୪୦ ହଜାର ହେକ୍ଟର ମୁଗ ଫସଲ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୧ା୪: ଜଗତ୍‌ସିଂହପୁର ଜିଲାରେ ଚଳିତବର୍ଷ ପାଖାପାଖି ୪୦ ହଜାର ହେକ୍ଟର ଜମିରେ ହୋଇଥିବା ମୁଗଚାଷ ମଧ୍ୟରୁ ଅଧିକାଂଶ ବହୁମାତ୍ରାରେ ପ୍ରଭାବିତ ହୋଇଛି। କାଳବୈଶାଖୀ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁ କିଛି ଜମିରେ ମୁଗ ଭଲ ସ୍ଥିତିରେ ଅଛି ଆଉ କିଛିଦିନ ବର୍ଷା ହେଲେ ତାହା ମଧ୍ୟ କ୍ଷତି ହୋଇଯିବ। ଏନେଇ ଚାଷୀକୁଳ ମୁଣ୍ଡରେ ହାତଦେଇ ବସିଛନ୍ତି।
ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ପାଖାପାଖି ୪୦ ହଜାର ହେକ୍ଟର ଜମିରେ ମୁଗ ଚାଷ କରାଯାଇଥିଲା। ଏବେ ଅମଳ ସମୟ। ଅମଳ ହୋଇଥିଲେ ୨ ଲକ୍ଷ କୁଇଣ୍ଟାଲ ମୁଗ ହୋଇଥାନ୍ତା। କିନ୍ତୁ ଖରାପ ପାଣିପାଗ ତଥା ବର୍ଷା ଯୋଗୁ ଏହି ଫସଲ ଗୁରୁତର ପ୍ରଭାବିତ ହୋଇଛି। କିଛି ଅଞ୍ଚଳରେ ବିଲରେ ପାଣି ଯୋଗୁ ମୁଗ ଅମଳ ସମ୍ଭବ ହେଉନି। ଏପରି କି ଅନେକ ସ୍ଥାନରେ ମୁଗ ଗଜା ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି।
ଏ ସମ୍ପର୍କରେ ନାଉଗାଁ ବ୍ଲକ ଗଳଧାରୀ ପଞ୍ଚାୟତ ଅନ୍ତର୍ଗତ ଏରଡ଼ା ଗ୍ରାମର ସରୋଜ କୁମାର ନାୟକ, ଅନ୍ତର୍ଯାମୀ ବିଶ୍ୱାଳ, ସନ୍ତୋଷ କୁମାର ରାଉତ, ସଞ୍ଜୟ କୁମାର ବିଶ୍ୱାଳ ପ୍ରମୁଖ କହିଛନ୍ତି, ସେମାନେ ଏବର୍ଷ ଅଧିକ ମୁଗ ଚାଷ କରିଛନ୍ତି। ଧାନକଟାରେ ବିଳମ୍ବ ଯୋଗୁ ମୁଗଚାଷରେ ବିଳମ୍ବ ହୋଇଥିଲା। ଏବେ ଏରଡ଼ା, ଗଳଧାରୀ ସମେତ ବିଭିନ୍ନ ମୌଜାରେ ମୁଗ ଫୁଲ ଧରିଛି। ବର୍ଷା ଯୋଗୁ ଫୁଲ ଝଡ଼ିଯିବା ସହ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିସହ ବିଲରେ ପାଣି ଜମିଯାଇଥିବାରୁ ଏହା ନ ଶୁଖିଲେ ବିପଦ ସୃଷ୍ଟି କରିପାରେ। ଆଉ କିଛିଦିନ ବର୍ଷା ଲାଗିରହିଲେ ପରିସ୍ଥିତି ଅଧିକ ବିଗିଡ଼ିଯିବ। କେବଳ ଫୁଲ ଧରିଥିବା ମୁଗ ନୁହେଁ, ଅମଳ ହେବାକୁ ଥିବା ମୁଗ ମଧ୍ୟ ପ୍ରଭାବିତ ହୋଇଛି। ଜିଲାର ସହସ୍ରାଧିକ ଏକର ଜମିରେ ଏଭଳି ସ୍ଥିତି ଉପୁଜିଥିବାରୁ ଚାଷୀ ନିରାଶ ହୋଇ ହାତଟେକି ବସିଛନ୍ତି ।
ଏ ସମ୍ପର୍କରେ ସ୍ଥାନୀୟ କେତେଜଣ କୃଷିବିତ୍‌ କହିଛନ୍ତି, ପାଖାପାଖି ୪/୫ ବର୍ଷ ହେବ ପାଣିପାଗରେ ବଡ଼ଧରଣର ପରିବର୍ତ୍ତନ ଆସିଛି। ଧାନ ଅମଳ ସମୟରେ ବର୍ଷା ହେଉଥିବାରୁ ଆଦର୍‌ରତା ବଢ଼ିଯାଉଛି। ତେଣୁ ଅମଳ ଡେରି ହୋଇଯାଉଛି। ଜମି ପାଗ ହେଲାପରେ ମୁଗ ବୁଣାଯାଉଛି। ମୁଗ ଅମଳବେଳକୁ କାଳବୈଶାଖୀ ଦାଉ ସାଧୁଛି। କେବଳ ଏତିକି ନୁହେଁ, ତା’ଭିତରେ ଅର୍ଥାତ୍‌ ଯେଉଁ ସମୟରେ ମୁଗଗଛକୁ ଉଷ୍ମତା ଦରକାର ସେତେବେଳେ ମଧ୍ୟ ବର୍ଷା ହୋଇଯାଉଛି। ଚଳିତବର୍ଷ ବର୍ଷା ହେବାରୁ ଏହି ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏପରି ସ୍ଥିତିରେ ଲୋକେ ନଭେମ୍ବର ସୁଦ୍ଧା ଯେପରି ଧାନ ଅମଳ ହୋଇପାରିବ ସେଭଳି ଅର୍ଥାତ୍‌ କମ୍‌ଦିନିଆ ଧାନ ଚାଷ କରିବା କଥା। ତାହାହେଲେ ମୁଗ ବିହନ ଠିକ୍‌ ସମୟରେ ବୁଣାଯାଇପାରନ୍ତା ଏବଂ କ୍ଷତି ହେବାର ସମ୍ଭାବନା କମିଯାଆନ୍ତା ବୋଲି ଚିନ୍ତା କରାଯାଉଛି । ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲା କୃଷି ଅଧିକାରୀ ନବକିଶୋର ମହାପାତ୍ର କହିଛନ୍ତି, ସେ ୨ ଦିନ ହେଲା କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ଭିତରେ ଯାହା ସୂଚନା ଅଛି ଜିଲାରେ ଡାଲିଜାତୀୟ ଫସଲ ଯଥା ମୁଗ, ବିରି, ଶୁଣ୍ଠି, ହରଡ଼ ଆଦି ପାଖାପାଖି ୬୦ ହଜାର ହେକ୍ଟର ଚାଷ ହୋଇଛି। କିନ୍ତୁ ଏବେ ମୁଗଚାଷ ବିଶେଷ ପ୍ରଭାବିତ ହୋଇଛି। ବିଶେଷକରି ବର୍ଷାପାଣି ନ କମିଲେ ଗଛ ପଚିଯିବାର ଆଶଙ୍କା ରହିଛି। ଜାନୁୟାରୀ ଶେଷରୁ ଫେବୃୟାରୀ ମଧ୍ୟରେ ମୁଗ ଫୁଲ ଧରିବା କଥା। କିନ୍ତୁ ଅନେକ ସ୍ଥାନରେ ବିଳମ୍ବ ହୋଇଛି। ମୋଟାମୋଟି କହିବାକୁ ଗଲେ ଅମଳ ହେବାକୁ ଥିବା ଏବଂ ଫୁଲ ଧରୁଥିବା ମୁଗ ଫସଲ କ୍ଷତିହେବା ଆଶଙ୍କା କରାଯାଉଛି। ଯେଉଁମାନଙ୍କର ଫୁଲ ଧରି ନ ଥିବ ସେମାନଙ୍କ ପାଇଁ ବର୍ଷା ଅନୁକୂଳ ହେବ। ତଥାପି କ୍ଷୟକ୍ଷତି ସମ୍ପର୍କରେ ଜିଲାର ସମସ୍ତ ବ୍ଲକରୁ ତଥ୍ୟ ମଗାଯାଇଛି। ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?