Posted inଖେଳ

ଆର୍ଜେଣ୍ଟିନାର ‘ଗୋଲ୍ଡେନ ବୟ’

୧୯୬୦ ଅକ୍ଟୋବର ୩୦ରେ ଆର୍ଜେଣ୍ଟିନାର ବୁଏନ୍ସ ଆରିଜରେ ଜନ୍ମଗ୍ରହଣ କରିଥିବା ମାରାଡୋନା ୧୯୭୭ରୁ ୧୯୯୪ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ତରଫରୁ ପ୍ରତିନିଧିତ୍ୱ କରି ୯୧ ମ୍ୟାଚ୍‌ ଖେଳି ୩୪ଟି ଗୋଲ ସ୍କୋର କରିଥିଲେ। ୫ ଫୁଟ ୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ଫୁଟବଲ କିମ୍ବଦନ୍ତୀ ୪ଟି ଫିଫା ବିଶ୍ୱକପ୍‌ ଖେଳିବାର ସୁଯୋଗ ପାଇଥିଲେ। ୧୯୮୬ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା ୨-୧ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ସେ ୨ଟି ଯାକ ଗୋଲ ସ୍କୋର କରିଥିଲେ ଓ ଏହି ଦୁଇଟି ଗୋଲ ବିଭନ୍ନ କାରଣରୁ ପ୍ରସିଦ୍ଧ ଥିଲା। ପ୍ରଥମ ଗୋଲ ‘ହ୍ୟାଣ୍ଡ ଅଫ୍‌ ଗଡ୍‌’ ନାମରେ ପରିଚିତ। ସେହିପରି ଦ୍ୱିତୀୟ ଗୋଲକୁ ଫିଫା ‘ଗୋଲ ଅଫ୍‌ ଦି ସେଞ୍ଚୁରି’ର ମାନ୍ୟତା ପ୍ରଦାନ କରିଥିଲା। ଆର୍ଜେଣ୍ଟିନା ୨୦ ବର୍ଷରୁ କମ୍‌ ତରଫରୁ ୧୫ ମ୍ୟାଚ୍‌ ଖେଳି ୮ଟି ଗୋଲ ସ୍କୋର କରିଥିଲେ। ୨୦୨୦ ନଭେମ୍ବର ୨୫ରେ ତାଙ୍କ ମୃତ୍ୟୁରେ ଫୁଟବଲ ସ୍ତବ୍ଧ ହୋଇଯାଇଛି।

ଦୀର୍ଘ ଦୁଇ ଦଶନ୍ଧି ଧରି ବିଶ୍ୱ ଫୁଟବଲ୍‌ରେ ନିଜର ମନଲୋଭା ଶୈଳୀର ଖେଳ ପାଇଁ ବେଶ୍‌ ଚର୍ଚ୍ଚିତ ରହିଆସିଥିଲେ ମାରାଡୋନା। ଫୁଟବଲ ପାଗଳ ଦେଶ ଆର୍ଜେଣ୍ଟିନାରେ ସେ ‘ଗୋଲ୍ଡେନ ବୟ’ ନାମରେ ପରିଚିତ ଥିଲେ। ଜର୍ସି ନମ୍ବର ୧୦ ତାଙ୍କର ଫେଭରାଇଟ୍‌ ଥିଲା ଓ ଏହା ତାଙ୍କର ପର୍ଯ୍ୟାୟବାଚୀ ଥିଲା। ମାଷ୍ଟର ଅଫ୍‌ ଆଟାକ ଭାବେ ଜଣାଥିବା ମାରାଡୋନା ନିଜର ବୋଲ୍ଡ, ଫାଷ୍ଟ ଓ ଅନପ୍ରେଡିକ୍ଟେବଲ ଖେଳ ପାଇଁ ପ୍ରତିପକ୍ଷ ଶିବିରରେ ଆତଙ୍କ ସୃଷ୍ଟି କରୁଥିଲେ। ଅତି ସହଜରେ ଫୁଟବଲକୁ ନିଜ ନିୟନ୍ତ୍ରଣରେ ରଖୁଥିବା ମାରାଡୋନା ଗୋଟିଏ ଗୋଡରୁ ଅନ୍ୟଟିକୁ ବଲ୍‌ ଜଗ୍‌ କରିବାରେ ସିଦ୍ଧହସ୍ତ ଥିଲେ। ବାମ ଗୋଡରେ ଶଟ୍‌ ମାରି ସେ ଅନ୍ୟମାନଙ୍କୁ ଚକ୍‌ମା ଦେଉଥିଲେ ଓ ଏହା ତାଙ୍କର ମୁଖ୍ୟ ଅସ୍ତ୍ର ଥିଲା। ମସ୍ତିଷ୍କରେ ଚିନ୍ତା କରୁଥିଲେ ମଧ୍ୟ ତାଙ୍କ ଯୋଜନା ଗୋଡରେ ପ୍ରତିଫଳିତ ହେଉଥିଲା ବୋଲି ପୂର୍ବତନ ଫୁଟବଲର ସାଲଭାଟୋର ବାଗନି କହିଛନ୍ତି। କୋକେନ ସେବନ କରି ସେ ବିବାଦୀୟ ହୋଇପଡିଥିଲେ। ସେ ମଧ୍ୟ ୧୯୯୧ରେ ଡୋନିଂ ସ୍କାଣ୍ଡାଲରେ ଛନ୍ଦି ହୋଇପଡିଥିଲେ। ସେ ଏକାଧିକବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅତ୍ୟଧିକ ମଦ୍ୟପାନ ଓ ଖାଦ୍ୟ ଖାଇବା ଯୋଗୁ ସେ ୨୦୦୭ରେ ଅସୁସ୍ଥ ହୋଇପଡିଥିଲେ। ଆର୍ଜେଣ୍ଟିନାକୁ ବାଦ୍‌ ଦେଲେ ସେ ୟୁନାଇଟେଡ ଆରବ ଏମିରେଟ୍ସ କ୍ଲବ ଅଲ ଓ୍ବାସଲର କୋଚ୍‌ ରୂପେ କାର୍ଯ୍ୟ କରିଥିଲେ।
ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ମାରାଡୋନା ୮ ଭାଇ- ଭଉଣୀରେ ପଞ୍ଚମ ସନ୍ତାନ ଥିଲେ। ନିଜର ଅସାଧାରଣ ପ୍ରତିଭା ଯୋଗୁ ସେ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇପାରିଥିଲେ। ୨୦୦୧ରେ ମାରାଡୋନାଙ୍କୁ ଫିଫା କ୍ରୀଡ଼ା ଇତିହାସର ଅନ୍ୟତମ ଶ୍ରେଷ୍ଠ ବିବେଚିତ କରିଥିଲା। ମାରାଡୋନାଙ୍କ ଦ୍ୱାର ଆମେ ଅନୁପ୍ରାଣିତ ବୋଲି ଆର୍ଜେଣ୍ଟିନା ଷ୍ଟ୍ରାଇକର କାର୍ଲୋସ ତେଭେଜ କହିଛନ୍ତି। ସେ ଆମର ଓ ଲୋକଙ୍କର ଆଦର୍ଶ ଥିଲେ ବୋଲି ତେଭେଜ କହିଛନ୍ତି। ୧୯୮୬ ବିଶ୍ୱକପ୍‌ରେ ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫାଇନାଲରେ ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରି ଟାଇଟଲ ଜିତିଥିଲା। ସବୁ ବୟସ ବର୍ଗର ଫୁଟବଲରେ ସେ ବେଶ୍‌ ସଫଳତା ହାସଲ କରିଥିଲେ। ମାତ୍ର ୧୭ ବର୍ଷରେ ପଦାର୍ପଣ କରିଥିବାରୁ ତାଙ୍କୁ ୧୯୭୮ ବିଶ୍ୱକପ୍‌ ଦଳରେ ସ୍ଥାନ ଦିଆଯାଇ ନ ଥିଲା। ଆର୍ଜେଣ୍ଟିନା ଘରୋଇ ପରିବେଶରେ ଏହି ବିଶ୍ୱକପ୍‌ ଜିତିଥିଲା। ଆର୍ଜେଣ୍ଟିନା ଜୁନିୟର ଦଳରେ ସେ ପଦାର୍ପଣ କରିଥିଲେ। ମାରାଡୋନା ୮ ମିଲିୟନ ଆମେରିକୀୟ ଡଲାର ବିନିମୟରେ ବାର୍ସିଲୋନା ପାଇଁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ୧୯୮୪ରେ ବାର୍ସିଲୋନା ତାଙ୍କୁ ନାପୋଲିକୁ ବିକ୍ରି କରିଥିଲା। ତାଙ୍କ ପ୍ରଦର୍ଶନ ବଳରେ ନାପୋଲି ୧୯୮୭ରେ ଇଟାଲିଆନ ଲିଗ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଦୀର୍ଘ ୬୦ ବର୍ଷରେ ନାପୋଲି ପ୍ରଥମଥର ପାଇଁ ଏହି ସଫଳତା ପାଇଥିଲା।

୩ ଦିନିଆ ଶୋକ

ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବେର୍ଟୋ ଫର୍ନାଣ୍ଡିଜ୍‌ ଦେଶରେ ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ମାରାଡୋନାଙ୍କ ଦେହାନ୍ତରେ ବିଶ୍ୱର ନାମୀଦାମୀ କ୍ରୀଡ଼ାବିତ୍‌ମାନେ ଶୋକ ବ୍ୟକ୍ତ କରିଛନ୍ତି। ବ୍ରାଜିଲ କିମ୍ବଦନ୍ତୀ ଫୁଟବଲର ପେଲେ ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂ, ଜାମାଇକା କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟ, ଶ୍ରୀଲଙ୍କା ପୂର୍ବତନ କ୍ରିକେଟର ମାହେଲା ଜୟବର୍ଦ୍ଧନେ, ସୁରେଶ ରାଇନା ଶୋକ ପ୍ରକାଶ କରିଥିବା ବେଳେ ଭାରତୀୟ ଫୁଟବଲ ଦଳ ତରଫରୁ ମଧ୍ୟ ଶୋକବ୍ୟକ୍ତ କରାଯାଇଛି। ଆର୍ଜେଣ୍ଟିନା ସକ୍କର ଆସୋସିଏଶନ ମଧ୍ୟ ଟୁଇଟ୍‌ କରି ଶୋକ ପ୍ରକାଶ କରିଛି।

ସଂକ୍ଷେପରେ…..
ନାମ: ଡିଏଗୋ ଅର୍ମାଣ୍ଡୋ ମାରାଡୋନା
ଜନ୍ମ: ୩୦ ଅକ୍ଟୋବର ୧୯୬୦
ଜନ୍ମ ସ୍ଥାନ: ଲାନୁସ, ବୁଏନ୍ସ ଆୟାର୍ସ
ଉଚ୍ଚତା: ୫ ଫଟ୍‌ ୫ ଇଞ୍ଚ୍‌
ପ୍ଲେଇଙ୍ଗ୍‌ ପୋଜିଶନ: ଆଟାକିଙ୍ଗ୍‌ ମିଡ୍‌ଫିଲ୍ଡର
ମ୍ୟାଚ୍‌ (ଆର୍ଜେଣ୍ଟିନା ଜାତୀୟ ଦଳ): ୯୧
ଗୋଲ: ୩୪
ମ୍ୟାଚ୍‌ (ସିନିୟର କ୍ୟାରିୟର): ୪୯୧
ଗୋଲ: ୨୫୯


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri