Posted inଖେଳ

ତୀରନ୍ଦାଜୀ: ପଦକ ଆଶା ଉଜ୍ଜୀବିତ ରଖିଲେ ଦୀପିକା

ଟୋକିଓ, ୨୯ା୭ (ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ବିଶ୍ୱର ନମ୍ବର ଓ୍ବାନ ତୀରନ୍ଦାଜ ଦୀପିକା କୁମାରୀ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ବୁଧବାର ମହିଳା ବ୍ୟକ୍ତିଗତ ବିଭାଗରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ଜେନିଫର ମୁସିନୋ ଫର୍ନାଣ୍ଡିଜଙ୍କୁ ୬-୪ରେ ପରାସ୍ତ କରି ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ଟିମ୍‌ମେଟ ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ କିନ୍ତୁ ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଅନ୍ୟତମ ଭାରତୀୟ ଭାବେ ଦୀପିକାଙ୍କ ସ୍ବାମୀ ଅତନୁ ଦାସ ପଦକ ଦୌଡ଼ରେ ରହିଛନ୍ତି। ଭାରତର ନମ୍ବର ଓ୍ବାନ ତଥା ବିଶ୍ୱର ୩୫ତମ ର଼୍ୟାଙ୍କିଙ୍ଗ୍‌ ଅତନୁ ଗୁରୁବାର ଓପନିଂ ରାଉଣ୍ଡ ଅଫ୍‌ ୬୪ରେ ଚାଇନିଜ ତାଇପେର ଡେଙ୍ଗ୍‌ ୟୁ-ଚେଙ୍ଗ୍‌ଙ୍କ ବିପକ୍ଷରେ ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଦୀପିକା ପୂର୍ବରୁ ଓପନିଂ ରାଉଣ୍ଡରେ ଭୁଟାନର କାର୍ମାଙ୍କ ବିପକ୍ଷରେ ବିଜୟ ହାସଲ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ପ୍ରଥମଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଯାଦବ ତାଙ୍କ ଓପନିଂ ରାଉଣ୍ଡରେ ବିଶ୍ୱର ୨ ନମ୍ବର ଗାଲସାନ ବାଜାରଝାପୋଭ୍‌ଙ୍କୁ ପରାସ୍ତ କରିଥିଲେ ହେଁ ଦ୍ୱିତୀୟ ରାଉଣ୍ଡରେ ବିଶ୍ୱ ଚାମ୍ପିୟନ ବ୍ରାଡି ଏଲିସନଙ୍କ ନିକଟରୁ ହାରିଯାଇଥିଲେ। ଅନ୍ୟପକ୍ଷରେ ତରୁଣଦୀପ ଦ୍ୱିତୀୟ ରାଉଣ୍ଡରେ ଇସ୍ରାଏଲର ଇଟେ ଶାନିଙ୍କଠାରୁ ପରାଜିତ ହୋଇ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri