Posted inଜାତୀୟ

ଅରମାନ କୋହଲି ଗିରଫ…

ମୁମ୍ବାଇ,୨୯।୮: ଡ୍ରଗ୍ସ ମାମଲାରେ ଅଭିନେତା ଅରମାନ କୋହଲି ଗିରଫ ହୋଇଛନ୍ତି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଏନସିବି ପକ୍ଷରୁ କୋହଲିଙ୍କୁ ଗିରଫ କରାଯାଇଛି। ଶନିବାର ସାରେ ଏନସିବି କୋହଲିଙ୍କୁ ଘରେ ପଚରାଉଚରା କରିଥିଲେ। ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ୍‌ ଜବତ କରାଯାଇଥିଲା।
ଏନସିବି ଅନୁଯାୟୀ, ଜଣେ ଡ୍ରଗ୍ସ୍‌ ବେପାରୀଙ୍କ ମାଧ୍ୟମରେ କୋହଲିଙ୍କୁ ଯାଞ୍ଚ୍‌ ପରିସର ଭୁକ୍ତ କରାଯାଇଛି। ବଲିଉଡର ବହୁ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ଏହି ମାମଲାରେ ଜଡିତ ଅଛନ୍ତି। ତେଣୁ କୋର୍ଟରେ ଅରମାନଙ୍କୁ ସର୍ବାଧିକ ରିମାଣ୍ଡରେ ନେବାକୁ ଏନସିବି ପକ୍ଷରୁ ଚେଷ୍ଟା କରାଯିବ ବୋଲି କୁହାଯାଉଛି। କୋହଲି ପରେ ଆଗାମୀ ଦିନରେ ଆଉ କିଛି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବାର ସମ୍ଭାବନା ରହିଥିବା ଏନସିବି କହିଛି। ଜଣେ ବଡ ଡ୍ରଗ୍ସ ବ୍ୟବସାୟୀ ଅଜୟ ରାଜୁ ସିଂହ ଏଠାରୁ ଧରାପଡିଥିଲେ ଏବଂ ତାଙ୍କଠାରୁ ୨୫ ଗ୍ରାମ ଏମ୍‌ଡ଼ି ଜବତ କରିଥିଲେ। ଏନ୍‌ଡିପିଏସ୍‌ ଆକ୍ଟର ଧାରା ୨୧ (ଏ), ୨୭ (ଏ), ୨୮, ୨୯, ୩୦, ଏବଂ ୩୫ ଅନୁଯାୟୀ କୋହଲିଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ, ଏନଡିପିଏସ ଆକ୍ଟର ଧାରା ୨୨ ବି (ଏ), ୨୭ ଏ, ୨୮, ୨୯, ୩୦, ଏବଂ ୩୫ ଅନୁଯାୟୀ ଅଜୟ ରାଜୁ ସିଂହଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି ଯେ ଏହି ମାମଲାର ଚେର ବିଦେଶୀ ଦେଶ ସହ ଜଡିତ। ଉଦ୍ଧାର ହୋଇଥିବା କୋକେନ ଦକ୍ଷିଣ ଆମେରିକାର ବୋଲି କୁହାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri