Posted inଖେଳ

ସରକାରୀ ହସ୍ତକ୍ଷେପ ଲୋଡ଼ିଲେ ଆର୍ମି ଆଥ୍‌ଲେଟ

ନୂଆଦିଲ୍ଲୀ,୧୦ା୮(ପି.ଟି.): ଏସିଆନ ଗେମ୍ସର ପ୍ରସ୍ତୁତି ପାଇଁ ଅର୍ଥ ବାଧକ ସାଜିଥିବାରୁ କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ଜଣ ଆଥ୍‌ଲେଟ। ଭାରତୀୟ ସେନାରେ କାର୍ଯ୍ୟରତ ମେଜର ଅପୂର୍ବ ଦଭାଡେ ଓ ଦଫାଦାର ବିକାଶ କୁମାର ବୁଧବାର କ୍ରୀଡା ମନ୍ତ୍ରଣାଳୟ ଓ ଜାତୀୟ ଫେଡେରେଶନର ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି। ଉଭୟ ଖେଳାଳି ଇଭେଣ୍ଟିଂ ବା ଅଶ୍ୱଚାଳନାରେ ଅଂଶଗ୍ରହଣ କରିଥାନ୍ତି। ଉଭୟ ଖେଳାଳି ଫ୍ରାନ୍ସରେ ଜାତୀୟ କୋଚ୍‌ ରୋଡୋଲ୍ଫ ଶ୍ଚେରରଙ୍କ ଅଧୀନରେ ପ୍ରଶିକ୍ଷଣ ଗ୍ରହଣ କରୁଥିଲେ। ହାଙ୍ଗଝୌ ଏସିଆନ ଗେମ୍ସ ପାଇଁ ଜୁନ୍‌ ୧୫ରୁ ଉଭୟ ଫ୍ରାନ୍ସରେ ରହି ପ୍ରଶିକ୍ଷଣ ନେଉଛନ୍ତି। ତେବେ ଇକ୍ୱିଷ୍ଟ୍ରିଆନ୍‌ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଇଏଫ୍‌ଆଇ) ପକ୍ଷରୁ ରୋଡୋଲ୍ଫଙ୍କ ବେତନ ଦିଆଯାଇ ନ ଥିବାରୁ ଏମାନଙ୍କ ପ୍ରଶିକ୍ଷଣ ବନ୍ଦ ରହିଛି। ଅନ୍ୟ ଦୁଇ ଖେଳାଳି ଆଶିଷ ଲିମାୟେ ଓ ରାଜୁ ସିଂ ବ୍ୟକ୍ତିଗତ ସ୍ପନଶରଶିପ୍‌ରେ ଥିବାରୁ ରୋଡୋଲ୍ଫ ସେମାନଙ୍କ ପ୍ରଶିକ୍ଷଣ ଜାରି ରଖିଛନ୍ତି।
ମେଜର ଅପୂର୍ବ ଏ ନେଇ କେନ୍ଦ୍ର ସରକାର, ସାଇ ଓ ଇଏଫ୍‌ଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। କ୍ରୀଡା ମନ୍ତ୍ରାଳୟର ଉଦ୍ୟମ କାରଣରୁ ହିଁ ଏହି କୋଚିଂ କ୍ୟାମ୍ପ ସମ୍ଭବ ହୋଇଥିଲା। ମାତ୍ର ଅର୍ଥାଭାବ କାରଣରୁ ଜୁଲାଇ ୩୦ ପରଠାରୁ ଆମର ପ୍ରଶିକ୍ଷଣ ବନ୍ଦ ରହିଛି। ଟ୍ରେନିଂ ବନ୍ଦ ରହିଲେ ଏହା ଆମର ପ୍ରଦର୍ଶନକୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ। ଏସିଆନ୍‌ ଗେମ୍ସକୁ ଆଉ ମାତ୍ର ମାସେ ସମୟ ରହିଥିବାରୁ ସରକାର ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଇଏଫ୍‌ଆଇ ମହାସଚିବ କଲୋନେଲ ଜସବୀର ସିଂ ସମାନ ଘଟଣାକୁ ସ୍ବୀକାର କରିଛନ୍ତି। କେନ୍ଦ୍ର ସରକାରଙ୍କ ସହାୟତାରେ ଦୁଇମାସିଆ କ୍ୟାମ୍ପ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri