ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଜମି ବ୍ୟବସାୟୀ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ମାମଲାରେ ଜମି ବ୍ୟବସାୟୀ ପ୍ରଭାତ ରଞ୍ଜନ ପତି ଶୁକ୍ରବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଛନ୍ତି। ଅର୍ଚ୍ଚନା- ଖଗେଶ୍ୱର କିଣିଥିବା ଜମି ବାବଦରେ ଇଡିର ସମନ ପରେ ସେ ହାଜର ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ, ଡ୍ରାଇଭର ଚନ୍ଦନ ଏବଂ ଫିଲ୍ମ ପ୍ରଯୋଜକ ମଧ୍ୟ ଇଡିରେ ହାଜର ହୋଇଥିଲେ।
ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ମାୟାଜାଲରେ ଫସାଇ ଟଙ୍କା ହଡ଼ପ କରିଥିବା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ଏବେ ଇଡି ଜାଲରେ ପଡିଛନ୍ତି। ଏହି ମାମଲାକୁ ନେଇ ଜଣଙ୍କ ପରେ ଜଣଙ୍କୁ ଇଡି ପଚରାଉଚରା ଚଳାଇଛି।