Posted inଜାତୀୟ

୧୨ ଉଗ୍ରପନ୍ଥୀଙ୍କୁ ମୁକ୍ତ କଲା ସେନା

ଇମ୍ଫାଲ, ୨୬ା୬ : ମଣିପୁରରେ ସେନା ଯବାନମାନେ ଶନିବାର ଏକ ସ୍ବତନ୍ତ୍ର ଅଭିଯାନରେ ମେଇତି ଉଗ୍ରପନ୍ଥୀ ସଂଗଠନ କଙ୍ଗଲେଇ ୟାଓ୍ବଲ କାନ୍ନା ଲୁପ୍‌ (କଓ୍ବୋଇକେଏଲ୍‌)ର ୧୨ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ। ଏହି ସଂଗଠନ ୨୦୧୫ର ୬ ଡୋଗ୍ରା ୟୁନିଟ୍‌ ଉପରେ ଆକ୍ରମଣ ସମେତ ଅନେକ ଆକ୍ରମଣରେ ସମ୍ପୃକ୍ତ। ଗିରଫ ଉଗ୍ରପନ୍ଥୀଙ୍କ ମଧ୍ୟରେ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତ୍ମଘୋଷିତ ଲ୍ୟୁଟନାଣ୍ଟ କଲୋନେଲ ମୋଇରାଙ୍ଗଥେମ୍‌ ତାମ୍ବା ଓରଫ ଉତ୍ତମ ଥିଲେ, ଯିଏକି ଡୋଗ୍ରା ଆକ୍ରମଣର ମାଷ୍ଟରମାଇଣ୍ଡ। ତେବେ ସ୍ଥାନୀୟ ମହିଳାମାନଙ୍କ ନେତୃତ୍ୱରେ ୧,୨୦୦ରୁ ୧,୫୦୦ ଉତ୍ତ୍ୟକ୍ତ ଲୋକେ ସାରା ଦିନ ଘେରାଉ କରିବାରୁ ସେନା ୧୨ ଉଗ୍ରପନ୍ଥୀଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା। ସେନାକୁ ତା’ର କାମ କରିବାକୁ ଦିଆଯାଉ ବୋଲି ବାରମ୍ବାର ନିବେଦନ ସତ୍ତ୍ୱେ ଉତ୍ତ୍ୟକ୍ତ ଲୋକେ ଶୁଣି ନ ଥିଲେ। ସାଧାରଣ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ନ ହେବା ପାଇଁ ଉଗ୍ରପନ୍ଥୀମାନଙ୍କୁ ଛାଡ଼ିଦେବାକୁ ନିଷ୍ପତ୍ତି ନେଲୁ ବୋଲି ସେନା କହିଛି। ମହିଳାମାନଙ୍କ ନେତୃତ୍ୱରେ ଏତେ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ବଳପ୍ରୟୋଗ କରାଯାଇଥିଲେ ସାଧାରଣ ଲୋକ ମୃତାହତ ହେବାର ଆଶଙ୍କା ଥିଲା। ତେଣୁ ସ୍ଥିତିର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସମସ୍ତ ୧୨ ଜଣ କ୍ୟାଡରଙ୍କୁ ସ୍ଥାନୀୟ ନେତାଙ୍କୁ ହସ୍ତାନ୍ତର କରାଗଲା। ପରିସ୍ଥିତିକୁ ଚାହିଁ ପରିପକ୍ୱ ନିଷ୍ପତ୍ତି ନେବା ପାଇଁ ଅଭିଯାନର ନେତୃତ୍ୱ ନେଉଥିବା କମାଣ୍ଡରଙ୍କୁ ସେନା ପକ୍ଷରୁ ସୁପାରିସ କରାଯାଇଥିଲା।
ଉଗ୍ରପନ୍ଥୀମାନେ ମ୍ୟାନ୍‌ମାରରୁ ମଣିପୁରରେ ଅନୁପ୍ରବେଶ କରିଥିଲେ ବୋଲି ସେନା କହିଛି। ସେଠାକୁ ଅଧିକ ସୁରକ୍ଷା ବଳ ଯାଇଥିଲେ ମଧ୍ୟ ସେମାନଙ୍କୁ ଆଗକୁ ବଢ଼ିବାକୁ ଦିଆଯାଇ ନ ଥିଲା। ସ୍ଥାନୀୟ ଲୋକେ ବ୍ରିଜ୍‌ରୁ ପଟା ଖୋଲିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri