ଗିରଫ ନା ଆମତ୍ସମର୍ପଣ

ଓ୍ବାଶିଂଟନ,୧।୪: ୨୦୦୬ ଜୁଲାଇ ମାସର କଥା। ଆମେରିକାର ତତ୍କାଳୀନ ବିଶିଷ୍ଟ ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ୬୦ ବର୍ଷ ହେଉଥିଲା। ୨୭ ବର୍ଷୀୟା ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସ (ମୂଳ ନାମ ଷ୍ଟେଫାନି କ୍ଲିଫ୍‌ଫୋର୍ଡ)ଙ୍କ ସହ ହୋଇଥିଲା ଟ୍ରମ୍ପ୍‌ଙ୍କ ପ୍ରଥମ ଦେଖା। ଏହି ସାକ୍ଷାତ ପରେ ଷ୍ଟର୍ମିଙ୍କ ସହ ଟ୍ରମ୍ପ୍‌ ଏକାଧିକ ଥର ଯୌନ ସମ୍ପର୍କ ରଖିଥିଲେ। ଏହି ଗୁପ୍ତ ସମ୍ପର୍କ ଦୁହଁିଙ୍କ ମଧ୍ୟରେ ସୀମିତ ଥିଲା। ୨୦୧୬ରେ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ବେଳେ ଏହା ପ୍ରଘଟ ହେଲେ ଅଡ଼ୁଆ ପରିସ୍ଥିତି ଉପୁଜିବା ଆଶଙ୍କା କରି ଟ୍ରମ୍ପ୍‌ ନିଜ ଓକିଲ ମାଇକେଲ୍‌ କୋହେନ୍‌ଙ୍କ ଜରିଆରେ ଷ୍ଟର୍ମିଙ୍କ ମୁହଁ ବନ୍ଦ କରାଇଥିଲେ। ଏଥିପାଇଁ ଟ୍ରମ୍ପ୍‌ ୧୩୦,୦୦୦ ଡଲାର ଦେଇଥିଲେ। ଟ୍ରମ୍ପ୍‌ ଅର୍ଗାନାଇଜେଶନ୍‌ ଅଧୀନ ଏକ ଜାଲ୍‌ କମ୍ପାନୀ ଜରିଆରେ ଏହି ଅର୍ଥ ପ୍ରଦାନ କରାଯାଇଥିଲା। ଷ୍ଟର୍ମିଙ୍କ ଏହି ଷ୍ଟୋରି ୨୦୧୮ରେ ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ ପ୍ରଘଟ କରିବା ପରେ ଟ୍ରମ୍ପ୍‌ଙ୍କ ଜୀବନରେ ଉଠିଥିଲା ଝଡ଼। ଷ୍ଟର୍ମିଙ୍କ ହଶ୍‌ ମନି ଅଭିଯୋଗକୁ ନେଇ ଗ୍ରାଣ୍ଡ୍‌ ଜୁରି ପକ୍ଷରୁ ତଦନ୍ତ ଚାଲିଥିଲା। ଏଥିରେ ଟ୍ରମ୍ପ୍‌ଙ୍କ ଦୋଷ ପ୍ରମାଣିତ ହୋଇଛି। ଏଥିଯୋଗୁ ତାଙ୍କ ବିରୋଧରେ ଆପରାଧିକ ମାମଲା ଚାଲିଛି। ଏପରି ଅଭିଯୋଗରେ ଦୋଷୀ ହେବାରେ ଆମେରିକା ଇତିହାସରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ ପୂର୍ବତନ ରାଷ୍ଟ୍ରପତି।
ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗକୁ ନେଇ ଗୁରୁବାର ମାନ୍‌ହାଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ନି ଅଲ୍‌ଭିନ୍‌ ବ୍ରାଗ୍‌ଙ୍କ ଅଫିସ୍‌ ପକ୍ଷରୁ ହଶ୍‌ ମନି ସମ୍ପର୍କିତ ଅଭିଯୋଗପତ୍ର ମଗାଯାଇଥିଲା। ଗ୍ରାଣ୍ଡ୍‌ ଜୁରି ଗୋଟିଏ ଭୋଟରେ ଅଭିଯୋଗପତ୍ରକୁ ଫେରାଇ ଦେଇଥିଲେ। ଟ୍ରମ୍ପ୍‌ ତାଙ୍କ ବିରୋଧରେ ଆଗତ ଅଭିଯୋଗର ଶୁଣାଣି ପାଇଁ ନ୍ୟୁୟର୍କ ଯିବେ। ସେ ଖୁବ୍‌ଶୀଘ୍ର ଆମତ୍ସମର୍ପଣ କରିପାରନ୍ତି। ପ୍ରତିବାଦୀ କୋର୍ଟରେ ହାଜର ନ ହେବା ପର୍ଯ୍ୟନ୍ତ ନ୍ୟୁୟର୍କରେ ବିଚାରପତିମାନେ ତାଙ୍କ ଅଭିଯୋଗ ପ୍ରଘଟ କରି ନ ଥାଆନ୍ତି। ତେଣୁ ଟ୍ରମ୍ପ୍‌ ମଙ୍ଗଳବାର କୋର୍ଟରେ ହାଜର ହୋଇ ଆମତ୍ସମର୍ପଣ କରିପାରନ୍ତି ବୋଲି ତାଙ୍କର ଜଣେ ଓକିଲ ନେଚେଲେସ୍‌ ସୂଚନା ଦେଇଛନ୍ତି। ନେଚେଲେସ୍‌ ଏବଂ ତାଙ୍କ ସହଯୋଗୀ ଜୋ ଟାକୋପିନା କହିଛନ୍ତି, ଟ୍ରମ୍ପ୍‌ କୌଣସି ଅପରାଧ କରିନାହାନ୍ତି। କୋର୍ଟରେ ଆମେ ଏହି ରାଜନୈତିକ ମାମଲାର କଡ଼ା ମୁକାବିଲା କରିବୁ। ଟ୍ରମ୍ପ୍‌ଙ୍କ ମତରେ ଡେମୋକ୍ରାଟ୍‌ମାନେ ଅକଳ୍ପନୀୟ କାର୍ଯ୍ୟ କରିଛନ୍ତି। ଜଣେ ନିରୀହ ବ୍ୟକ୍ତିଙ୍କୁ ଫସାଇଦେବା ନିର୍ବାଚନୀ ହସ୍ତକ୍ଷେପ ଛଡ଼ା କିଛି ନୁହେଁ। ଆମେରିକାର ନ୍ୟାୟ ବ୍ୟବସ୍ଥାକୁ ଜଣେ ପୂର୍ବତନ ରାଷ୍ଟ୍ରପତି ତଥା ଆଗାମୀ ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟିରୁ ପ୍ରାର୍ଥୀ ହେବାକୁ ଥିବା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଣ୍ଡିତ କରିବା ଲାଗି ଅସ୍ତ୍ର ଭାବେ ବ୍ୟବହାର କରିବା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଟ୍ରମ୍ପ୍‌ କ୍ଷୋଭ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ଟ୍ରମ୍ପ୍‌ଙ୍କ ପୂର୍ବତନ ଓକିଲ ମାଇକେଲ କୋହେନ୍‌ କହିଛନ୍ତି, ୨୦୧୬ ରାଷ୍ଟ୍ରପତି ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆଡଲ୍ଟ ଆକ୍ଟ୍ରେସ୍‌ ଷ୍ଟର୍ମିଙ୍କୁ ଚୁପ୍‌ କରାଇବା ପାଇଁ ୧୩୦,୦୦୦ ଡଲାର ଦେବାକୁ ଟ୍ରମ୍ପ୍‌ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଇଓଓ୍ବା କଲେଜ୍‌ ଅଫ୍‌ ଲ’ ୟୁନିଭର୍ସିଟି ପ୍ରଫେସର ଡେରେକ୍‌ ମୁଲ୍ଲେର କହିଛନ୍ତି, ଆମେରିକା ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବାକୁ ଥିବା ବ୍ୟକ୍ତିଙ୍କ ରେକର୍ଡ ସ୍ବଚ୍ଛ ହୋଇଥିବା ଜରୁରୀ ନୁହେଁ। ଆମେରିକାର ଆଇନ ଅନୁସାରେ ଜଣେ କାର୍ଯ୍ୟରତ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ। ଟ୍ରମ୍ପ୍‌ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ କ୍ଷମତା ବାହାରେ ଥିବାରୁ ତାଙ୍କୁ ଏହି ଆଇନଗତ ସୁରକ୍ଷା ମିଳିବ ନାହିଁ। ଅନ୍ୟପକ୍ଷେ ପୂର୍ବରୁ ୨ ଥର ମହାଭିଯୋଗରୁ ବର୍ତ୍ତିଯାଇଥିବା ୭୬ ବର୍ଷୀୟ ଟ୍ରମ୍ପ୍‌ଙ୍କ ରାଜନୈତିକ ଯାତ୍ରାରେ ଏହି ମାମଲା ପ୍ରତିବନ୍ଧକ ସାଜିପାରେ। ଆପରାଧିକ ମାମଲା ସତ୍ତ୍ୱେ ଟ୍ରମ୍ପ୍‌ ରାଷ୍ଟ୍ରପତି ଦୌଡ଼ରୁ ଓହରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଓଲଟା ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଏହା ତାଙ୍କୁ ସହାୟକ ହେବ ବୋଲି ଟ୍ରମ୍ପ୍‌ କହିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ୍‌ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ତେଣୁ ସେ ଗିରଫ ହେବେ ନା ଆମତ୍ସମର୍ପଣ କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri