Posted inଖେଳ

ନକ୍‌ଆଉଟରେ ଆର୍ଜେଣ୍ଟିନା, ପୋଲାଣ୍ଡ

ଦୋହା, ୨।୧୨:ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛି। ନିଜର ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ହାରିବାପରେ ଦ୍ୱିତୀୟ ମ୍ୟାଚରେ ମେକ୍ସିକୋକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିବା ଲିଓନେଲ ମେସିଙ୍କ ଦଳ ବୁଧବାର ଅନ୍ତିମ ଲିଗ୍‌ ମ୍ୟାଚରେ ପୋଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରି ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଛି। ପରାଜିତ ହୋଇଥିଲେ ହେଁ ଏହି ଗ୍ରୁପ୍‌ରୁ ଅନ୍ୟତମ ଦଳଭାବେ ପୋଲାଣ୍ଡ ନକ୍‌ଆଉଟରେ ପହଞ୍ଚତ୍ଛି। ଏହି ଗ୍ରୁପ୍‌ର ଅନ୍ୟଏକ ମ୍ୟାଚରେ ମେକ୍ସିକୋ ୨-୧ ଗୋଲରେ ସାଉଦି ଆରବକୁ ପରାସ୍ତ କରିଛି। ତେବେ ଏହି ବିଜୟ ମେକ୍ସିକୋକୁ ନକ୍‌ଆଉଟକୁ ନେବାରେ ସହାୟକ ହୋଇ ପାରିନାହିଁ। କାରଣ ଉଭୟ ପୋଲାଣ୍ଡ ଓ ମେକ୍ସିକୋ ୩ ମ୍ୟାଚରୁ ୪ ପଏଣ୍ଟ ଲେଖାଏ ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିଛନ୍ତି। ତେବେ ଗୋଲ ବ୍ୟବଧାନରେ ପୋଲାଣ୍ଡ ଆଗକୁ ବଢ଼ିଛି।
ପେନାଲ୍ଟି ମିସ୍‌କଲେ ମେସି
୩୫ତମ ମିନିଟରେ ଆଲ୍‌ଭାରେଜଙ୍କ ଶଟ୍‌କୁ ସେଭ୍‌ କରିବାକୁ ଯାଇ ପୋଲାଣ୍ଡ ଗୋଲକିପର ଜେକ୍‌ଜେସନି ଫାଉଲ୍‌ କରିଥିଲେ। ରେଫରି ଭାର୍‌ (ଭିଡିଓ ଆସିଷ୍ଟାଣ୍ଟ ରେଫରି) ଚେକ୍‌ କରିବାପରେ ଆର୍ଜେଣ୍ଟିନାକୁ ସ୍ପଟ୍‌ କିକ୍‌ ସୁଯୋଗ ଦେଇଥିଲେ। ମାତ୍ର ମେସି ନିରାଶ କରିଥିଲେ। ତାଙ୍କ ଶଟ୍‌କୁ ଜେକ୍‌ଜେସ୍‌ନି ଦକ୍ଷତାର ସହ ସେଭ୍‌ କରି ଦେଇଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଅର୍ଥାତ୍‌ ୪୭ତମ ମିନିଟରେ ମୋଲିନାଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ଆଲେକ୍ସିସ ମ୍ୟାକ ଆଲିଷ୍ଟର ଆର୍ଜେଣ୍ଟିନାକୁ ଅଗ୍ରଣୀ ଦେଇଥିଲେ। ୬୭ତମ ମିନିଟରେ ଜୁଲିଆନ ଆଲଭାରେଜ ଗୋଲ ଦେଇ ଆର୍ଜେଣ୍ଟିନାର ବିଜୟକୁ ନିଶ୍ଚିତ କରି ଦେଇଥିଲେ।
ମେକ୍ସିକୋ ୨, ସାଉଦି ଆରବ ୧
ମେକ୍ସିକୋ-ସାଉଦି ଆରବ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲେ ହେଁ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ମେକ୍ସିକୋ ଏକ ଗୋଲ ସ୍କୋର କରି ସାଉଦି ଆରବ ଉପରେ ଚାପ ପକାଇଥିଲା। ୪୭ତମ ମିନିଟରେ ହେନରି ମାର୍ଟିନ ଗୋଲ ସ୍କୋର କରିଥିଲେ। ୫୨ତମ ମିନିଟରେ ଲୁଇସ କାଭେଜ ଆଉ ଏକ ଗୋଲ ଦେଇ ମେକ୍ସିକୋର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ୯୦+୫ ମିନିଟରେ ସାଉଦି ଆରବର ସଲିମ ଅଲଦାଓସାରି ଗୋଟିଏ ଗୋଲ ପରିଶୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri