ଚୋରି ପାଇଁ ବନ୍ଦୋବସ୍ତ

ଭୁବନେଶ୍ୱର,୪।୧୦: ୨୦୧୫ ଅଗଷ୍ଟରେ ସ୍ଥାନୀୟ ନୟାପଲ୍ଲୀ ମମ୍‌ତାଜ ହାଇସ୍କୁଲ ସମ୍ମୁଖ ଖୋଲା ନାଳରେ ପଡ଼ି ଜଣେ ଛାତ୍ର ପ୍ରାଣ ହରାଇଥିଲେ। ଉକ୍ତ ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ପ୍ରବଳ କ୍ଷୋଭ ପ୍ରକାଶ ପାଇଥିଲା। ଏପରି କି ସରକାରଙ୍କ ଅପାରଗତା ଯୋଗୁ ଏଭଳି ଘଟଣା ଘଟିଲା ବୋଲି ସେତେବେଳେ ବିରୋଧୀ ଅଭିଯୋଗ କରିଥିଲେ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସବୁଆଡ଼ୁ ନିନ୍ଦିତ ହେବା ପରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ଘଟିବ ସେନେଇ ତତ୍କାଳୀନ ମେୟର ଅନନ୍ତ ନାରାୟଣ ଜେନା ସହରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ବିଏମ୍‌ସି ତା’ର ସମସ୍ତ ୬୭ ଓ୍ବାର୍ଡ ପରିସୀମା ମଧ୍ୟରେ ଆସୁଥିବା ୧୭୫୦ କି.ମି. ଡ୍ରେନର ଏକ ରୋଡମାପ ପ୍ରସ୍ତୁତ କରିଥିଲା। ସେଥିରୁ ଅତି ବିପଦସଙ୍କୁଳ ସ୍ଥାନ ଚିହ୍ନଟ କରାଯାଇ ଓ୍ବାଲ ଗାର୍ଡ ଓ ଗଲି ଟ୍ରାପ ସ୍ଥାପନ କରିବ ବୋଲି ଯୋଜନା ହୋଇଥିଲା। ସର୍ଭେରୁ ମିଳିଥିବା ୪୬ଟି ଗୁରୁତ୍ୱପୂର୍ଣ୍ଣ ଜଳ ନିଷ୍କାସନ ସ୍ଥାନରେ ଓ୍ବାଲ ଗାର୍ଡ ଲଗାଇବାକୁ ବିଏମ୍‌ସି ବଜେଟ ବ୍ୟବସ୍ଥା ସହ ୨୦୧୭-୧୮ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୩୬ଟି ସ୍ଥାନରେ ଓ୍ବାଲ ଗାର୍ଡ ଲଗାଇଥିଲା। ସ୍ଥାନ ଓ ପରିସୀମାର ଆବଶ୍ୟକତାକୁ ଦେଖି ପ୍ରତି ଓ୍ବାଲ ଗାର୍ଡ ପିଛା ପାଖାପାଖି ୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ଓ୍ବାଲ ଗାର୍ଡଗୁଡ଼ିକ ବିପଜ୍ଜନକ ସ୍ଥାନ ଯଥା, ନିକୋ ପାର୍କ(ବେହେରା ସାହି), ଏକାମ୍ର ବିହାର(ସାଲିଆ ସାହି), ଗଙ୍ଗନଗର (ଶିରିପୁର), ଡମଣା (ପଟିଆ), ବାଣୀବିହାର (ଭିଏସ୍‌ଏସ୍‌ ନଗର), ଏକାମ୍ର ହଲ (ବମିଖାଲ), ପାତ୍ରପଡ଼ା, ରବି ଟକିଜ, ଖଣ୍ଡଗିରି, ଜୟଦେବ ବିହାର, ଜିଜିପି, ଲକ୍ଷ୍ମୀ ସାଗର, ମଞ୍ଚେଶ୍ୱର ଏହି ଭଳି ୩୮ଟି ଅତି ପ୍ରଖର ଜଳ ନିଷ୍କାସନ ହେଉଥିବା ସ୍ଥାନଗୁଡ଼ିକରେ ମଜଭୁତ ଓ୍ବାଲଗାର୍ଡ ଲଗାଯାଇଥିଲା। ହେଲେ ସେଥିରୁ ୨୪ଟି ଓ୍ବାଲଗାର୍ଡ ଚୋରି ହୋଇଯାଇଛି। ଏ ସମ୍ପର୍କରେ ବିଭିନ୍ନ ଥାନାରେ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ୨୦୨୦ ନଭେମ୍ବର ୨୦ରେ ଡ୍ରେନେଜ୍‌ ବିଭାଗ ଡିଭିଜନ-୨ର କନିଷ୍ଠ ଯନ୍ତ୍ରୀ ଦିଲୀପ ସାହୁ ନୟାପଲ୍ଲୀ ଥାନାରେ ଏକ ଅଭିଯୋଗ କରିଥିଲେ। ୨୩ ତାରିଖରେ ପୋଲିସ କେବଳ ଘଟଣାସ୍ଥଳ ପରିଦର୍ଶନ କରି ଚୁପ୍‌ ବସିପଡ଼ିଛି। ଏବେ ଥାନାଧିକାରୀଙ୍କୁ ପଚାରିଲେ ସେ ନୂଆ ଆସିଛନ୍ତି ବୋଲି କହୁଛନ୍ତି। ଓ୍ବାଲଗାର୍ଡ ଆକାର ଏବଂ ଓଜନକୁ ଦେଖିଲେ ତାହା ବିନା ଗାଡ଼ିରେ ସ୍ଥାନାନ୍ତର ଅସମ୍ଭବ। ଏହା ସହ ଆଖପାଖ ଅଞ୍ଚଳରେ ଅନେକ ସିସିଟିଭି ରହିଛି। ଏହାସତ୍ତ୍ୱେ ଅଭିଯୁକ୍ତଙ୍କୁ ଧରିବାରେ ବିଭିନ୍ନ ଥାନାର ପୋଲିସ ବିଫଳ ହେବା ଏବଂ ଏନେଇ ବିଏମ୍‌ସି ଅଧିକାରୀ ଚୂପ ହୋଇ ବସିବା ସନ୍ଦେହ ସୃଷ୍ଟି କରୁଛି।
କେବଳ ଓ୍ବାଲଗାର୍ଡ ନୁହେଁ, ୨୫୦ରୁ ଊର୍ଦ୍ଧ୍ୱ ଗଲି ଟ୍ରାପ୍‌ ମଧ୍ୟ ବିଭିନ୍ନ ସ୍ଥାନରୁ ଚୋରି ହୋଇଗଲାଣି। କୌଣସି ସମୟରେ ଏଭଳି ଚୋରିକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ୨୦୧୭-୧୮ରେ ହକି ବିଶ୍ୱକପ ପାଇଁ ବନ୍ଦୋବସ୍ତ ବହୁ କୋଟି ଟଙ୍କାର ସୌନ୍ଦର୍ଯ୍ୟକରଣ ସାମଗ୍ରୀ ମଧ୍ୟ ଉଭାନ ହୋଇଯାଇଛି। ସହରର ପ୍ରମୁଖ ଏୟାର ପୋର୍ଟରୁ ଆଚାର୍ଯ୍ୟ ବିହାର, ବାପୁଜୀ ନଗରରୁ ବାଣୀବିହାର, ରାଜଭବନରୁ ନନ୍ଦନକାନନ ଆଦି ରୋଡରେ ଥିବା ଡିଭାଇଡରକୁ ସଫା କରି କୃତ୍ରିମ ଓ ପ୍ରାକୃତିକ ଗଛ ସହ ପ୍ରାୟ ୬ ହଜାର ଟ୍ରି ବକ୍ସ ସ୍ଥାପନ କରାଯାଇଥିଲା। ହେଲେ ହକି ସରିଲା ପରେ ସେ ସବୁ ସୌନ୍ଦର୍ଯ୍ୟକରଣ ଧୀରେ ଧୀରେ କୁଆଡ଼େ ସହରରୁ ଦୂରେଇ ଗଲାଣି।
ସେହିପରି ଗତ ୬ ବର୍ଷରେ ସହରର ସମସ୍ତ ମୁଖ୍ୟ ରୋଡ୍‌ରେ ମେଡିୟାନ ବା ରୋଡ୍‌ ଡିଭାଇଡର ଲଗାଯାଇଥିଲା। ୨୦୧୫ରେ ଏକ ବାଡ଼ ସଦୃଶ ଲୁହା ପାଇପ ଡିଭାଇଡରର ବ୍ୟବସ୍ଥା କରାଯାଇଥିଲା। ପରେ ହକି ବିଶ୍ୱକପ ସମୟରେ ରୋଡ୍‌ର ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ଆଉ ଏକ ପ୍ରକାର(ବଙ୍କେଇ ପାଇପ) ବାଡ଼ା ଡିଭାଇଡରରେ ଲଗାଯାଇଥିଲା। ହକି ପରେ ପରେ ସେ ସବୁ ବାଡ଼ା ମଧ୍ୟ ଅଧିକାଂଶ ଚୋରି ହୋଇଯାଇଛି। ଏସବୁରୁ ସ୍ପଷ୍ଟ ହେଉଛି ଯେ, ରାଜଧାନୀ ଭୁବନେଶ୍ୱରରେ ସରକାରୀ ସମ୍ପତ୍ତି ଚୋରି କରିବା ପାଇଁ ଏକ ସଂଗଠିତ ଗୋଷ୍ଠୀ ସକ୍ରିୟ ରହିଛନ୍ତି। ସମ୍ପୃକ୍ତ ଗୋଷ୍ଠୀ ପୋଲିସ ଓ ପ୍ରଭାବଶାଳୀଙ୍କ ଛତ୍ରଛାୟା ତଳେ ରହୁଥିବାରୁ ଧରା ପଡ଼ୁନାହାନ୍ତି ବୋଲି ଆଇନଜୀବୀ ସୁରେଶ ରାଉତରାୟ କହିଛନ୍ତି।
କିଛି ବର୍ଷ ତଳେ ଅବସର ନେଇଥିବା ବିଏମ୍‌ସିର ଜଣେ ଯନ୍ତ୍ରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଗତ ୬ବର୍ଷ ମଧ୍ୟରେ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଦିନ ଦ୍ୱିପ୍ରହରରେ ଚୋରି ହୋଇଛି। ଏହା ପଛରେ ସ୍ଥାନୀୟ ନେତାଙ୍କ ସହଯୋଗ ରହିଛି। ସହରର ସୌନ୍ଦର୍ଯ୍ୟକରଣକୁ ଲୋକେ ସ୍ବାଗତ କରୁଛନ୍ତି। ହେଲେ ଲୋକଙ୍କ ଆଖି ଆଗରେ ସେ ସବୁ ଚୋରି ହେଉଥିଲେ ମଧ୍ୟ ଆକ୍ରୋଶର ଶିକାର ଭୟରେ ସେମାନେ ନୀରବ ରହୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ଯେ, ବିଏମ୍‌ସି କର୍ତ୍ତୃପକ୍ଷ କିଭଳି ଚୁପ୍‌ ରହୁଛନ୍ତି ବୋଲି ଯନ୍ତ୍ରୀ ଜଣକ ପ୍ରଶ୍ନ ଉଠାଇଛନ୍ତି।
ଏସମ୍ପର୍କରେ ବିଏମ୍‌ସି କମିଶନରଙ୍କୁ ପଚାରିବାରେ ପୂର୍ବ କଥା ବିଷୟରେ ଅବଗତ ନ ଥିବା ସେ କହିଛନ୍ତି। ବିଏମ୍‌ସି ସାମଗ୍ରୀ ଚୋରି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ବିଭାଗୀୟ ମୁଖ୍ୟ ଯନ୍ତ୍ରୀ (ସିଟି ଇଞ୍ଜିନିଅର) ଅରୁଣ କୁମାର ନାୟକ କହିଛନ୍ତି ନୂଆ କରି ବିଏମ୍‌ସିରେ ଯୋଗ ଦେଇଛି। ଚୋରି ବିଷୟରେ ସ୍ଥାନୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହ ଆଲୋଚନା କଲା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri