କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର ଜିଲାର ଜଣେ ଆଜୀବନ କଏଦୀ ଜେଲରୁ ମୁକ୍ତି ପାଇଛନ୍ତି। ମୁକ୍ତିପ୍ରାପ୍ତ କଏଦୀ ହେଲେ ନବରଙ୍ଗପୁର ଥାନା ଅନ୍ତର୍ଗତ ହିର୍ଲିଡାଙ୍ଗିରି ଗ୍ରାମର ୪୬ ବର୍ଷୀୟ ଅର୍ଜୁନ ଜାନି। ସେ ସ୍ବର୍ଗତ ମୁକୁନ୍ଦ ଜାନିଙ୍କ ପୁଅ।
ସୂଚନା ଅନୁଯାୟୀ, ଅର୍ଜୁନ ୨୨ ବର୍ଷ ଧରି କାରାଗାରରେ ଦଣ୍ଡ ଭୋଗ କରିବା ପରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଜେଲରୁ ମୁକୁଳିଛନ୍ତି। ସୂଚନା ଥାଉକିା, ଗତ ୨୦୨୬ ମେ’୧୨ ଦ୍ରେ ପିଆର ବଣ୍ଡ ଜରିଆରେ କୋରାପୁଟ ମଣ୍ଡଳ କାରାଗାରରୁ ଅର୍ଜୁନଙ୍କୁ ଛଡ଼ାଯାଇଥିଲା। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଅର୍ଜୁନଙ୍କ ମୁକୁଳିବା ନେଇ ସମସ୍ତ କାଗଜପତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା କୋରାପୁଟ ମଣ୍ଡଳ କାରାଗାର ଅଧୀକ୍ଷକ କୁଆଁର ମାରାଣ୍ଡି ପ୍ରକାଶ କରିଛନ୍ତି।