Posted inଖେଳ

ଆଇପିଏଲ୍‌ ପ୍ରଥମ ଭାଗ ଖେଳିବେନି ଆର୍ଚର

ଅହମଦାବାଦ, ୨୨।୩ (ପି.ଟି.)-ଡାହାଣ କହୁଣିରେ ଆଘାତ ଲାଗିଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ ଭାଗ ଖେଳିବେନି ଇଂଲଣ୍ଡର ଷ୍ଟାର ପେସ୍‌ ବୋଲର ଜୋଫ୍ରା ଆର୍ଚର। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ ରବିବାର ଏହି ସୂଚନା ଦିଆଯାଇଛି। ମଙ୍ଗଳବାରଠାରୁ ପୁଣେଠାରେ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ରବିବାର ଘୋଷଣା କରାଯାଇଥିବା ୧୪ ଜଣିଆ ଦଳରୁ ଆର୍ଚରଙ୍କୁ ବାଦ୍‌ ଦିଆଯାଇଛି। ଏହି ୨୫ବର୍ଷୀୟ ପେସ୍‌ ବୋଲର ସ୍ବଦେଶ ଫେରିଛନ୍ତି। ଆର୍ଚରଙ୍କ କିଭଳି ଚିକିତ୍ସା କରାଯିବ ତାହାର ଯୋଜନା ଇସିବି ମେଡିକାଲ ଟିମ୍‌ ସ୍ଥିର କରିବ। ଆର୍ଚରଙ୍କ କହୁଣିରେ ସମସ୍ୟା ଦେଖାଦେବାରୁ ସେ ଭାରତ ବିପକ୍ଷ ଅନ୍ତିମ ଟେଷ୍ଟ ଖେଳିପାରି ନ ଥିଲେ। କିନ୍ତୁ ଟି୨୦ ସିରିଜକୁ ପ୍ରତ୍ୟାବର୍ତ୍ତନ କରି ୭ ଉଇକେଟ ଅକ୍ତିଆର କରିଥିଲେ। ତନ୍ମଧ୍ୟରେ ଚତୁର୍ଥ ଗେମ୍‌ରେ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ୩୩/୪ ଅନ୍ତର୍ଭୁକ୍ତ। ଚଳିତବର୍ଷ ଆଇପିଏଲ୍‌ ଏପ୍ରିଲ ୯ରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଭାରତ ସହିତ ଖେଳିବାକୁ ପାକିସ୍ତାନ ରାଜି ହେବା ପରେ ରାତାରାତି ଦ୍ୱିଗୁଣିତ ହୋଇଗଲା ଫ୍ଲାଇଟ୍‌ ଟିକେଟ୍‌ ଦାମ୍‌

ନୂଆଦିଲ୍ଲୀ,୧୦।୨: ICC ସହିତ ଏକ ବୈଠକ ପରେ, ପାକିସ୍ତାନ କ୍ରିକେଟ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି ହୋଇଛି। ମ୍ୟାଚ ୧୫ ଫେବୃଆରୀରେ…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

Video: ଶ୍ରୀଲଙ୍କାରେ ପାକିସ୍ତାନ ଟିମ୍‌କୁ ଏମିତି କରାଗଲା ସ୍ବାଗତ! ଭାଇରାଲ ଭିଡ଼ିଓକୁ ନେଇ ମଜା ଉଡାଉଛନ୍ତି ୟୁଜର

ନୂଆଦିଲ୍ଲୀ,୧୦।୨: ICC T20 ବିଶ୍ୱକପ 2026 ଆରମ୍ଭ ହୋଇସାରିଛି, ଏବଂ ପାକିସ୍ତାନ ଦଳ ଶ୍ରୀଲଙ୍କାରେ ତାର ସମସ୍ତ ମ୍ୟାଚ ଖେଳୁଛି। ତଥାପି, କ୍ରିକେଟ ଅପେକ୍ଷା ଅଧିକ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri