ଟୁଇନ୍‌ ସିଟିରେ ୧୪୪ ଧାରା

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ଗୁରୁବାର ରାତିରୁ ରାଜ୍ୟ ସରକାର ନାଇଟ୍‌ କଫ୍ୟୁ ଜାରି କରିଥିବାବେଳେ ଟୁଇନ୍‌ ସିଟି ଅର୍ଥାତ୍‌ କଟକ-ଭୁବନେଶ୍ୱରରେ ୧୪୪ ଧାରା ଜାରି ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଜିରୋ ନାଇଟ୍‌ ଭିଡ଼ ଏଡ଼ାଇବାକୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୁରୁବାର ରାତି ୯ଟାରୁ ସମସ୍ତେ ନିଜ ନିଜ ଘରକୁ ଫେରିଯିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।

ଏତଦ୍‌ବ୍ୟତୀତ କଟକ, ଭୁବନେଶ୍ୱରରେ ଥିବା ବିଭିନ୍ନ ଆପାର୍ଟମେଣ୍ଟରେ ମଧ୍ୟ ଭଡ଼ାଟିଆମାନେ ଭୋଜି ନ କରିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି। ଅଫିସରେ ମଧ୍ୟ ଏକାଠି ନ ହେବାକୁ ଅନୁରୋଧ କରାଯାଇଛି। ରାତିରେ ବିଭିନ୍ନ ଛକସ୍ଥାନରେ ନାକା ଲଗାଯିବ। ଟୁଇନ୍‌ ସିଟିରେ ୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ। ଯଦି କାହାକୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ଥାଏ ତେବେ ଘରେ ରହି ଫୋନ୍‌ ମାଧ୍ୟମରେ ଜଣାନ୍ତୁ। ପରିବାର ସହ ଘରେ ରହି ସମୟ ବିତାନ୍ତୁ। କେହି ଅମାନିଆ ଏହି ନିୟମ ନ ମାନିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।