ଆର୍ଜେଣ୍ଟିନାର ୬ ରଗ୍‌ବୀ ଖେଳାଳିଙ୍କୁ କରୋନା

ଓ୍ବେଲିଂଟନ, ୬ା୯ (ଏପି): କୋଭିଡ୍‌-୧୯ ଟେଷ୍ଟରେ ଆର୍ଜେଣ୍ଟିନା ଜାତୀୟ ରଗ୍‌ବୀ ଦଳର ୬ଜଣ ସଦସ୍ୟଙ୍କର ପଜିଟିଭ ଆସିଛି। ଏହି ଖେଳାଳିମାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ସେମାନଙ୍କୁ ଆଇସୋଲେଶନରେ ରଖାଯାଇଛି। କରୋନା ଆକ୍ରାନ୍ତ ଖେଳାଳିମାନେ ହେଲେ ଏମିଲିଆନୋ ପୋଫେଲି, ଜୁଆନ କ୍ରୁଜ୍‌ ମାଲିଆ, ବଟିଷ୍ଟା ଡେଲ୍‌ଗଏ, ବଟିଷ୍ଟା ପିଡେମଣ୍ଟ, ରୋଡ୍ରିଗୋ ଫର୍ନାଣ୍ଡିଜ କ୍ରିଆଡୋ ଏବଂ ଲୁକାସ ବୁର୍‌। ଏହି ଖବରପରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ନେଇ ହେବାକୁ ଥିବା ଚତୁଃରାଷ୍ଟ୍ରୀୟ ରଗ୍‌ବୀ ଟୁର୍ନାମେଣ୍ଟର ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Share