ବିବାହ କରିବାକୁ ଚିନ୍ତା କରୁଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଜାଣିନିଅନ୍ତୁ ଏହି ୫ କଥା, ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ମଧ୍ୟ ବହୁତ ସହାୟକ ହୋଇଥାଏ। ଚାଣକ୍ୟ ନୀତିରେ ଗୃହସ୍ଥ ଜୀବନର ଛୋଟରୁ ବଡ଼ ସମସ୍ୟା ଓ ତାର ନିରାକରଣ ବିଷୟ ବର୍ଣ୍ଣନା କରାଯାଇଛି। ଏହାଛଡ଼ା ନୀତିଶାସ୍ତ୍ରରେ ଜୀବନସାଥୀ ବାଛିବାକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ସେହି ନୀତିଗୁଡିକ ବିଷୟରେ …

– ଜଣେ ଆଭିମୁଖ୍ୟବାଦୀ ଝିଇ ଅସୁନ୍ଦର ହୋଇଥିଲେ ହେଁ ଜଣେ ପଣ୍ଡିତ ଏବଂ ଜ୍ଞାନୀ ବ୍ୟକ୍ତିଙ୍କ ପାଇଁ ସର୍ବୋତ୍ତମ। ଏଣୁ ବ୍ୟକ୍ତିଙ୍କୁ ସମାନ ଆଭିଜାତ୍ୟ ଦେଖି ବିବାହ କରିବା ଉଚିତ। ସର୍ବଦା ସମାନ ସ୍ତର ଏବଂ ଗୁଣ ଥିବା ଝିଅକୁ ବିବାହ କରିବା ଉଚିତ୍‌ ବୋଲି ଚାଣକ୍ୟ କହିଛନ୍ତି।

-ଚାଣକ୍ୟ କୁହନ୍ତି, କେବଳ ସାଥୀକୁ ନୁହେଁ, ତାଙ୍କ ପରିବାର, ଗୁଣ ଏବଂ ଚରିତ୍ର ଆଧାରରେ ଜୀବନସାଥୀ ଚୟନ କରାଯିବା ଉଚିତ। ଏହା ଝିଅମାନଙ୍କ ପାଇଁ ମଧ୍ୟ ସମାନ ଭାବେ ପ୍ରଯୁଜ୍ୟ। ସେମାନେ ପୁଅର ଗୁଣ, ଚରିତ୍ର ଏବଂ ପରିବାର ଦେଖିବା ପରେ ବିବାହ କରିବା ଉଚିତ।

– ଚାଣକ୍ୟ କହିଛନ୍ତି, ଜୀବନସାଥୀଙ୍କ ମଧ୍ୟରେ ଧୌର୍ଯ୍ୟ ଭଳି ଗୁଣ ରହିବା ଜରୁରୀ। ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଧୌର୍ଯ୍ୟ ଥିଲେ ଜୀବନ ଅଧିକ ଖୁସି ହୋଇଯାଏ। ଏହି ଗୁଣ ଯୋଗୁ ଦୁହେଁ କଠିନ ପରିସ୍ଥିତିରେ ମଧ୍ୟ ପରସ୍ପର ସହିତ ରହି ଅସୁବିଧାରୁ ମୁକ୍ତି ପାଇପାରିବେ।

– ଯେଉଁ ବ୍ୟକ୍ତି ଯିଏ ଧର୍ମ ଏବଂ କର୍ମରେ ବିଶ୍ୱାସ କରେ ସେ ଭଲ। ବିବାହ ପୂର୍ବରୁ, ଏହା ମଧ୍ୟ ଜାଣିବା ଉଚିତ୍‌ ଯେ ଜୀବନସାଥୀଙ୍କ ଧର୍ମ ଉପରେ କେତେ ବିଶ୍ୱାସ ଅଛି। କାରଣ ଚାଣକ୍ୟଙ୍କ ଅନୁଯାୟୀ ପରିବାରକୁ ସଠିକ ଦିଗ ଦେବା ପାଇଁ ମନୁଷ୍ୟର ଧର୍ମ ଏବଂ କର୍ମ ଉପରେ ବିଶ୍ୱାସ ରହିବା ଆବଶ୍ୟକ।

-ଶ୍ଲୋକ ଶେଷରେ ଚାଣକ୍ୟ କୁହନ୍ତି ରାଗ ମଣିଷକୁ ଶେଷ କରିଦିଏ। ଏଣୁ ଜୀବନସାଥୀ ରାଗି ହୋଇଥିଲେ ଜୀବନ ସୁଖମୟ ହେବା କଠିନ ହୋଇପଡେ। ଏଣୁ ବିବାହ ପୂର୍ବରୁ ବ୍ୟକ୍ତିଙ୍କୁ ଜୀବନସାଥୀ କେତେ ରାଗି ସେ ବିଷୟରେ ଜାଣିନେବା ଉଚିତ। କାରଣ ରାଗ ପରିବାରପାଇଁ ବେଶ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri