ଗିରଫ ନା ଆମତ୍ସମର୍ପଣ

ଓ୍ବାଶିଂଟନ,୧।୪: ୨୦୦୬ ଜୁଲାଇ ମାସର କଥା। ଆମେରିକାର ତତ୍କାଳୀନ ବିଶିଷ୍ଟ ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ୬୦ ବର୍ଷ ହେଉଥିଲା। ୨୭ ବର୍ଷୀୟା ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସ (ମୂଳ ନାମ ଷ୍ଟେଫାନି କ୍ଲିଫ୍‌ଫୋର୍ଡ)ଙ୍କ ସହ ହୋଇଥିଲା ଟ୍ରମ୍ପ୍‌ଙ୍କ ପ୍ରଥମ ଦେଖା। ଏହି ସାକ୍ଷାତ ପରେ ଷ୍ଟର୍ମିଙ୍କ ସହ ଟ୍ରମ୍ପ୍‌ ଏକାଧିକ ଥର ଯୌନ ସମ୍ପର୍କ ରଖିଥିଲେ। ଏହି ଗୁପ୍ତ ସମ୍ପର୍କ ଦୁହଁିଙ୍କ ମଧ୍ୟରେ ସୀମିତ ଥିଲା। ୨୦୧୬ରେ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ବେଳେ ଏହା ପ୍ରଘଟ ହେଲେ ଅଡ଼ୁଆ ପରିସ୍ଥିତି ଉପୁଜିବା ଆଶଙ୍କା କରି ଟ୍ରମ୍ପ୍‌ ନିଜ ଓକିଲ ମାଇକେଲ୍‌ କୋହେନ୍‌ଙ୍କ ଜରିଆରେ ଷ୍ଟର୍ମିଙ୍କ ମୁହଁ ବନ୍ଦ କରାଇଥିଲେ। ଏଥିପାଇଁ ଟ୍ରମ୍ପ୍‌ ୧୩୦,୦୦୦ ଡଲାର ଦେଇଥିଲେ। ଟ୍ରମ୍ପ୍‌ ଅର୍ଗାନାଇଜେଶନ୍‌ ଅଧୀନ ଏକ ଜାଲ୍‌ କମ୍ପାନୀ ଜରିଆରେ ଏହି ଅର୍ଥ ପ୍ରଦାନ କରାଯାଇଥିଲା। ଷ୍ଟର୍ମିଙ୍କ ଏହି ଷ୍ଟୋରି ୨୦୧୮ରେ ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ ପ୍ରଘଟ କରିବା ପରେ ଟ୍ରମ୍ପ୍‌ଙ୍କ ଜୀବନରେ ଉଠିଥିଲା ଝଡ଼। ଷ୍ଟର୍ମିଙ୍କ ହଶ୍‌ ମନି ଅଭିଯୋଗକୁ ନେଇ ଗ୍ରାଣ୍ଡ୍‌ ଜୁରି ପକ୍ଷରୁ ତଦନ୍ତ ଚାଲିଥିଲା। ଏଥିରେ ଟ୍ରମ୍ପ୍‌ଙ୍କ ଦୋଷ ପ୍ରମାଣିତ ହୋଇଛି। ଏଥିଯୋଗୁ ତାଙ୍କ ବିରୋଧରେ ଆପରାଧିକ ମାମଲା ଚାଲିଛି। ଏପରି ଅଭିଯୋଗରେ ଦୋଷୀ ହେବାରେ ଆମେରିକା ଇତିହାସରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ ପୂର୍ବତନ ରାଷ୍ଟ୍ରପତି।
ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗକୁ ନେଇ ଗୁରୁବାର ମାନ୍‌ହାଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ନି ଅଲ୍‌ଭିନ୍‌ ବ୍ରାଗ୍‌ଙ୍କ ଅଫିସ୍‌ ପକ୍ଷରୁ ହଶ୍‌ ମନି ସମ୍ପର୍କିତ ଅଭିଯୋଗପତ୍ର ମଗାଯାଇଥିଲା। ଗ୍ରାଣ୍ଡ୍‌ ଜୁରି ଗୋଟିଏ ଭୋଟରେ ଅଭିଯୋଗପତ୍ରକୁ ଫେରାଇ ଦେଇଥିଲେ। ଟ୍ରମ୍ପ୍‌ ତାଙ୍କ ବିରୋଧରେ ଆଗତ ଅଭିଯୋଗର ଶୁଣାଣି ପାଇଁ ନ୍ୟୁୟର୍କ ଯିବେ। ସେ ଖୁବ୍‌ଶୀଘ୍ର ଆମତ୍ସମର୍ପଣ କରିପାରନ୍ତି। ପ୍ରତିବାଦୀ କୋର୍ଟରେ ହାଜର ନ ହେବା ପର୍ଯ୍ୟନ୍ତ ନ୍ୟୁୟର୍କରେ ବିଚାରପତିମାନେ ତାଙ୍କ ଅଭିଯୋଗ ପ୍ରଘଟ କରି ନ ଥାଆନ୍ତି। ତେଣୁ ଟ୍ରମ୍ପ୍‌ ମଙ୍ଗଳବାର କୋର୍ଟରେ ହାଜର ହୋଇ ଆମତ୍ସମର୍ପଣ କରିପାରନ୍ତି ବୋଲି ତାଙ୍କର ଜଣେ ଓକିଲ ନେଚେଲେସ୍‌ ସୂଚନା ଦେଇଛନ୍ତି। ନେଚେଲେସ୍‌ ଏବଂ ତାଙ୍କ ସହଯୋଗୀ ଜୋ ଟାକୋପିନା କହିଛନ୍ତି, ଟ୍ରମ୍ପ୍‌ କୌଣସି ଅପରାଧ କରିନାହାନ୍ତି। କୋର୍ଟରେ ଆମେ ଏହି ରାଜନୈତିକ ମାମଲାର କଡ଼ା ମୁକାବିଲା କରିବୁ। ଟ୍ରମ୍ପ୍‌ଙ୍କ ମତରେ ଡେମୋକ୍ରାଟ୍‌ମାନେ ଅକଳ୍ପନୀୟ କାର୍ଯ୍ୟ କରିଛନ୍ତି। ଜଣେ ନିରୀହ ବ୍ୟକ୍ତିଙ୍କୁ ଫସାଇଦେବା ନିର୍ବାଚନୀ ହସ୍ତକ୍ଷେପ ଛଡ଼ା କିଛି ନୁହେଁ। ଆମେରିକାର ନ୍ୟାୟ ବ୍ୟବସ୍ଥାକୁ ଜଣେ ପୂର୍ବତନ ରାଷ୍ଟ୍ରପତି ତଥା ଆଗାମୀ ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟିରୁ ପ୍ରାର୍ଥୀ ହେବାକୁ ଥିବା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଣ୍ଡିତ କରିବା ଲାଗି ଅସ୍ତ୍ର ଭାବେ ବ୍ୟବହାର କରିବା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଟ୍ରମ୍ପ୍‌ କ୍ଷୋଭ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ଟ୍ରମ୍ପ୍‌ଙ୍କ ପୂର୍ବତନ ଓକିଲ ମାଇକେଲ କୋହେନ୍‌ କହିଛନ୍ତି, ୨୦୧୬ ରାଷ୍ଟ୍ରପତି ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆଡଲ୍ଟ ଆକ୍ଟ୍ରେସ୍‌ ଷ୍ଟର୍ମିଙ୍କୁ ଚୁପ୍‌ କରାଇବା ପାଇଁ ୧୩୦,୦୦୦ ଡଲାର ଦେବାକୁ ଟ୍ରମ୍ପ୍‌ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଇଓଓ୍ବା କଲେଜ୍‌ ଅଫ୍‌ ଲ’ ୟୁନିଭର୍ସିଟି ପ୍ରଫେସର ଡେରେକ୍‌ ମୁଲ୍ଲେର କହିଛନ୍ତି, ଆମେରିକା ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବାକୁ ଥିବା ବ୍ୟକ୍ତିଙ୍କ ରେକର୍ଡ ସ୍ବଚ୍ଛ ହୋଇଥିବା ଜରୁରୀ ନୁହେଁ। ଆମେରିକାର ଆଇନ ଅନୁସାରେ ଜଣେ କାର୍ଯ୍ୟରତ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ। ଟ୍ରମ୍ପ୍‌ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ କ୍ଷମତା ବାହାରେ ଥିବାରୁ ତାଙ୍କୁ ଏହି ଆଇନଗତ ସୁରକ୍ଷା ମିଳିବ ନାହିଁ। ଅନ୍ୟପକ୍ଷେ ପୂର୍ବରୁ ୨ ଥର ମହାଭିଯୋଗରୁ ବର୍ତ୍ତିଯାଇଥିବା ୭୬ ବର୍ଷୀୟ ଟ୍ରମ୍ପ୍‌ଙ୍କ ରାଜନୈତିକ ଯାତ୍ରାରେ ଏହି ମାମଲା ପ୍ରତିବନ୍ଧକ ସାଜିପାରେ। ଆପରାଧିକ ମାମଲା ସତ୍ତ୍ୱେ ଟ୍ରମ୍ପ୍‌ ରାଷ୍ଟ୍ରପତି ଦୌଡ଼ରୁ ଓହରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଓଲଟା ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଏହା ତାଙ୍କୁ ସହାୟକ ହେବ ବୋଲି ଟ୍ରମ୍ପ୍‌ କହିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ୍‌ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ତେଣୁ ସେ ଗିରଫ ହେବେ ନା ଆମତ୍ସମର୍ପଣ କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri