ନିଶା ଦେଇ ନଗ୍ନ ଭିଡିଓ କରିଥିଲେ ଅର୍ଚ୍ଚନା

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣାକୁ ୫ ଦିନ ବିତିଛି। ଦିନ ବଢ଼ିବା ସହ ଏହି ବ୍ଲାକ୍‌ମେଲ୍‌ରଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ ଆସୁଛି। ଅର୍ଚ୍ଚନାଙ୍କ ବ୍ଲାକ୍‌ମେଲର ଶିକାର ହୋଇଥିବା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦେଇଥିବା ଏତଲା କପି ସୋମବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅର୍ଚ୍ଚନା କିପରି ତାଙ୍କୁ ୩ କୋଟି ଟଙ୍କା ମାଗିବା ସହ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟିଦେବାକୁ ହତ୍ୟା ଧମକ ଦେଇଥିଲେ ତାହା ଜଣାପଡ଼ିଥିଲା। ଏବେ ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ନାମରେ ଅଭିଯୋଗ ଆଣିଥିବା ଜଣେ ପୀଡିତା ଯୁବତୀଙ୍କ ଏତଲା କପିରୁ ଆଉଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି। ନିଶା ଦେଇ ନଗ୍ନ ଭିଡିଓ କରିବା ପରେ ଉକ୍ତ ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରି ବଡ଼ବଡ଼ିଆଙ୍କ ସହ ଖରାପ ସମ୍ପର୍କ ରଖିବାକୁ ବାଧ୍ୟକରିଥିଲେ ବୋଲି ଜଣାପଡ଼ିଛି। ୨୦୧୮ରେ ଚାକିରି ଖୋଜିବା ପାଇଁ ଭୁବନେଶ୍ୱର ଆସିଥିବାବେଳେ ଅର୍ଚ୍ଚନାଙ୍କ ସହ ଉକ୍ତ ଯୁବତୀଙ୍କର ପରିଚୟ ହୋଇଥିଲା। ଖଣ୍ଡଗିରି ଜାଗମରାସ୍ଥିତ ଜଗନ୍ନାଥ ବିହାରରେ ଗୋଟିଏ କୋଠାରେ ଘରଭଡ଼ା ନେଇ ରହୁଥିବାରୁ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା। ଦିନେ ରାତିରେ ଅର୍ଚ୍ଚନା ଓ ଜଗବନ୍ଧୁ ପାର୍ଟି ନାଁରେ ନିଶା ପାନୀୟ ପିଆଇ ଅଚେତ କରିବା ପରେ ତାଙ୍କର ନଗ୍ନ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ଜରିଆରେ ତାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ। ଅର୍ଚ୍ଚନା ଗତ ଏପ୍ରିଲରେ ଅକ୍ଷୟ ପରିଜାଙ୍କ ମୋବାଇଲ ନମ୍ବର ଦେଇ ତାଙ୍କୁ ଫସାଇବାକୁ କହିଥିଲେ। ଏପରିକି ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ଅନେକ ଲୋକଙ୍କଠାରୁ ବଳପୂର୍ବକ କୋଟି କୋଟି ଟଙ୍କା ଆଦାୟ କରିଥିଲେ ବୋଲି ପୀଡିତା ତାଙ୍କ ଏତଲାରେ ଦର୍ଶାଇଥିଲେ। ପୋଲିସ ଏସବୁକୁ ଗଣମାଧ୍ୟମକୁ ଲୁଚାଇଥିଲେ ମଧ୍ୟ ଏତଲା କପି ଏସବୁକୁ ପଦାରେ ପକାଇ ଦେଇଛି।
ଭିଡିଓ କନ୍‌ଫରେନ୍ସରେ କୋର୍ଟରେ ହାଜର ହେଲେ ଅର୍ଚ୍ଚନା
ଜାମିନ ଆବେଦନର ବିଚାର ପାଇଁ ଅର୍ଚ୍ଚନାଙ୍କୁ ତାଙ୍କ ଓକିଲ ସମ୍ପର୍କରେ ସ୍ପଷ୍ଟ କରିବାକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ମଙ୍ଗଳବାର ବ୍ୟକ୍ତିଗତ ହାଜିରା ଦେବାକୁ ନିର୍ଦ୍ଦେଶ ଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ଭିଡିଓ କନ୍‌ଫରେନ୍ସରେ ଅର୍ଚ୍ଚନା ହାଜର ହୋଇଥିଲେ। ତାଙ୍କ ପକ୍ଷରୁ ୨ଜଣ ଓକିଲ ପାୱାର ଫାଇଲ କରିଥିଲେ। ଉଭୟଙ୍କ ମଧ୍ୟରୁ ସେ କାହାକୁ ରଖିବାକୁ ଚାହୁଁଛନ୍ତି ସେନେଇ କୋର୍ଟ ଅର୍ଚ୍ଚନାଙ୍କୁ ପଚାରିଥିଲେ। ଓକିଲ ଦେବାଶିଷ ମହାପାତ୍ର ତାଙ୍କ ପକ୍ଷରୁ ମାମଲା ପରିଚାଳନା କରିବେ ବୋଲି ଅର୍ଚ୍ଚନା ସ୍ପଷ୍ଟ କରିଥିଲେ।
ଖଗେଶ୍ୱରଙ୍କୁ ପୋଲିସର ଅନୁକମ୍ପାକୁ ନେଇ ଚର୍ଚ୍ଚା
ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କ ମୁଖ୍ୟ ସହଯୋଗୀ ଥିଲେ ଖଗେଶ୍ୱର। ବ୍ଲାକ୍‌ମେଲିଂ ଟଙ୍କାରେ ପଳାଶୁଣୀରେ ଜଗବନ୍ଧୁଙ୍କ ସହ ସେକେଣ୍ଡ ହ୍ୟାଣ୍ଡ୍‌ କାର୍‌ ଶୋ’ରୁମ୍‌ କରିଥିବା ଚର୍ଚ୍ଚା ହେଉଛି। ଏପରିକି ସତ୍ୟବିହାରରେ ମଧ୍ୟ ଅର୍ଚ୍ଚନାଙ୍କ ବିଳାସମୟ ଘରକୁ ଲାଗି ଖଗେଶ୍ୱର ବିପୁଳ ଟଙ୍କା ଖର୍ଚ୍ଚ କରି ଘର ତିଆରି କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୀଡିତାଙ୍କ ଏତଲାରେ ଖଗେଶ୍ୱରଙ୍କ ନାଁ ମଧ୍ୟ ରହିଛି। ହେଲେ ପୋଲିସ ଖଗେଶ୍ୱରଙ୍କୁ ଅନୁକମ୍ପା ଦେଖାଇ କେବଳ ପଚରାଉଚରା କରି ଛାଡ଼ି ଦେଇଥିବାରୁ ଆଉଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି, ଖଗେଶ୍ୱରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ପ୍ରମାଣ ମିଳିଲେ ତାଙ୍କ ଉପରେ ଦୃଢ଼ ପଦକ୍ଷେପ ନିଆଯିବ।
ଅର୍ଚ୍ଚନାଙ୍କ ନାଁରେ ୧୬ ଦଫା
ଅର୍ଚ୍ଚନାଙ୍କ ନାଁରେ ମାନବ ଚାଲାଣ, ନିଶା ବା ବିଷ ଦେବା, ଧମକାଇ ଟଙ୍କା ଆଦାୟ କରିବା, ଠକେଇ, ସମ୍ପତ୍ତି ହଡ଼ପ କରିବା ଆଦି ୧୬ ଦଫା ଲାଗିଛି। ସେଗୁଡ଼ିକ ହେଲା ଆଇପିସି ଦଫା ୩୪୧, ୩୨୮, ୩୨୪, ୩୫୪(ସି), ୩୭୦, ୩୮୬, ୩୮୭, ୩୮୮, ୩୮୯, ୪୧୯, ୪୨୦, ୪୬୫, ୫୦୬, ୧୨୦ (ବି) ଏବଂ ଆଇଟି ଆକ୍ଟର ଦଫା ୬୬ (ଇ) ଓ ୭୭। ହେଲେ କୋର୍ଟରେ ଏହାର ତଥ୍ୟ ଓ ପ୍ରମାଣ ରଖିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri