Posted inଜାତୀୟ

ଆର୍ସେନିକ ଯୋଗୁ ଦେଶର ଦୁଇଶହ ସହରରେ ବଢୁଛି କ୍ୟାନସର !

ନୂଆଦିଲ୍ଲୀ,୧୦ ।୧: ଗୋଟିଏ ପଟେ ଦେଶ କରୋନା ମହାମାରୀରୁ ଉଦ୍ଧାର ପାଇ ନ ଥିବା ବେଳେ ଅନ୍ୟପଟେ କାୟା ବିସ୍ତାର କଲାଣି ବାର୍ଡଫ୍ଲୁ । ଆଉ ଏହାରି ଭିତରେ ଆଉଏକ ଚମକାଇବା ଭଳି ଖବର ମିଳିଛି । ଦେଶର ପାଖାପଖି ୨ଶହ ସହରରେ କିଛିବର୍ଷ ହେବ କ୍ୟାନସରର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାର କାରଣ ଆର୍ସେନିକ ବୋଲି କୁହାଯାଉଛି । ଯାହା ଶରୀର ମଧ୍ୟକୁ ଯାଇ କ୍ୟାନସର ସୃଷ୍ଟି କରୁଛି । ବିହାରରେ ରହୁଥିବା ଜଣେ ୭୦ ବର୍ଷୀୟ ବୃଦ୍ଧା କୁହନ୍ତି ଗତ କିଛିବର୍ଷ ହେବ ସେ ବିଛଣାରେ ପଡି ରହିଛନ୍ତି । ତାଙ୍କ ଶରୀରର ଅଧା ଅଂଶ କାମ କରୁନାହଁ । କିଛିବର୍ଷ ପୂର୍ବେ ସେ ଦିଲ୍ଲୀର ଏମ୍ସ ଚିକିତ୍ସା ପାଇଁ ଯାଇଥିବା ବେଳେ ସେ ଆର୍ସେନିକ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ବୋଳି ଡାକ୍ତର ତାଙ୍କୁ କହିଥିଲେ । ସୂଚନାଯୋଗ୍ୟ, ଆର୍ସେନିକ ଦକ୍ଷିଣ ଏସିଆ ଦେଶ ଯେମିତିକି ଭାରତ, ନେପାଳ ଓ ବାଂଲାଦେଶର ଭୂତଳ ଜଳରେ ପ୍ରାକୃତିକ ଭାବେ ମିଳିଥାଏ । ଏହି ଆର୍ସେନିକ ଯୋଗୁ ଉତ୍ତର ଭାରତର ଲୋକେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଏକ ଗବେଷଣାରୁ ଜଣାପଡିଛି ଯେ ଦେଶରେ ପାଖାପାଖି ୧ କୋଟି ଲୋକ କ୍ୟାନସର ସୃଷ୍ଟି କରୁଥିବା ଭୂତଳ ଜଳ ବ୍ୟବହାର କରୁଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୧୦ ଲକ୍ଷ ରୋଗଗ୍ରସ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଆର୍ସେନିକର ପ୍ରଭାବ ପ୍ରଥମେ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ଦେଖାେଇଥିଲା । ଏହାପରେ ଏହାର ପ୍ରଭାବ ଗଙ୍ଗା ନଦୀ କୂଳରେ ଥିବା ପଶ୍ଚିମବଙ୍ଗ, ବାଂଲାଦେଶ, ନେପାଳ ଓ ଦକ୍ଷିଣରେ ବିହାର, ଉତ୍ତରପ୍ରଦେଶ, ଆସାମରେ ଦେଖାଦେଇଥିଲା । ଏକ ସିଭିଲ ସୋସାଇଟି ଗ୍ରୁପ ଇନର ବାୟସ ଫାଉଣ୍ଡେଶନର ସଦସ୍ୟ ସୌରଭ ସିଂ କୁହନ୍ତି ଗଙ୍ଗା ନଦୀ ନିକଟରେ ଥିବା ଉତ୍ତର ଭାରତର ପାଖାପାଖି ୨୦୦ ସହରରେ ପିଇବା ପାଣିରେ ଆର୍ସେନିକ ରହୁଛି । ଏହାଫଳରେ ଗତ ୨୫ ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକ ଆର୍ସେନକ ପ୍ରଭାବରେ ମୃତ୍ୟୁ ବରଣ କଲେଣି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୨୦୧୯ରେ ଏକ ରିପୋର୍ଟରେ କହିଥିଲା କି ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ୯ଜିଲା, ଆସମର ୧୮ ଜିଲା, ବିହାରର ୧୧ ଜିଲା, ଉତ୍ତରପ୍ରଦେଶର ୧୭ ଜିଲା, ପଞ୍ଜାବର ୧୭ ଜିଲା, ଝାଡଖଣ୍ଡର ୩ ଜିଲା ଓ କର୍ନାଟକର ୨ ଜିଲାରେ ଆର୍ସେନିକର ପ୍ରଭାବ ଦେଖାଯାଇଛି । ତେଣୁ ଏବେ ଏହି ଆର୍ସେନକି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri