Posted inଜାତୀୟ

‘୩୭୦’ କୁ ନେଇ ଇନ୍ଦିରାଙ୍କୁ ମାନେ ପକାଇଲେ ଅମିତ ଶାହା, ଜାଣନ୍ତୁ କାହିଁକି ?

ପରଭାନି/ଜଲଗାଓଁ/ଧୁଲେ,୧୩ା୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ବର୍ଗରୁ ଓହ୍ଲାଇ ଆସିଲେ ବି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିପାରିବେ ନାହିଁ ବୋଲି ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଭାଜପାର ଷ୍ଟାର୍‌ କ୍ୟାମ୍ପେନର ଶାହା ମରାଥନ୍‌ ପ୍ରଚାର କରି ଏକାଧିକ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ମୁସଲିମ୍‌ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି। ମୁଖ୍ୟ ବିରୋଧୀ ଦଳ ଅନେକ ବର୍ଷ ଧରି ରାମମନ୍ଦିର ନିର୍ମାଣରେ ମଧ୍ୟ ପ୍ରତିବନ୍ଧକ ସାଜିଥିଲା ବୋଲି ଶାହା ସମାଲୋଚନା କରିଛନ୍ତି।
ରାଜନୈତିକ ଦୃଷ୍ଟିରୁ ଦେଶର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭୋଟ ଗଣତି ୨୩ରେ କରାଯିବ। ଭାଜପା ଅଜିତ୍‌ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ ଏକନାଥ ଶିନ୍ଦେଙ୍କ ଶିବସେନା ସହ ମେଣ୍ଟ କରି ମହାୟୁତି ବ୍ୟାନରରେ ନିର୍ବାଚନ ଲଢ଼ୁଥିବାବେଳେ  ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି), ଏନ୍‌ସିପି (ଶରଦ ପାଓ୍ବାର) ଏବଂ କଂଗ୍ରେସକୁ ନେଇ ଗଠିତ ବିରୋଧୀ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ଶାସକ ମେଣ୍ଟକୁ କ୍ଷମତାଚ୍ୟୁତ କରିବା ପାଇଁ ଅଣ୍ଟା ଭିଡ଼ିଛି। ମତଦାନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର ରୋଚକ ମୋଡ଼ରେ ପହଞ୍ଚତ୍ଛି। ଶାସକ ମହାୟୁତି ମେଣ୍ଟର ପ୍ରଚାର ପାଇଁ ଶାହା ଧୁଲେରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମନେରଖିବା ଉଚିତ ଯେ, ତାଙ୍କ ପୂର୍ବ ଚତୁର୍ଥ ପିଢ଼ି ଫେରିଲେ ବି ଦଳିତ, ଆଦିବାସୀ ଓ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣକୁ ଛଡ଼ାଇ ନେଇ  ମୁସଲମାନମାନଙ୍କୁ ଦେଇପାରିବେ ନାହିଁ।
ସେହିପରି ୨୦୧୯ ଅଗଷ୍ଟ ୫ରେ ଉଚ୍ଛେଦ ହୋଇସାରିଥିବା ଅନୁଚ୍ଛେଦ ୩୭୦କୁ କୌଣସି ପରିସ୍ଥିତିରେ ମଧ୍ୟ ପୁନଃ ଅବସ୍ଥାପିତ କରିବାକୁ ଦିଆଯିବ ନାହିଁ। ଏପରି କି ଇନ୍ଦିରା ଗାନ୍ଧୀ ସ୍ବର୍ଗରୁ ଓହ୍ଲାଇ ଆସିଲେ ବି ଏହାକୁ ଫେରାଇ ଆଣିପାରିବେ ନାହିଁ। ଶାହା ଏମ୍‌ଭିଏକୁ ଔରଙ୍ଗଜେବ୍‌ ଫ୍ୟାନ୍‌ କ୍ଲବ୍‌ ଭାବେ ଅଭିହିତ କରି ଭାଜପା ନେତୃତ୍ୱାଧୀନ ମହାୟୁତିକୁ ମରାଠା ଯୋଦ୍ଧା ରାଜା ଛତ୍ରପତି ଶିବାଜୀ ମହାରାଜ ଓ ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ମେଣ୍ଟ ବୋଲି କହିଛନ୍ତି। ନଭେମ୍ବର ୨୦ ନିର୍ବାଚନରେ ଏମ୍‌ଭିଏ ଜିତିଲେ ମହାରାଷ୍ଟ୍ର କଂଗ୍ରେସର ଏଟିଏମ୍‌ରେ ପରିଣତ ହୋଇଯିବ ବୋଲି ଜଲଗାଓଁରେ ପ୍ରଚାରବେଳେ ଶାହା ସମାଲୋଚନା କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ତୁର୍କୀ ଡ୍ରୋନ୍ ମୁତୟନ କଲା ବାଂଲାଦେଶ: ହାଇ ଆଲର୍ଟରେ ଭାରତ

ନୂଆଦିଲ୍ଲୀ,୬।୧୨: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶର ସେନା କ୍ଷମତାଚ୍ୟୁତ କରିବା ପରେ ଭାରତ ସହିତ ବାଂଲାଦେଶର ସମ୍ପର୍କ ଖରାପ ହୋଇଛି। ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ...

କୃଷକଙ୍କ ପାଇଁ ଖୁସିଖବର: ଜାଣନ୍ତୁ କେବେ ଜାରି ହେବ ପିଏମ କିସାନ ଯୋଜନାର ପରବର୍ତ୍ତୀ କିସ୍ତି

ନୂଆଦିଲ୍ଲୀ,୬।୧୨: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି ଲୋକ ଏହି ସରକାରୀ ଯୋଜନାର ଲାଭ ପାଇଛନ୍ତି। ଭାରତ ଏକ...

ଗାଳି ଦେବାର ଗୋଟିଏ ଦିନ ପରେ ଶିବରାଜଙ୍କୁ ପ୍ରଶଂସା କଲେ ଧନଖର

ନୂଆଦିଲ୍ଲୀ,୬।୧୨: ଉପରାଷ୍ଟ୍ରପତି ଜଗଦୀପ ଧନଖର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପ୍ରଥମେ ଗାଳି ଦେବା ପରେ ଏବେ ତାଙ୍କୁ ପ୍ରଶଂସା କରିଛନ୍ତି। ଧନଖର...

କଂଗ୍ରେସ ଏମ୍‌ପି ବସିବା ସିଟ୍‌ରୁ ମିଳିଲା ନୋଟ ବିଡା: ରାଜ୍ୟ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୬।୧୨: କଂଗ୍ରେସ ବେଞ୍ଚରେ ନୋଟ ବିଡା ମିଳିବା ନେଇ ରାଜ୍ୟ ସଭାରେ ହଙ୍ଗାମା ଆରମ୍ଭ ହୋଇଛି। ଅଧ୍ୟକ୍ଷ ଜଗଦୀପ ଧନଖର ଏହି ସୂଚନା ଦେଇଛନ୍ତି। ପରେ...

ସୁନା ଭଣ୍ଡାର ବଢାଇଲା ଭାରତ: ବିଶ୍ୱରେ ଆରବିଆଇ ୧ ନମ୍ବର

ନୂଆଦିଲ୍ଲୀ,୬।୧୨:ଅକ୍ଟୋବରରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ୬୦ ଟନ ସୁନା କିଣିଛନ୍ତି। ବିଶ୍ୱ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିରେ ରିଜର୍ଭ ବ୍ୟାଙ୍କ...

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ଜାଣନ୍ତୁ ଆପଣଙ୍କ EMI ଉପରେ କ’ଣ ପଡିବ ପ୍ରଭାବ

ମୁମ୍ବାଇ,୬।୧୨: ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର ମଧ୍ୟ ରେପୋ...

ସାରା ବିଶ୍ୱରେ ଖେଳିଯିବ ଆତଙ୍କ: ବୈଜ୍ଞାନିକମାନେ ଦେଲେ ଚେତାବନୀ

ନୂଆଦିଲ୍ଲୀ,୬।୧୨: ଜଳବାୟୁ ପରିବର୍ତ୍ତନ ହେତୁ ଖୁବ୍‌ ଆର୍କଟିକ ଗ୍ଲେସିୟର ସମ୍ପୂର୍ଣ୍ଣ ଲୋପ ପାଇବାକୁ ଯାଉଛି। ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡିଛି। ଏହାର ଅର୍ଥ ହେଉଛି...

କରୋନା ଠାରୁ ଅଧିକ ବିପଜ୍ଜନକ ଏହି ଭାଇରସ, ଆକ୍ରାନ୍ତ ହେଲେ ବଞ୍ଚିବା ମୁସ୍କିଲ, ଜାଣନ୍ତୁ ଏହାର ଲକ୍ଷଣ

ନୂଆଦିଲ୍ଲୀ,୬।୧୨: ମାରବର୍ଗ ଭାଇରସର ଆଶଙ୍କା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପୁଣିଥରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଏ ସମ୍ପର୍କରେ ଏକ ସତର୍କ ସୂଚନା ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri