ବେକରେ ଛୁରି ଲଗାଇ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ମୁଖାପିନ୍ଧି ଲୁଟିନେଲେ ୧୫ ଭରି ସୁନା…

ଲାଞ୍ଜିଗଡ,୫।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଜନଗନ୍ନାଥପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆନନ୍ଦ ଅଗ୍ରୱାଲଙ୍କ ଘରେ ରାତି ଅଧରେ ବେକରେ ଛୁରି ଲଗାଇ ଲୁଟି ନେଲେ ଦୁର୍ବୃତ୍ତ ।

ସୂଚନା ଅନୁସାରେ, ରାତି ପ୍ରାୟ ୨ଟାରୁ ସାଢେ ୨ଟା ମଧ୍ୟରେ ୫ ରୁ ୬ ଜଣ ଡକାୟତ ମୁହଁରେ ମୁଖା ପିନ୍ଧି ସାମ୍ନା ଗେଟ ତାଲା ଭାଙ୍ଗି ଭିତରେ ଘର ଭିତରେ ପଶିଥିଲେ । ଆନନ୍ଦ ଅଗ୍ରୱାଲ ଏବଂ ତାଙ୍କ ସ୍ତ୍ରୀ ବବିତା ଅଗ୍ରୱାଲ ଶୋଇଥିବା ବେଳେ ତାଙ୍କୁ ଉଠାଇ ବେକରେ ଛୁରି ଲଗାଇ ନଗଦ ୧୦ ଲକ୍ଷ୍ ଟଙ୍କା ଓ ପ୍ରାୟ ୧୫ ଭରି ସୁନା ଓ ୨୦ ଭରି ରୁପା ନେଇଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଲାଞ୍ଜିଗଡ ଥାନାଧିକାରୀ ଯଶବନ୍ତ ହିଆଲ, ଏଏସଆଇ ବଳଭଦ୍ର ଗୌଡ଼ ପୋଲିସ ବଳ ସହିତ ପହଞ୍ଚି ତଦନ୍ତ କରୁଥିବା ବେଳେ ସନ୍ଧାନୀ କୁକୁର ଆସିଲେ ପୁରା ତଦନ୍ତ କରାଯିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Share