ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚର ବନ୍ଧୁମିଳନ: ପୁରୁଣା ସ୍ମୃତି ଚାରଣ ସହ କଳାକାରଙ୍କୁ ସମ୍ମାନ

ଗଞ୍ଜାମ,୧୨।୩(ବିଦ୍ୟାଧର ସାହୁ): ଗଞ୍ଜାମ କଳାକାର ମଞ୍ଚ ତଥା ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଟାମ୍ପରା ହ୍ରଦ କୂଳରେ ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାକାରମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ସହ ସାଂସ୍କୃତିକ ବିକାଶ ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ନାମୀଦାମୀ କଳାକାର ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।

ମଞ୍ଚର ସଭାପତି ଶବର କୁମାର ତରାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶେଷ କରି ଗତ ଜାନୁଆରୀ ୨୬ (ସାଧାରଣତନ୍ତ୍ର ଦିବସ) ଅବସରରେ ପରିବେଷିତ ଦୁଇଟି ସାମାଜିକ ନାଟକର ସଫଳତାକୁ ନେଇ ଚର୍ଚ୍ଚା ହୋଇଥିଲା। ଏହି ଅବସରରେ ନାଟକର ଦୁଇ ନିର୍ଦ୍ଦେଶକ ଡଃ. ଗୌରୀ ଶଙ୍କର ଶତପଥୀ ଓ ପ୍ରଦୀପ କୁମାର ପଣ୍ଡାଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମଞ୍ଚ ପକ୍ଷରୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ କଳାକାରମାନେ ନିଜର ପୂର୍ବ ସ୍ମୃତି ମନେ ପକାଇବା ସହ ଆଗାମୀ ଦିନରେ ନାଟକ ପରିବେଷଣକୁ କିଭଳି ଅଧିକ ମାର୍ଜିତ ଓ ଉଚ୍ଚକୋଟୀର କରାଯାଇପାରିବ, ସେ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହି ବନ୍ଧୁମିଳନ ଉତ୍ସବରେଉପଦେଷ୍ଟା ସୁଧିର କୁମାର ପାଢ଼ୀ, ଉମାକାନ୍ତ ବେହେରା,ସମ୍ପାଦକ ଅକ୍ଷୟ ସ୍ୱାଇଁ,ନିରଞ୍ଜନ ପରିଡା, ମନୋଜ ପ୍ରଧାନ, ପପୁ ପଣ୍ଡା, ବଳରାମ ମାଳି, ରାକେଶ କୁମାର ନାୟକ, ଉପସ୍ଥାପକ ସୁଧିର ସାହୁ, ମିଥୁନ ବାରିକି, ଅସ୍ମିତ ପଣ୍ଡା, ମନୋରଞ୍ଜନ ଜେନା, କାର୍ତ୍ତିକ ତରେଇ, ରାକେଶ କୁମାର ନାୟକ, ବିଭୁ ପଲଇ ପ୍ରମୁଖ ମଞ୍ଚ କର୍ମକର୍ତ୍ତା ଓ କଳାକାର ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ କଳାକାର ଏକାଠି ହୋଇ ସାଂସ୍କୃତିକ ଆସର ଜମାଇବା ସହ ଆଗାମୀ ବର୍ଷ ପାଇଁ ନୂତନ ସଙ୍କଳ୍ପ ନେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଚ ନାଟକକୁ ବଞ୍ଚେଇ ରଖିଛି ତୋଫାନ କଳା ସଂସଦ: ଏବର୍ଷ ପରିବେଷଣ ହେଲା…

ଭଞ୍ଜନଗର,୧୨। ୩(ବାବୁଲା ପ୍ରଧାନ)-ବର୍ତ୍ତମାନ ସମୟରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଖୋଲା ମଞ୍ଚ ନାଟକର ଚାହିଦା ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଭଞ୍ଜନଗରଠାରେ ବିଗତ ୪୦ ବର୍ଷ ହେଲା…

WFP ଉପ-ନିର୍ଦ୍ଦେଶକଙ୍କ ଭଞ୍ଜନଗର ଗସ୍ତ: ଜଳବାୟୁ-ଅନୁକୂଳ ଚାଷକୁ ପ୍ରଶଂସା, ସକାରାତ୍ମକ ପ୍ରଭାବ ଉପରେ…

ଭଞ୍ଜନଗର,୧୨।୩(ବାବୁଲା ପ୍ରଧାନ)- ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ପଡୁଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ଏହାର  ଅଧିକ ପ୍ରଭାବ ବିଗତ କିଛି ବର୍ଷ ମଧ୍ୟରେ…

ଦିଗପହଣ୍ଡି ସହରର ବିକାଶ ପାଇଁ କାଉନସିଲରଙ୍କ ୮ ଦଫା ଦାବିପତ୍ର: ଜଳବନ୍ଦୀ- ପାନୀୟ ଜଳ ସମସ୍ୟା ଉପରେ…

ଦିଗପହଣ୍ଡି, ୧୨।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବହୁବିଧ ବିକାଶ ଓ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ୧୧ ନମ୍ବର ୱାର୍ଡ…

ବନ୍ୟପ୍ରାଣୀ ଶିକାର ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା, ଟାଟା ପାଓ୍ବାର ପକ୍ଷରୁ ଘୋଷଣା…

ଭଞ୍ଜନଗର, ୧୨।୩ (ବାବୁଲା ପ୍ରଧାନ):ବନ୍ୟପ୍ରାଣୀ ସୁରକ୍ଷା ଏବଂ ହାତୀ-ମଣିଷ ଲଢ଼େଇକୁ ରୋକିବା ପାଇଁ ଜନସାଧାରଣଙ୍କ ସହଭାଗିତା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟକୁ ନେଇ ଗୁରୁବାର ଭଞ୍ଜନଗରଠାରେ ଟାଟା ପାୱାର,…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

କାର୍‌ ନେଲା ଜୀବନ

ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ…

ତଣ୍ଟି କାଟି ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା, ପ୍ରେମିକାକୁ ହତ୍ୟା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ

ବାଲେଶ୍ୱର,୧୨ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଫକୀରମୋହନ ନଗରରେ ଜଣେ ମହିଳାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପୁରୁଷବନ୍ଧୁ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri