Posted inଖେଳ

ନକ୍‌ଆଉଟରେ ଆର୍ଜେଣ୍ଟିନା, ପୋଲାଣ୍ଡ

ଦୋହା, ୨।୧୨:ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛି। ନିଜର ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ହାରିବାପରେ ଦ୍ୱିତୀୟ ମ୍ୟାଚରେ ମେକ୍ସିକୋକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିବା ଲିଓନେଲ ମେସିଙ୍କ ଦଳ ବୁଧବାର ଅନ୍ତିମ ଲିଗ୍‌ ମ୍ୟାଚରେ ପୋଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରି ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଛି। ପରାଜିତ ହୋଇଥିଲେ ହେଁ ଏହି ଗ୍ରୁପ୍‌ରୁ ଅନ୍ୟତମ ଦଳଭାବେ ପୋଲାଣ୍ଡ ନକ୍‌ଆଉଟରେ ପହଞ୍ଚତ୍ଛି। ଏହି ଗ୍ରୁପ୍‌ର ଅନ୍ୟଏକ ମ୍ୟାଚରେ ମେକ୍ସିକୋ ୨-୧ ଗୋଲରେ ସାଉଦି ଆରବକୁ ପରାସ୍ତ କରିଛି। ତେବେ ଏହି ବିଜୟ ମେକ୍ସିକୋକୁ ନକ୍‌ଆଉଟକୁ ନେବାରେ ସହାୟକ ହୋଇ ପାରିନାହିଁ। କାରଣ ଉଭୟ ପୋଲାଣ୍ଡ ଓ ମେକ୍ସିକୋ ୩ ମ୍ୟାଚରୁ ୪ ପଏଣ୍ଟ ଲେଖାଏ ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିଛନ୍ତି। ତେବେ ଗୋଲ ବ୍ୟବଧାନରେ ପୋଲାଣ୍ଡ ଆଗକୁ ବଢ଼ିଛି।
ପେନାଲ୍ଟି ମିସ୍‌କଲେ ମେସି
୩୫ତମ ମିନିଟରେ ଆଲ୍‌ଭାରେଜଙ୍କ ଶଟ୍‌କୁ ସେଭ୍‌ କରିବାକୁ ଯାଇ ପୋଲାଣ୍ଡ ଗୋଲକିପର ଜେକ୍‌ଜେସନି ଫାଉଲ୍‌ କରିଥିଲେ। ରେଫରି ଭାର୍‌ (ଭିଡିଓ ଆସିଷ୍ଟାଣ୍ଟ ରେଫରି) ଚେକ୍‌ କରିବାପରେ ଆର୍ଜେଣ୍ଟିନାକୁ ସ୍ପଟ୍‌ କିକ୍‌ ସୁଯୋଗ ଦେଇଥିଲେ। ମାତ୍ର ମେସି ନିରାଶ କରିଥିଲେ। ତାଙ୍କ ଶଟ୍‌କୁ ଜେକ୍‌ଜେସ୍‌ନି ଦକ୍ଷତାର ସହ ସେଭ୍‌ କରି ଦେଇଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଅର୍ଥାତ୍‌ ୪୭ତମ ମିନିଟରେ ମୋଲିନାଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ଆଲେକ୍ସିସ ମ୍ୟାକ ଆଲିଷ୍ଟର ଆର୍ଜେଣ୍ଟିନାକୁ ଅଗ୍ରଣୀ ଦେଇଥିଲେ। ୬୭ତମ ମିନିଟରେ ଜୁଲିଆନ ଆଲଭାରେଜ ଗୋଲ ଦେଇ ଆର୍ଜେଣ୍ଟିନାର ବିଜୟକୁ ନିଶ୍ଚିତ କରି ଦେଇଥିଲେ।
ମେକ୍ସିକୋ ୨, ସାଉଦି ଆରବ ୧
ମେକ୍ସିକୋ-ସାଉଦି ଆରବ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲେ ହେଁ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ମେକ୍ସିକୋ ଏକ ଗୋଲ ସ୍କୋର କରି ସାଉଦି ଆରବ ଉପରେ ଚାପ ପକାଇଥିଲା। ୪୭ତମ ମିନିଟରେ ହେନରି ମାର୍ଟିନ ଗୋଲ ସ୍କୋର କରିଥିଲେ। ୫୨ତମ ମିନିଟରେ ଲୁଇସ କାଭେଜ ଆଉ ଏକ ଗୋଲ ଦେଇ ମେକ୍ସିକୋର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ୯୦+୫ ମିନିଟରେ ସାଉଦି ଆରବର ସଲିମ ଅଲଦାଓସାରି ଗୋଟିଏ ଗୋଲ ପରିଶୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri