ଅହଂକାର ଅନୁଚିନ୍ତା

ବୁଝିଲ ବନ୍ଧୁ, ଆମ ଅହଂକାର ଯୋଗୁ ଆମେ ନିଜେ ବହୁ ଅଶାନ୍ତି ଭୋଗିବା ସହ ଅନ୍ୟମାନଙ୍କ ଭିତରେ ମଧ୍ୟ ଅପ୍ରୀତିକର ବାତାବରଣ ସୃଷ୍ଟିକରି ଜୀବନଟାକୁ କଳୁଷିତ କରିଦେଉଛେ। ଆମେ ସମସ୍ତେ ସବୁ କାମର ଶ୍ରେୟ ନେବା ପାଇଁ ବ୍ୟାକୁଳ, ଏବଂ ‘ମୋ ଯୋଗୁ ହିଁ ଏଇଟା ହେଲା’, ‘ମୁଁ ହିଁ ଏଇଟା କରେଇଛି’ ବୋଲି ପ୍ରଚାର କରିବା ପାଇଁ ଯେମିତି ଗୋଟେ ପ୍ରତିଯୋଗିତାରେ ମାତିଛେ। ଆଉ ଏ ମାନସିକତା ବେଳେବେଳେ ଏତେ ତୀବ୍ର ଯେ ଆମେ ଆଦୌ କରି ନ ଥିବା ଅନେକ କାମ ପାଇଁ ବାହାବା ନେବାକୁ ତତ୍ପର। କିନ୍ତୁ ଏହାଦ୍ବାରା ଅନେକ ସମୟରେ ଅନ୍ୟମାନଙ୍କ ଭୂମିକା ଓ ଅବଦାନକୁ ଏମିତି ଭାବରେ ଚାପିଦେଉ ବା ଗୁରୁତ୍ୱହୀନ କରିଦେଉ ଯେ ଫଳସ୍ବରୂପ ଆମେ ଯେ କେବଳ ଘୃଣା, ଅସନ୍ତୋଷ ଓ ରୋଷର ଶିକାର ହେଉ ତା’ ନୁହେଁ, ଅନ୍ୟମାନେ ମଧ୍ୟ ଆମ ସହ ସମ୍ପର୍କ ରଖିବାରେ ଛଳନା ଓ କୃତ୍ରିମତା ପ୍ରକାଶ କରନ୍ତି। ଏମିତି ଅନେକ ଅହଂକାରୀ ଲୋକଙ୍କ ଗହଣରେ ରହିରହି ଭାରି ବିରକ୍ତ ଲାଗିଲାଣି।”
ବନ୍ଧୁଙ୍କ ବିଭକ୍ତିର ଔଚିତ୍ୟକୁ ଅନୁଭବକରି ମୁଁ କଥା ଯୋଡ଼ି କହିଲି,”ତମ କଥା ଅବଶ୍ୟ ଠିକ୍‌, କିନ୍ତୁ ଆମେ ପ୍ରାୟ ସମସ୍ତେ କୌଣସି ନା କୌଣସି ପ୍ରକାର ଅହଂକାର ଦ୍ବାରା କବଳିତ। କିନ୍ତୁ ବିଡ଼ମ୍ବନା ଏଇୟା ଯେ ଯୁଗ ଯୁଗ ଧରି ଈଶ୍ବର ସମସ୍ତଙ୍କ ଅହଙ୍କାର ନାଶ କରିଥିବା କାହାଣୀ ଆମେ ଶୁଣିଥିଲେ ବି ନିଜ ଚରିତ୍ର ସଂଶୋଧନକରି ଅହଂକାର ଛାଡ଼ିବାକୁ ପ୍ରସ୍ତୁତ ନୋହୁଁ। ମହାଭାରତ ଯୁଦ୍ଧରେ ଭୀମ, ଅର୍ଜୁନ ଆଦି ବୀରମାନେ ନିଜ ଶୌର୍ଯ୍ୟ ବଳରେ ଶତ୍ରୁ ସଂହାର କରିଛନ୍ତି ବୋଲି ଅହଙ୍କାରରେ ମତ୍ତ ଥିଲାବେଳେ ଏକା ସୁଦର୍ଶନ ଚକ୍ର ହିଁ ଯୁଦ୍ଧ ଲଢୁଥିଲା ବୋଲି ଶୁଣିଲା ପରେ ସେମାନଙ୍କର ଦର୍ପ ନାଶ ହୋଇଥିଲା। ନିଜକୁ ଜଣେ ମହାଶକ୍ତିଶାଳୀ ଯୋଦ୍ଧା ବୋଲି ଜାଣିଲା ପରେ ସୁଦର୍ଶନଙ୍କ ମନରେ ଗର୍ବ ଆସିଥିଲା ଯେ ତାଙ୍କଠାରୁ ଶକ୍ତିଶାଳୀ ଆଉ କେହି ନ ଥାଇପାରେ। କିନ୍ତୁ ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଦ୍ବାରରେ ସେ ସୁରକ୍ଷା ପ୍ରଦାନ କରୁଥିବା ବେଳେ ଯେତେବେଳେ ତାଙ୍କୁ ନିଜ ପାଟି ଭିତରେ ଲୁଚାଇ ଦେଇ ହନୁମାନ ସବୁ ସୁରକ୍ଷା ବଳୟ ଭେଦିଯାଇ ପ୍ରଭୁଙ୍କ ପାଖରେ ପହଞ୍ଚି ସେଠି ନିଜ ପାଟି ଭିତରୁ ତାଙ୍କୁ ବାହାରକଲେ, ସେତେବେଳେ ଲଜ୍ଜା ଓ ଅପମାନରେ ଜର୍ଜରିତ ହୋଇ ସୁଦର୍ଶନଙ୍କର ଗର୍ବ ଚୂନା ହୋଇଯାଇଥିଲା। ଠିକ୍‌ ସେମିତି, ଅଳଙ୍କାର ବିଭୂଷିତା ହୋଇ ଶ୍ରୀକୃଷ୍ଣଙ୍କ ପାଖରେ ବସିଥିବା ତଥା ନିଜକୁ ସର୍ବଶ୍ରେଷ୍ଠ ସୁନ୍ଦରୀ ବୋଲି ଗର୍ବ କରୁଥିବା ସତ୍ୟଭାମାଙ୍କୁ ଦେଖି ହନୁମାନ ଯେତେବେଳେ ସନ୍ଦେହ ପ୍ରକଟ କଲେ ଯେ ସଂସାରର ସର୍ବଶ୍ରେଷ୍ଠ ସୁନ୍ଦରୀ ତଥା ସ୍ବୟଂ ଲକ୍ଷ୍ମୀ, ମାତା ସୀତାଙ୍କ ସ୍ଥାନରେ ପ୍ରଭୁଙ୍କ ପାଖରେ ଏ ଦାସୀ କିଏ ବସିଛି – ସେତେବେଳେ ସତ୍ୟଭାମାଙ୍କର ଗର୍ବ ନାଶ ହୋଇଥିଲା। ଭୀମ ଅର୍ଜୁନ ଆଦି ଯୋଦ୍ଧା, ବୀର ସୁଦର୍ଶନ, ଏମିତିକି କୌରବ ପକ୍ଷର ଅନେକ ବୀରଙ୍କର ଅହଂକାର ନାଶର କାହାଣୀ ଅନ୍ତତଃ ଏତିକି ସୂଚନା ଦିଏ ଯେ ମୁଁ କରୁଛି ବୋଲି ମଣିଷ ଯେଉଁ ଗର୍ବକରେ, ପ୍ରକୃତରେ ଅଦୃଶ୍ୟ ଭାବରେ ଈଶ୍ୱର ହିଁ ତା’ର କର୍ତ୍ତା। ସେଥିପାଇଁ ଗୀତାରେ କୁହାଯାଇଛି,”ଅହଂକାର ବିମୂଢ଼ାତ୍ମା କର୍ତ୍ତାହମିତି ମପ୍ୟତେ।“
ସେମାନଙ୍କ ପାଇଁ ଭଗବାନ୍‌ ଶ୍ରୀକୃଷ୍ଣ ଥିଲେ ବୋଲି ସେମାନେ ସଜାଡ଼ି ହୋଇଗଲେ। କିନ୍ତୁ ଏମାନଙ୍କ ଦର୍ପଗଞ୍ଜନ ପାଇଁ ତମ ଆମ ଭଳିଆ ସାଧାରଣ ଲୋକଙ୍କର କ’ଣ ସାମର୍ଥ୍ୟ ଅଛି? ଜଣେ ଯଦି ନିଜକୁ ସୁଧାରିବାକୁ ରାଜି ନ ହୁଏ, ତେବେ ତାକୁ ସ୍ବୟଂ ଭଗବାନ୍‌ ସୁଧାରିପାରିବେନାହିଁ। ତମେ ଯେଉଁମାନଙ୍କ କଥା ଓ ଚରିତ୍ର ବିଷୟରେ ଇଙ୍ଗିତ କରୁଛ ସେମାନଙ୍କର ଦୋଷ କ’ଣ ଜାଣିଛ? ସେମାନେ ନିଜକୁ ସବୁବେଳେ ଏକଦମ ପର୍‌ଫେକ୍ଟ ବୋଲି ମନେକରନ୍ତି। ସାମାନ୍ୟତମ କଥାରେ ଅନ୍ୟମାନଙ୍କର ତ୍ରୁଟି ଖୋଜୁଥାଆନ୍ତି। ନିଜେ କେବେ ବି ଭୁଲ୍‌ କରନ୍ତିନି ବୋଲି ଯେହେତୁ ଭ୍ରମରେ ଥାଆନ୍ତି, କେହି ତାଙ୍କ ଭୁଲ୍‌ ଦେଖାଇଲେ ସେମାନେ ସ୍ବୀକାର କରିବାକୁ ରାଜି ହୁଅନ୍ତି ନାହିଁ। ବରଂ ଅନ୍ୟମାନଙ୍କ ଅଲଗା ଭୁଲ୍‌ ଦେଖାଇ ନିଜ ଭୁଲ୍‌କୁ ଠିକ୍‌ ବୋଲି ସାବ୍ୟସ୍ତ କରିବାକୁ ଚେଷ୍ଟାକରନ୍ତି। ଏମାନେ ଯୋଗ୍ୟ ଥାଆନ୍ତୁ କି ନ ଥାଆନ୍ତୁ ପଛେ ସବୁବେଳେ ସମ୍ମାନ ଖୋଜନ୍ତି। ଆଉ ଯଦି ସାମାନ୍ୟ ଧନ, କ୍ଷମତା କି ଅଧିକାର ମିଳିଗଲା, ତେବେ ଏମାନଙ୍କ ସ୍ଥିତି ଦେଖେ କିଏ? ସମ୍ପତ୍ତି, କର୍ତ୍ତୃତ୍ୱର ଅହଂକାରଜନିତ ନିଶା ଏମିତି ଚଢ଼ିଯାଏ ଯେ ପିମ୍ପୁଡ଼ି ରୁଖା ଚଢ଼ିବା ପରି ଅବସ୍ଥା ଆସିଯାଏ। ସମୟ ଓ ପରିସ୍ଥିତି ଯେତେ ଧକ୍କା ଓ ଧୋକା ଦେଲେ ବି ଅହଂକାର ଯୋଗୁ ଏମାନେ ସତ୍ୟକୁ ଗ୍ରହଣ କରିପାରନ୍ତିନାହିଁ। ଏମାନେ ତୁମ ପାଇଁ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରନ୍ତି। ତେଣୁ ତାଙ୍କ ସହ ଭାବବିହ୍ବଳ ହେଇ ଜଡ଼େଇ ନ ହୋଇ ବାସ୍ତବଧର୍ମୀ ହୁଅ। ସେମାନଙ୍କ ଗର୍ବ ନାଶ ପାଇଁ ସବୁକିଛି ସମୟ ଓ ଭଗବାନଙ୍କ ଉପରେ ଛାଡ଼ିଦିଅ।
ହଠାତ୍‌ ସବୁ ବୁଝିଯାଇଥିବା ପରି ବନ୍ଧୁ କହିଲେ, ” ଠିକ୍‌ କଥା। ଏମିତି ଲୋକଙ୍କ ସହ ଭାବଗତ ଦୂରତା ରଖି , ସେମାନଙ୍କ ବ୍ୟକ୍ତିତ୍ୱ କିମ୍ବା ବ୍ୟବହାରରେ ବିଚଳିତ ନ ହୋଇ, ତାଙ୍କୁ ନିଜର ଅହଂକାର ସହ ବଞ୍ଚିବାକୁ ଛାଡ଼ିଦେବା ଉଚିତ ହେବ।“
ଠିକ୍‌ ଏତିକିବେଳେ ବନ୍ଧୁଙ୍କ ଶାଳକ ମହୋଦୟ ତାଙ୍କ ଘରପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ ଜଣାଇବାକୁ ଆସି କହିଲେ,ଅଳ୍ପ କିଛି ଟଙ୍କା ଖଟାଇ ଛୋଟ କୁଡ଼ିଆଟେ କରିଛି। ଆପଣଙ୍କ ପାଦ ପଡ଼ିଲେ, ତା’ର ସୌନ୍ଦର୍ଯ୍ୟ ବଢ଼ିଯିବ। ଉତ୍କଣ୍ଠାର ସହ ପଚାରିଲି, କେତେ ଟଙ୍କା ଖର୍ଚ୍ଚ ହେଲା? ଉତ୍ତର ମିଳିଲା, ମୋର ତ ଛୋଟିଆ ଚାକିରିଟେ। ବେଶି ପଇସା କୁଆଡୁ ଆଣିବି? ମୁଁ ପୁଣି ଦୋହରାଇଲି,ତଥାପି, କେତେ ଖର୍ଚ୍ଚ ହେଲା? ଏଥର ସରଳ ଉତ୍ତର, ଏଇ ପ୍ରାୟ ଅଢ଼େଇ କୋଟି। ପିଲାମାନଙ୍କ ବରାଦ ମୁତାବକ କୋଉ କରିହେଲା କି? ସେଥିପାଇଁ ଆଉ କୋଟିଏ ଲାଗିଥାନ୍ତା। ତଥାପି ମୋର ଜଣେ ସାଙ୍ଗ କହୁଥିଲା, ଘରଟା କାଳେ ଦେଖିଲା ଭଳିଆ ହେଇଛି। ଅନୁରୋଧ ଆପଣ ପ୍ରତିଷ୍ଠାଦିନ ନିଶ୍ଚୟ ଆସିବେ। ମୁରୁକି ହସି କହିଲି, ତମ ଭଳି ଜଣେ ସାଦାସିଧା, ନିରହଂକାରୀ ଲୋକର କୁଡ଼ିଆ ଦର୍ଶନ ପାଇଁ ନିଶ୍ଚୟ ଯିବି।
ମହୋଦୟ ଜଣକ ଫେରିଯିବା ପରେ ମୁଁ ବନ୍ଧୁଙ୍କୁ ଚାହେଁ ତ ସେ ଲଜ୍ଜାରେ ଲାଲ୍‌ ପଡ଼ିଯାଇଥିଲେ। କଥା ବାଆଁରେଇ କହିଲି, ସେଦିନ ମନେକରି ତମ ଶାଳକଙ୍କ ଘରର କିଛି ଫଟୋ ଉଠାଇଆଣିବ। କେହି କାହାକୁ କିଛି ନ କହି ଚୁପ୍‌ଚାପ୍‌ ବାଟ ଭାଙ୍ଗିଲୁ।
ଅଧ୍ୟାପକ, ଇଂରାଜୀ ବିଭାଗ, ନିଆଳି କଲେଜ
କଟକ, ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର: ଆକ୍ସନ ମୋଡରେ ନବୀନ

ଭୁବନେଶ୍ୱର,୨୧।୧: କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା। ସେ କହିଛନ୍ତି, ଉତ୍ତର ସନ୍ତୋଷଜନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri