୍ସବ, ମନ୍ଦିର ପ୍ରତିଷ୍ଠା ବେଳେ ମଧ୍ୟ ଏସବୁ କଳା ପ୍ରଦର୍ଶନ ପାଇଁ ମଞ୍ଚ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥାଏ। କେବଳ ଏତିକି ନୁହେଁ ବ୍ଲକ ଅଞ୍ଚଳରେ ଶତାଧିକ ନାମ ସଂକୀର୍ତ୍ତନ ଦଳ ରହିଥିବା ବେଳେ ମହିଳା ଦଳଙ୍କୁ ଜିଲା ବାହାରୁ ମଧ୍ୟ ଡାକାରା ଆସିଥାଏ। ଏହା କଳାକାରଙ୍କ ପାଇଁ ଆୟର ସୁଯୋଗ ସୃଷ୍ଟି କରିଥାଏ। ହେଲେ ବ୍ଲକ ମହୋତ୍ସବ କଳାକାରଙ୍କୁ ରୋଜଗାର ସହ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଏହି କାରଣରୁ ବ୍ଲକ ମହୋତ୍ସବର ଆୟୋଜନକୁ କଳାକାରମାନେ ଅତି ଆଗ୍ରହର ସହ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି। ହେଲେ ଦୀର୍ଘବର୍ଷ ହେଲା ବଅଁରପାଳ ବ୍ଲକରେ ଏହି ମହୋତ୍ସବର ଆୟୋଜନ କରାଯାଇ ନାହିଁ। କରୋନା ପାଇଁ ୨ ବର୍ଷ ହେଲା ଏ ନେଇ ଦାବି ଉଠି ନ ଥିବାବେଳେ ଚଳିତବର୍ଷ କିନ୍ତୁ ମନ ଊଣା କରୁଛନ୍ତି କଳାକାର। ବ୍ଲକ ପ୍ରଶାସନ ନିକଟରେ ଅର୍ଥର ଅଭାବ ନ ଥିଲେ ମଧ୍ୟ କାହିଁକି ଏହି ମହୋତ୍ସବର ଆୟୋଜନ ଏଯାଏ କରାଯାଉ ନାହିଁ ତାହା ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ। ଏ ସମ୍ପର୍କରେ ବିଡିଓ ଏଲିଜା ମିଶ୍ର କହିଛନ୍ତି, ତାଙ୍କ ଯୋଗଦାନ ପୂର୍ବରୁ କାହିଁକି ବ୍ଲକ ମହୋତ୍ସବ ଆୟୋଜନ ହୋଇ ନ ଥିଲା ସେ ସମ୍ପର୍କରେ ତାଙ୍କ ନିକଟରେ ତଥ୍ୟ ନାହିଁ।

ପ୍ରଶାସନ ବିଚାର କରୁ
ବ୍ଲକ ମହୋତ୍ସବ କଳାକାରଙ୍କୁ ସ୍ବତନ୍ତ୍ର ପରିଚୟ ସୃଷ୍ଟିର ସୁଯୋଗ ଦେବା ସହ କଳା, ସଂସ୍କୃତିକୁ ଅଧିକ ସମୃଦ୍ଧ କରିବ। ତେଣୁ ବ୍ଲକ ପ୍ରଶାସନ ଏ ଦିଗରେ ବିଚାର କରିବା ସହ ତ୍ୱରିତ ପଦକ୍ଷେପ ନେଲେ ୫ ଶହରୁ ଅଧିକ କଳାକାର ଉପକୃତ ହୋଇପାରିବେ।
-ବାମଦେବ ସେଠ, ନାମ ସଂକୀର୍ତ୍ତନ କଳାକାର

ରୋଜଗାର ହ୍ରାସ ପାଉଛି
ବଅଁରପାଳ ବ୍ଲକ ଅଞ୍ଚଳରେ ଦଣ୍ଡ ନୃତ୍ୟକୁ ବହୁ ସମ୍ମାନ ମିଳେ। ବ୍ଲକ ମହୋତ୍ସବ ଆୟୋଜନ କରାଗଲେ ଏଠାକାର କଳାକାରଙ୍କ ସମ୍ପର୍କରେ ଲୋକେ ଅଧିକ ଜାଣିପାରନ୍ତେ। ଏହାଦ୍ୱାରା ସେମାନଙ୍କୁ ଅନ୍ୟତ୍ର କଳା ପ୍ରଦର୍ଶନ ପାଇଁ ଡାକରା ଆସନ୍ତା। କିନ୍ତୁ ଏହା ହେଉ ନ ଥିବାରୁ ରୋଜଗାର ହ୍ରାସ ପାଉଛି।
-ଚିନ୍ମୟୀ ସାମଲ, ଦଣ୍ଡ କଳାକାର

ଗ୍ରାମାଞ୍ଚଳ କଳାକାର ଉପେକ୍ଷିତ
ରାଜ୍ୟର ଅନେକ ବ୍ଲକରେ ମହୋତ୍ସବର ଆୟୋଜନ କରାଯାଉଛି। ହେଲେ ବଅଁରପାଳ ପ୍ରଶାସନ ଏ ଦିଗରେ ଆଗ୍ରହ ଦେଖାଉ ନ ଥିବାରୁ ଗ୍ରାମାଞ୍ଚଳର କଳାକାରମାନେ ଉପେକ୍ଷିତ ହେଉଛନ୍ତି। ଅର୍ଥର ଅଭାବ ନ ଥିଲେ ମଧ୍ୟ ଏଠାରେ କଳାକାରମାନଙ୍କୁ ଅବହେଳିତ କରି ରଖାଯାଇଛି।
-ମାନସ କର, ପାଲା ଗାୟକ

ମହୋତ୍ସବ ନିହାତି କରାଯିବା ଆବଶ୍ୟକ
୭ ବର୍ଷ ହେଲା ବ୍ଲକ ମହୋତ୍ସବ ଆୟୋଜନ କରା ନ ଯିବା ଦୁଃଖଦାୟକ। ଏହା ନ ହେବା ଦ୍ୱାରା ବହୁ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରି ନ ପାରି ମନକଷ୍ଟରେ ରହୁଛନ୍ତି। ବ୍ଲକ ପ୍ରଶାସନ ଯଥାଶୀଘ୍ର ମହୋତ୍ସବ କରିବା ଦିଗରେ ପଦକ୍ଷେପ ନେବା ନିହାତି ଆବଶ୍ୟକ।
-ବିଜୟ ନାଥ, ବ୍ଲକ ଅଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri