Posted inଜାତୀୟ

୨୩,୦୦୦ କୋଟିର ଟିକସ ଠକେଇ

କୋଲକାତା/ଜୟପୁର,୨୬ା୬: ଭାରତର ଅନ୍ୟତମ ବୃହତ୍‌ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ‘ଶ୍ରୀ ସିମେଣ୍ଟ’ କିଛିଦିନ ହେଲା ଏକ ଭୁଲ୍‌ କାରଣକୁ ନେଇ ଚର୍ଚ୍ଚାରେ ରହିଛି। କୋଲକାତାରେ ମୁଖ୍ୟାଳୟ ଥିବା ଏହି କମ୍ପାନୀ ବିରୋଧରେ ୨୩,୦୦୦ କୋଟି ଟଙ୍କା ଟିକସ ଠକେଇର ସାଂଘାତିକ ଅଭିଯୋଗ ଆସିଛି। ରାଜସ୍ଥାନରେ ଶ୍ରୀ ସିମେଣ୍ଟ ଲିମିଟେଡ୍‌ର ଅନେକ ସ୍ଥାନରେ ଆୟକର (ଆଇଟି) ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ ଚାଲିଛି। ଏହାକୁ ଦେଶର ଅନ୍ୟତମ ବୃହତ୍‌ ଟିକସ ଠକେଇ ବୋଲି କୁହାଯାଉଛି। କିନ୍ତୁ ଏହି ଅଭିଯୋଗକୁ କମ୍ପାନୀ ପକ୍ଷରୁ ମିଥ୍ୟା ଅଭିହିତ କରି ଖଣ୍ଡନ କରାଯାଇଛି।
କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆୟକର ଅଧିକାରୀମାନେ ଚଳିତ ସପ୍ତାହରେ ଶ୍ରୀ ସିମେଣ୍ଟର କୋଲକାତା ମୁଖ୍ୟାଳୟରେ ଦ୍ୱିତୀୟ ଥର ପାଇଁ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ୨୦୦ରୁ ଊର୍ଦ୍ଧ୍ୱ ଆଇଟି ଅଫିସର ନିୟୋଜିତ ହୋଇଛନ୍ତି। ରାଜସ୍ଥାନର ବ୍ୟାଓ୍ବର, ଜୟପୁର, ଚିତ୍ତୋରଗଡ଼ ଓ ଆଜମେର ୟୁନିଟ୍‌ ସମେତ ୨୪ ସ୍ଥାନରୁ ଅନେକ ଜାଲ୍‌ ଦସ୍ତାବିଜ ଠାବ ହୋଇଥିବା କୁହାଯାଉଛି। ସୂତ୍ରରୁ ଜଣାପଡ଼ିଛି ଯେ, ଏହି କମ୍ପାନୀ ପ୍ରତିବର୍ଷ ୧୨୦୦ରୁ ୧୪୦୦ କୋଟି ଟଙ୍କାର ଆୟକର ଠକେଇ କରିଥାଏ। ଟ୍ୟାକ୍ସ ଡିଡକ୍ସନ ନେଇ କମ୍ପାନୀ ଯାହା ଦାବି କରିଥାଏ, ତାହା ମିଛ। ଏହାର ଜାଲ୍‌ ଚୁକ୍ତିନାମା ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରାଜସ୍ବ ବାବଦରେ ବିପୁଳ ଅର୍ଥ କ୍ଷତି ସହିବାକୁ ପଡ଼ୁଛି। ଆଇଟି ବିଭାଗ ହାତରେ ଲାଗିଥିବା ଦସ୍ତାବିଜ ଅନୁସାରେ ମୋଟ ୨୩,୦୦୦ କୋଟି ଟଙ୍କାର ଟିକସ ଠକେଇ ହୋଇଛି। ଏପରି କି କୋଇଲା ଏବଂ ଏହାର ଦେୟ ପଇଠ କ୍ଷେତ୍ରରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଚଢ଼ାଉ ବେଳେ ପ୍ରଘଟ ହୋଇଥିବା ଗଣମାଧ୍ୟମଗୁଡ଼ିକ ରିପୋର୍ଟ କରିଛନ୍ତି। ଗ୍ରୁପ୍‌ ଚେୟାରମ୍ୟାନ୍‌ ଏଚ୍‌.ଏନ୍‌. ବାଙ୍ଗଡ଼ଙ୍କୁ ରବିବାର ଜେରା କରାଯାଇଛି। ଏହା ପୂର୍ବରୁ ଏମ୍‌ଡି ନୀରଜ ଅଖୋରିଙ୍କ ସମେତ ଆଉ କେତେଜଣଙ୍କୁ ମଧ୍ୟ ଅଧିକାରୀମାନେ ସମନ କରିଥିଲେ। ମାଇନିଂ ଏବଂ ରିୟଲ ଇଷ୍ଟେଟ୍‌ ବ୍ୟବସାୟ ସହ ଜଡ଼ିତ ଆଉ କେତୋଟି କମ୍ପାନୀ ମଧ୍ୟ ଆଇଟି ରାଡାରରେ ରହିଥିବା ବିଭାଗ ପକ୍ଷରୁ କୁହାଯାଉଛି। ଚଢ଼ାଉ ଖବର ଆସିବା ପରଠୁ ଏହି କମ୍ପାନୀର ଶେୟାର ମୂଲ୍ୟ ୨.୭% ଖସିଯାଇଛି। ମେ’ ୨୪ ପରେ ଏହା ହେଉଛି ଶ୍ରୀ ସିମେଣ୍ଟର ଇଣ୍ଟ୍ରାଡେ କାରବାରରେ ସର୍ବାଧିକ ହ୍ରାସ। ଶୁକ୍ରବାର କମ୍ପାନୀର ଶେୟାର ଭାଲ୍ୟୁ ୧.୯୯% କମିବା ସହ ୨୫,୧୫୯.୫୫ ଟଙ୍କାରେ ବନ୍ଦ ହୋଇଥିଲା। ଗତ ୫ ଟ୍ରେଡିଂ ସେସନ୍‌ରେ ଏହାର ଶେୟାର ୪.୪୮% ହ୍ରାସ ପାଇଥିଲା। ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଉପରୋକ୍ତ ସର୍ବେକ୍ଷଣ ପରେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ କମ୍ପାନୀ ଓ ଏହାର ଅଧିକାରୀମାନଙ୍କ ସମ୍ପର୍କରେ ବହୁ ନକାରାମତ୍କ ତଥ୍ୟ ପ୍ରସାର କରାଯାଉଛି। ଆମେ ସ୍ପଷ୍ଟ କରୁଛୁ ଯେ, ସର୍ଭେ ଏବେ ମଧ୍ୟ ଜାରି ରହିଛି। କମ୍ପାନୀର ସମ୍ପୂର୍ଣ୍ଣ ମ୍ୟାନେଜମେଣ୍ଟ ଟିମ୍‌ ଅଧିକାରୀମାନଙ୍କୁ ପୂରା ସହଯୋଗ କରୁଛନ୍ତି। ଗଣମାଧ୍ୟମରେ ଘୂରି ବୁଲୁଥିବା ଅନ୍ୟ ତଥ୍ୟଗୁଡ଼ିକ ଭୁଲ୍‌ ଏବଂ ତାହା କମ୍ପାନୀର ବିନା ପୂର୍ବ ଅନୁମତିରେ ପ୍ରକାଶ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?