Posted inଖେଳ

ଆର୍ଜେଣ୍ଟିନାର ‘ଗୋଲ୍ଡେନ ବୟ’

୧୯୬୦ ଅକ୍ଟୋବର ୩୦ରେ ଆର୍ଜେଣ୍ଟିନାର ବୁଏନ୍ସ ଆରିଜରେ ଜନ୍ମଗ୍ରହଣ କରିଥିବା ମାରାଡୋନା ୧୯୭୭ରୁ ୧୯୯୪ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ତରଫରୁ ପ୍ରତିନିଧିତ୍ୱ କରି ୯୧ ମ୍ୟାଚ୍‌ ଖେଳି ୩୪ଟି ଗୋଲ ସ୍କୋର କରିଥିଲେ। ୫ ଫୁଟ ୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ଫୁଟବଲ କିମ୍ବଦନ୍ତୀ ୪ଟି ଫିଫା ବିଶ୍ୱକପ୍‌ ଖେଳିବାର ସୁଯୋଗ ପାଇଥିଲେ। ୧୯୮୬ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା ୨-୧ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ସେ ୨ଟି ଯାକ ଗୋଲ ସ୍କୋର କରିଥିଲେ ଓ ଏହି ଦୁଇଟି ଗୋଲ ବିଭନ୍ନ କାରଣରୁ ପ୍ରସିଦ୍ଧ ଥିଲା। ପ୍ରଥମ ଗୋଲ ‘ହ୍ୟାଣ୍ଡ ଅଫ୍‌ ଗଡ୍‌’ ନାମରେ ପରିଚିତ। ସେହିପରି ଦ୍ୱିତୀୟ ଗୋଲକୁ ଫିଫା ‘ଗୋଲ ଅଫ୍‌ ଦି ସେଞ୍ଚୁରି’ର ମାନ୍ୟତା ପ୍ରଦାନ କରିଥିଲା। ଆର୍ଜେଣ୍ଟିନା ୨୦ ବର୍ଷରୁ କମ୍‌ ତରଫରୁ ୧୫ ମ୍ୟାଚ୍‌ ଖେଳି ୮ଟି ଗୋଲ ସ୍କୋର କରିଥିଲେ। ୨୦୨୦ ନଭେମ୍ବର ୨୫ରେ ତାଙ୍କ ମୃତ୍ୟୁରେ ଫୁଟବଲ ସ୍ତବ୍ଧ ହୋଇଯାଇଛି।

ଦୀର୍ଘ ଦୁଇ ଦଶନ୍ଧି ଧରି ବିଶ୍ୱ ଫୁଟବଲ୍‌ରେ ନିଜର ମନଲୋଭା ଶୈଳୀର ଖେଳ ପାଇଁ ବେଶ୍‌ ଚର୍ଚ୍ଚିତ ରହିଆସିଥିଲେ ମାରାଡୋନା। ଫୁଟବଲ ପାଗଳ ଦେଶ ଆର୍ଜେଣ୍ଟିନାରେ ସେ ‘ଗୋଲ୍ଡେନ ବୟ’ ନାମରେ ପରିଚିତ ଥିଲେ। ଜର୍ସି ନମ୍ବର ୧୦ ତାଙ୍କର ଫେଭରାଇଟ୍‌ ଥିଲା ଓ ଏହା ତାଙ୍କର ପର୍ଯ୍ୟାୟବାଚୀ ଥିଲା। ମାଷ୍ଟର ଅଫ୍‌ ଆଟାକ ଭାବେ ଜଣାଥିବା ମାରାଡୋନା ନିଜର ବୋଲ୍ଡ, ଫାଷ୍ଟ ଓ ଅନପ୍ରେଡିକ୍ଟେବଲ ଖେଳ ପାଇଁ ପ୍ରତିପକ୍ଷ ଶିବିରରେ ଆତଙ୍କ ସୃଷ୍ଟି କରୁଥିଲେ। ଅତି ସହଜରେ ଫୁଟବଲକୁ ନିଜ ନିୟନ୍ତ୍ରଣରେ ରଖୁଥିବା ମାରାଡୋନା ଗୋଟିଏ ଗୋଡରୁ ଅନ୍ୟଟିକୁ ବଲ୍‌ ଜଗ୍‌ କରିବାରେ ସିଦ୍ଧହସ୍ତ ଥିଲେ। ବାମ ଗୋଡରେ ଶଟ୍‌ ମାରି ସେ ଅନ୍ୟମାନଙ୍କୁ ଚକ୍‌ମା ଦେଉଥିଲେ ଓ ଏହା ତାଙ୍କର ମୁଖ୍ୟ ଅସ୍ତ୍ର ଥିଲା। ମସ୍ତିଷ୍କରେ ଚିନ୍ତା କରୁଥିଲେ ମଧ୍ୟ ତାଙ୍କ ଯୋଜନା ଗୋଡରେ ପ୍ରତିଫଳିତ ହେଉଥିଲା ବୋଲି ପୂର୍ବତନ ଫୁଟବଲର ସାଲଭାଟୋର ବାଗନି କହିଛନ୍ତି। କୋକେନ ସେବନ କରି ସେ ବିବାଦୀୟ ହୋଇପଡିଥିଲେ। ସେ ମଧ୍ୟ ୧୯୯୧ରେ ଡୋନିଂ ସ୍କାଣ୍ଡାଲରେ ଛନ୍ଦି ହୋଇପଡିଥିଲେ। ସେ ଏକାଧିକବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅତ୍ୟଧିକ ମଦ୍ୟପାନ ଓ ଖାଦ୍ୟ ଖାଇବା ଯୋଗୁ ସେ ୨୦୦୭ରେ ଅସୁସ୍ଥ ହୋଇପଡିଥିଲେ। ଆର୍ଜେଣ୍ଟିନାକୁ ବାଦ୍‌ ଦେଲେ ସେ ୟୁନାଇଟେଡ ଆରବ ଏମିରେଟ୍ସ କ୍ଲବ ଅଲ ଓ୍ବାସଲର କୋଚ୍‌ ରୂପେ କାର୍ଯ୍ୟ କରିଥିଲେ।
ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ମାରାଡୋନା ୮ ଭାଇ- ଭଉଣୀରେ ପଞ୍ଚମ ସନ୍ତାନ ଥିଲେ। ନିଜର ଅସାଧାରଣ ପ୍ରତିଭା ଯୋଗୁ ସେ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇପାରିଥିଲେ। ୨୦୦୧ରେ ମାରାଡୋନାଙ୍କୁ ଫିଫା କ୍ରୀଡ଼ା ଇତିହାସର ଅନ୍ୟତମ ଶ୍ରେଷ୍ଠ ବିବେଚିତ କରିଥିଲା। ମାରାଡୋନାଙ୍କ ଦ୍ୱାର ଆମେ ଅନୁପ୍ରାଣିତ ବୋଲି ଆର୍ଜେଣ୍ଟିନା ଷ୍ଟ୍ରାଇକର କାର୍ଲୋସ ତେଭେଜ କହିଛନ୍ତି। ସେ ଆମର ଓ ଲୋକଙ୍କର ଆଦର୍ଶ ଥିଲେ ବୋଲି ତେଭେଜ କହିଛନ୍ତି। ୧୯୮୬ ବିଶ୍ୱକପ୍‌ରେ ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫାଇନାଲରେ ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରି ଟାଇଟଲ ଜିତିଥିଲା। ସବୁ ବୟସ ବର୍ଗର ଫୁଟବଲରେ ସେ ବେଶ୍‌ ସଫଳତା ହାସଲ କରିଥିଲେ। ମାତ୍ର ୧୭ ବର୍ଷରେ ପଦାର୍ପଣ କରିଥିବାରୁ ତାଙ୍କୁ ୧୯୭୮ ବିଶ୍ୱକପ୍‌ ଦଳରେ ସ୍ଥାନ ଦିଆଯାଇ ନ ଥିଲା। ଆର୍ଜେଣ୍ଟିନା ଘରୋଇ ପରିବେଶରେ ଏହି ବିଶ୍ୱକପ୍‌ ଜିତିଥିଲା। ଆର୍ଜେଣ୍ଟିନା ଜୁନିୟର ଦଳରେ ସେ ପଦାର୍ପଣ କରିଥିଲେ। ମାରାଡୋନା ୮ ମିଲିୟନ ଆମେରିକୀୟ ଡଲାର ବିନିମୟରେ ବାର୍ସିଲୋନା ପାଇଁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ୧୯୮୪ରେ ବାର୍ସିଲୋନା ତାଙ୍କୁ ନାପୋଲିକୁ ବିକ୍ରି କରିଥିଲା। ତାଙ୍କ ପ୍ରଦର୍ଶନ ବଳରେ ନାପୋଲି ୧୯୮୭ରେ ଇଟାଲିଆନ ଲିଗ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଦୀର୍ଘ ୬୦ ବର୍ଷରେ ନାପୋଲି ପ୍ରଥମଥର ପାଇଁ ଏହି ସଫଳତା ପାଇଥିଲା।

୩ ଦିନିଆ ଶୋକ

ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବେର୍ଟୋ ଫର୍ନାଣ୍ଡିଜ୍‌ ଦେଶରେ ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ମାରାଡୋନାଙ୍କ ଦେହାନ୍ତରେ ବିଶ୍ୱର ନାମୀଦାମୀ କ୍ରୀଡ଼ାବିତ୍‌ମାନେ ଶୋକ ବ୍ୟକ୍ତ କରିଛନ୍ତି। ବ୍ରାଜିଲ କିମ୍ବଦନ୍ତୀ ଫୁଟବଲର ପେଲେ ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂ, ଜାମାଇକା କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟ, ଶ୍ରୀଲଙ୍କା ପୂର୍ବତନ କ୍ରିକେଟର ମାହେଲା ଜୟବର୍ଦ୍ଧନେ, ସୁରେଶ ରାଇନା ଶୋକ ପ୍ରକାଶ କରିଥିବା ବେଳେ ଭାରତୀୟ ଫୁଟବଲ ଦଳ ତରଫରୁ ମଧ୍ୟ ଶୋକବ୍ୟକ୍ତ କରାଯାଇଛି। ଆର୍ଜେଣ୍ଟିନା ସକ୍କର ଆସୋସିଏଶନ ମଧ୍ୟ ଟୁଇଟ୍‌ କରି ଶୋକ ପ୍ରକାଶ କରିଛି।

ସଂକ୍ଷେପରେ…..
ନାମ: ଡିଏଗୋ ଅର୍ମାଣ୍ଡୋ ମାରାଡୋନା
ଜନ୍ମ: ୩୦ ଅକ୍ଟୋବର ୧୯୬୦
ଜନ୍ମ ସ୍ଥାନ: ଲାନୁସ, ବୁଏନ୍ସ ଆୟାର୍ସ
ଉଚ୍ଚତା: ୫ ଫଟ୍‌ ୫ ଇଞ୍ଚ୍‌
ପ୍ଲେଇଙ୍ଗ୍‌ ପୋଜିଶନ: ଆଟାକିଙ୍ଗ୍‌ ମିଡ୍‌ଫିଲ୍ଡର
ମ୍ୟାଚ୍‌ (ଆର୍ଜେଣ୍ଟିନା ଜାତୀୟ ଦଳ): ୯୧
ଗୋଲ: ୩୪
ମ୍ୟାଚ୍‌ (ସିନିୟର କ୍ୟାରିୟର): ୪୯୧
ଗୋଲ: ୨୫୯


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri