Posted inଫୁରସତ

ସ୍ଥାପତ୍ୟ ପ୍ରେମରେ ନରୋତ୍ତମ

ସେରାମିକ୍‌ ଓ ଟେରାକୋଟା କଳାରେ ସେ ତିଆରି କରନ୍ତି ଭିନ୍ନ ଭିନ୍ନ ପ୍ରକାରର କଳାକୃତି । ତାଙ୍କ ହାତଗଢ଼ା କଳାକୃତିଗୁଡ଼ିକୁ ଦେଖିଲେ ଯେ କେହି ବି ଖୁସି ହୋଇଯିବେ। ସେହି କଳାକୃତୀ ଭିତରେ ଥାଏ ପୌରାଣିକ ବିଷୟବସ୍ତୁ, ନାରୀ ଚରିତ୍ର ଓ ନାରୀଙ୍କ ରୂପ ଲାବଣ୍ୟ। ସେ ହେଲେ ଶିଳ୍ପୀ ନରୋତ୍ତମ ଦାସ। ଜନ୍ମ ୧୭ା୫ା୧୯୭୮ମସିହାରେ। ପିତା ବ୍ରହ୍ମାନନ୍ଦ ସାହୁ, ମା’ ନିର୍ମଳା ସାହୁ। ସେ କୁହନ୍ତି, ‘ଆମଘର କେନ୍ଦ୍ରାପଡ଼ା ଜିଲାର ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ଗ୍ରାମପଞ୍ଚାୟତର ବଙ୍ଗାରୀ ଗାଁରେ। ମୋ ବାପା ଜଣେ ସାଧାରଣ କୃଷକ, ମା’ଗୃହିଣୀ। ଆମେ ଦୁଇ ଭାଇ ଏବଂ ଦୁଇ ଭଉଣୀ। ପିଲାଟିଦିନରୁ ମୁଁ ମା’ ପକାଉଥିବା ଝୋଟି ଓ ମାଟି କଣ୍ଢେଇ ତିଆରି ଦେଖି ଦେଖି ସେଥିରୁ ଅନୁପ୍ରାଣିତ ହୋଇଥିଲି । ଗାଁ ବଙ୍ଗାରୀ ୟୁଜିଏମ୍‌ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ତଳକୁସୁମା ଗୋବିନ୍ଦପୁର ହାଇସ୍କୁଲରେ ୧୦ମ ପଢ଼ିଲି। ସେହି ସ୍କୁଲ ସମୟରେ ଗାଁ ସାଙ୍ଗମାନଙ୍କ ସହିତ ମିଶି ମାଟିରେ ଗଣେଶ ମୂର୍ତ୍ତି ଏବଂ ଅନ୍ୟାନ୍ୟ ମୂର୍ତ୍ତି ଗଢୁଥିଲି। ପାଠପଢ଼ା ଅପେକ୍ଷା ମୂର୍ତ୍ତି ତିଆରି କରିବାକୁ ବେଶି ଭଲ ପାଉଥିଲି। ଆମ ଗାଁରେ ଧନେଶ୍ୱର ଦାଦାଙ୍କ ଘରକୁ ଥରେ ଶିଳ୍ପୀ ଦେବରାଜ ସାହୁ ଆସିଥିଲେ। ତାଙ୍କର ବିଭିନ୍ନ କଳାକାରିଗରି ଦେଖି ଖୁସି ହୋଇ କହିଥିଲି ମୁଁ ଆପଣଙ୍କଠାରୁ କାରିଗରି କାମ ଶିଖିବି। ସେ କହିଲେ ୧୦ମ ପରେ ଆସିବୁ । ପରେ ମୁଁ ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ୨ବର୍ଷଧରି ଟେରାକୋଟା ବିଭାଗରେ ତାଲିମ ନେଲି। ତା’ ପରେ କିଛିବର୍ଷ ବେଙ୍ଗାଲୁରୁ ଯାଇ ସେରାମିକ କୋର୍ସ ଓ ୨ ବଷର୍ର୍ ଚଣ୍ଡିଗଡ଼ରେ ପେଣ୍ଟିଂରେ ଡିପ୍ଲୋମା କଲି। ଏହାପରେ ଧଉଳି ଚାରୁକଳା ମହାବିଦ୍ୟାଳୟର ସ୍ଥପତି ବିଭାଗରେ ୫ବର୍ଷ କୋର୍ସ କଲି। ୧୯୯୬ରୁ ମୁଁ ଏହି କାମ କରୁଛି। ପୌରାଣିକ ବିଷୟ ସହ ନାରୀଙ୍କ ରୂପ ଗୁଣକୁ ନେଇ କଳାକୃତୀ କରିବାରେ ମୋର ରୁଚି ରହିଛି। ସେହିପରି ଆଦିବାସୀକଳାକୁ ନେଇ ପାରମ୍ପରିକ ଓ ଆଧୁନିକ ଶୈଳୀରେ ମୂର୍ତ୍ତି ତିଆରି କରିଥାଏ। ମହାରାଷ୍ଟ୍ରରେ କେଭିଆଇସିରେ ପ୍ରାୟ ୧୨ବର୍ଷ ଧରି ସିନିୟର ଇନ୍‌ଷ୍ଟ୍ରକ୍ଟରଭାବେ କାମ କରିଥିଲି। ଭୁବନେଶ୍ୱର ଛଡ଼ା ଭାରତର ପ୍ରାୟ ସବୁ ସହରରେ ଆୟୋଜିତ ସେରାମିକ ଓ ଟେରାକୋଟା ଶିବିରରେ ଯୋଗଦେଇଛି। ସାଉଥସେଣ୍ଟର ଜୋନ, ଆଇଆଇଟିଏଚ୍‌ ନୂଆଦିଲ୍ଲୀ, ରାଷ୍ଟ୍ରୀୟ ଲଳିତକଳା ଏକାଡେମିଠାରେ ମୋର ହାତଗଢ଼ା କେତେକ ସେରାମିକ କଳାକୃତି ସ୍ଥାନ ପାଇଛି। ସେହିପରି ଆମେରିକାରେ ମୋର ‘ଟାଟୁ ଲେଡି’ ନାମକ ଏକ କଳାକୃତୀ ଅଛି, ଯେଉଁଥିରେ ଜଣେ ଆଦିବାସୀ ନାରୀ ହାତରେ ଟାଟୁ ରହିଛି।
ତାଙ୍କର ଏହି ପ୍ରତିଭା ପାଇଁ ତାଙ୍କୁ ରାଜ୍ୟ ଓ ଜାତୀୟସ୍ତରରେ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ଯେଉଁଥିରେ ଓଡ଼ିଶାରୁ ରାଜ୍ୟ ହସ୍ତକଳା ପୁରସ୍କାର, ନାଗପୁରରେ ସର୍ବଭାରତୀୟ ପେଣ୍ଟିଂକଳା ପୁରସ୍କାର ଥିବାବେଳେ ଚଳିତବର୍ଷ ୨୦୨୩ ରାଷ୍ଟ୍ରୀୟ ଲଳିତକଳା ଏକାଡେମି ତରଫରୁ ପୁରସ୍କାର ପାଇଁ ବି ମନୋନୀତ ହୋଇଛନ୍ତି। ସେ କୁହନ୍ତି,‘କଳାକ୍ଷେତ୍ରରେ ଅନେକ ବାଧାବିଘ୍ନ ଆସିଛି, ମାତ୍ର କେବେ ଭାଙ୍ଗିପଡ଼ିନାହିଁ । ମୋ ଭାଇ ଅନେକ ସମୟରେ ମୋତେ ସାହସ ଦେଇଛନ୍ତି । ଏବେ ‘ସର୍ଜନା’ ନାମରେ ଏକ ହସ୍ତକଳା ସଂସ୍ଥା ଗଢି ପିଲାମାନଙ୍କୁ ତାଲିମ ଦେଉଛି। ଯାହା ମତେ ବେଶ ଆତ୍ମସନ୍ତୋଷ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri