ଅର୍ଚ୍ଚନା ଏବଂ ଅଧିକାରୀ

ଭୁବନେଶ୍ବର,୧୦ା୧୦(ବ୍ୟୁରୋ): ରାଜ୍ୟର ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣାକୁ ନେଇ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିବାରେ ଲାଗିଛି। ବଡ଼ବଡ଼ିଆଙ୍କୁ ପ୍ରେମ ଜାଲରେ ପକାଇ ସେମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ସମୟର ଭିଡିଓ କରିବା ପରେ ତାକୁ ଧରି ଅର୍ଚ୍ଚନା ବ୍ଲାକ୍‌ମେଲ୍‌ କରୁଥିବା କୁହାଯାଉଛି। ଏହାରି ଭିତରେ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର, ଏମ୍‌ପି ଜୁଏଲ ଓରାମଙ୍କ ସହ ତାଙ୍କର ଫଟୋକୁ ନେଇ କେତେକ ଗଣମାଧ୍ୟମ ଖବର ପ୍ରସାରଣ କରୁଛନ୍ତି। ଏବେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଅର୍ଚ୍ଚନାଙ୍କ ସ୍ବାମୀ ଉଠାଇଥିବା ଏକ ଫଟୋ ମଧ୍ୟ ଭାଇରାଲ ହେଉଥିବା ବେଳେ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂ ଦେଓ ମଧ୍ୟ ଅର୍ଚ୍ଚନାଙ୍କ ବ୍ଲାକମେଲିଂର ଶିକାର ହୋଇଥିବା ନେଇ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମ ଖବର ପ୍ରସାରଣ କରିସାରିଲେଣି। ଏବେ ଦେଖାଯାଉଛି କେବଳ କେତେଜଣ ରାଜନୈତିକ ବ୍ୟକ୍ତି ଏବଂ ଏକ ବୃହତ୍‌ ଗହଣା ଦୋକାନୀଙ୍କ ପୁଅଙ୍କ ସମ୍ପର୍କରେ ଖବର ପ୍ରକାଶ କରାଯାଉଛି। ତେବେ ତାଲିକା ସେଇଠି ସରୁନାହିଁ। ଅର୍ଚ୍ଚନା ଅନେକ ଝିଅଙ୍କୁ ହାତେଇ ବିଭିନ୍ନ ଲୋକଙ୍କ ସେବା କରାଉଥିଲେ। ଅର୍ଚ୍ଚନାଙ୍କ ଜାଲରେ ପ୍ରଶାସନିକ ଅଧିକାରୀ ମଧ୍ୟ ପଡ଼ିଥିଲେ ବୋଲି କୁହାଯାଉଛି। ନେତାଙ୍କ ସହ ଅର୍ଚ୍ଚନାଙ୍କ ସମ୍ପର୍କ ଥିଲା ବୋଲି ଦର୍ଶାଯାଇ ସେମାନଙ୍କ ଫଟୋ ବାହାରକୁ ଆସୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କରେ ପଦୁଟିଏ କଥା ବାହାରକୁ ଛଡ଼ାଯାଉ ନ ଥିବା ଏବେ ପରିଲକ୍ଷିତ ହେଉଛି। ଯେଉଁ କେତୋଟି ଓଡିଆ ଗଣମାଧ୍ୟମ ଜନତାଙ୍କ ଦୃଷ୍ଟିକୁ ଭିନ୍ନବାଟରେ ନେବା ପାଇଁ ଲାଗିପଡିଛନ୍ତି ସେମାନଙ୍କ ମାଲିକମାନେ ରାଜନୈତିକ ଦୃଷ୍ଟିକୋଣରୁ ଏକଘରିଆ ହୋଇପଡିଥିବାରୁ କ୍ଷମତାର ନିକଟତର ହେବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଜାଣିଶୁଣି ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ନେତାଙ୍କ ସମ୍ପର୍କରେ କେତେକ ଗଣମାଧ୍ୟମ ଜରିଆରେ ଖବର ପ୍ରସାରଣ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ରବିବାର ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି, ଏହି ଘଟଣାରେ କେଉଁ ଆଇପିଏସ୍‌ ଓ ଆଇଏଏସ୍‌ ଅଧିକାରୀ ସମ୍ପୃକ୍ତ ଅଛନ୍ତି ତା’ର ତଦନ୍ତ ହେବା ଦରକାର।
ଅନ୍ୟପଟେ ଯଦି ଏହି ଘଟଣାରେ ପ୍ରଶାସନିକ ଅଧିକାରୀ କିମ୍ବା ଆଇପିଏସ୍‌ ଅଧିକାରୀଙ୍କ ସମ୍ପୃକ୍ତି ନାହିଁ ତେବେ କାହିଁକି ଏ କଥାରେ ପୋଲିସ ପାଟି ଖୋଲୁନାହିଁ, ଏହା ତଦନ୍ତ ସାପେକ୍ଷ ବୋଲି କେତେକ ଜାଣିବା ଶୁଣିବା ଲୋକଙ୍କଠାରୁ ଶୁଣିବାକୁ ମିଳୁଛି। ତେବେ ରବିବାର ଏହି ଘଟଣାରେ ଡିସିପି ପ୍ରତୀକ ସିଂ ଅଧିକ କିଛି ନ କହି ଅଳ୍ପ କିଛି ମାପିଚୁପି ନିଜର ମନ୍ତବ୍ୟ ରଖିଛନ୍ତି। ବଡ଼ବଡ଼ିଆଙ୍କ ସମ୍ପୃକ୍ତି କଥା ଆସିବା ପରେ ପୋଲିସ ପ୍ରଶାସନ ଯେମିତି ତତ୍ପରତା ଏହି ଘଟଣାରେ ଦେଖାଇବା କଥା ତାହା ମଧ୍ୟ ଦେଖା ଦେଉନାହିଁ। ତେବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲି ନ ଥିବାବେଳେ ଡିସିପି ପ୍ରତୀକ ସିଂ କହିଛନ୍ତି, ଏତଲା ମିଳିବା ପରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରାଯାଇଛି। ତାଙ୍କ ସ୍ବାମୀଙ୍କୁ ହାଜର ଲାଗି ନୋଟିସ୍‌ ହୋଇଛି। ଅର୍ଚ୍ଚନାଙ୍କ ବ୍ୟାଙ୍କ କାରବାର ସମ୍ପର୍କିତ ତଥ୍ୟ ଆର୍‌ବିଆଇ ଏବଂ ଜମିଜମା ଦସ୍ତାବିଜ ତଥ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମଗାଯାଇଛି। କେଉଁମାନେ ବ୍ଲାକମେଲର ଶିକାର ହୋଇଛନ୍ତି ତଦନ୍ତ ବେଳେ ଜଣାପଡ଼ିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଅର୍ଚ୍ଚନାଙ୍କ ସ୍ବାମୀ ଏବେ ଅସୁସ୍ଥ ଅଛନ୍ତି। ତାଙ୍କର ଅସ୍ତ୍ରୋପଚାର ହୋଇଥିବାରୁ ତାଙ୍କୁ ଜେରା କରିବା ସମ୍ଭବ ହୋଇନାହିଁ ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଅର୍ଚ୍ଚନାଙ୍କ ସାମାଜିକ ଗଣମାଧ୍ୟମରେ ଥିବା ସମସ୍ତ ଆଇଡି ବା ପେଜ୍‌କୁ ପୋଲିସ ଏବେ ବନ୍ଦ କରିଦେଇଛି। ତେଣୁ ତାଙ୍କର କେଉଁ ବଡ଼ବଡ଼ିଆଙ୍କ ସହ ସମ୍ପର୍କ ଥିଲା ସେନେଇ ସେ ଯେଉଁ ପୋଷ୍ଟ କରିଥିଲେ ତାକୁ ଦେଖିବା ସମ୍ଭବ ହେଉନାହିଁ। ଯଥା ତାଙ୍କ ଫେସ୍‌ବୁକ୍‌ ପେଜ ମଧ୍ୟ ଏବେ ଦେଖି ହେଉନାହିଁ। ଅର୍ଚ୍ଚନାଙ୍କ ଘଟଣାରେ ପୋଲିସ ଯେ କିଛି ଲୁଚାଇବାକୁ ଚାହୁଁଛି ସେକଥା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ପ୍ରଶାସନର ଅନେକ ବ୍ୟକ୍ତି ହିଁ ଏବେ କହୁଛନ୍ତି। ତେବେ ଏତେବଡ଼ ଏକ ଅଭିଯୋଗ ଏବଂ ଅପରାଧ ବିଷୟରେ ଜାଣିବା ପରେ ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ଗିରଫ କରା ନ ଯାଇ କେବଳ ହାଜର ହେବାକୁ ନୋଟିସ୍‌ ଦିଆଯିବା କଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅର୍ଚ୍ଚନା ୩ ଦିନରୁ ଅଧିକ ସମୟ ହେବ ଗିରଫ ହେବା ପରେ ତାଙ୍କ ସ୍ବାମୀଙ୍କୁ ପୋଲିସ ଅଟକ ନ ରଖିବା ପୋଲିସ ଭୂମିକାକୁ ସନ୍ଦେହ ଭିତରକୁ ନେଉଥିବା ଜଣେ ପୋଲିସ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ମତ ରଖିଛନ୍ତି। ସେ କହିଛନ୍ତି, ପୋଲିସ ଗୋଟିଏ ଦିନରେ ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀଙ୍କୁ ଗୋଟିଏ ସ୍ଥାନରୁ ଠାବକରି ଅଟକ ରଖିଥିଲା। ହେଲେ ପରବର୍ତ୍ତୀ ସମୟରେ ପୋଲିସ ତାଙ୍କ ସ୍ବାମୀଙ୍କୁ ଖସାଇ ଦେଇଛି। ଏହାଦ୍ୱାରା ଯେଉଁ ଅଧିକାରୀଙ୍କ ସମ୍ପର୍କରେ ତଥ୍ୟ ଅଛି ତାକୁ ହଟାଇବା ଲାଗି ଏହା ଏକ ବିଧିବଦ୍ଧ ଯୋଜନା। ଯଦି ଗୋଟିଏ ଦିନରେ ଚଢ଼ାଉ, ଗିରଫ ଏବଂ ତଦନ୍ତ ଆରମ୍ଭ କରି ଗଣମାଧ୍ୟମକୁ ପୋଲିସ ସ୍ପଷ୍ଟ ସୂଚନା ଦେବାକୁ ଚାହାନ୍ତା ତେବେ ପୋଲିସ ପ୍ରଶାସନ ପ୍ରତି ଲୋକମାନେ ସନ୍ଦେହ କରନ୍ତେ ନାହିଁ। ତେବେ ନେତାଙ୍କ କଥା ବାହାରକୁ ଆସୁଥିବା ବେଳେ କେଉଁ ଅଫିସରଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ପୋଲିସ ଅର୍ଚ୍ଚନାଙ୍କ କ୍ଷେତ୍ରରେ ଭିତିରିଆ ତଦନ୍ତ କରିବାକୁ ବାଧ୍ୟ ହେଉଛି ତାକୁ ନେଇ ଜଣେ ଭାଜପା ନେତା ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଜଣେ ଅବସରପ୍ରାପ୍ତ ଆଇଜି ପାହ୍ୟା ପୋଲିସ ଅଫିସରଙ୍କ କହିବାନୁଯାୟୀ, ଅର୍ଚ୍ଚନାଙ୍କ ବିରୋଧରେ ବ୍ଲାକମେଲ୍‌ର କୌଣସି ଏତଲା ଦାଏର ହୋଇ ନ ଥିବାରୁ ପୋଲିସଙ୍କ କାର୍ଯ୍ୟ ନିଶ୍ଚିତ ଭାବେ କଷ୍ଟକର। ଏଥିସହିତ ସେ ଆହୁରି ମଧ୍ୟ ଯୋଡ଼ିଲେ ଯେ, ଏହି ମହିଳାଙ୍କ ସହିତ ଜଣେ ଦୁଇ ଜଣ ସଚିବ ପାହ୍ୟା ଅଫିସରଙ୍କ ସମ୍ପୃକ୍ତି ରହିଥିବା ହେତୁ କୌଣସି ବାସ୍ତବ ତଥ୍ୟ ପଦାକୁ ଆସିବା ଭଳି ମନେହେଉନାହିଁ। ଅପରପକ୍ଷରେ ସରକାରଙ୍କୁ ସମର୍ଥନ କରୁଥିବା କେତୋଟି ଗଣମାଧ୍ୟମ ଏହି ଚାଞ୍ଚଲ୍ୟକର ଘଟଣାରେ ନେତାଙ୍କ ସମ୍ପୃକ୍ତି ଅଛି ବୋଲି କହିଲେ ଜନସାଧାରଣଙ୍କ ଦୃଷ୍ଟି ଭିନ୍ନ ଆଡେ ଚାଲିଯିବାର ସମ୍ଭାବନା ରହିଛି। ଏବେ ପୋଲିସ ସେହି ଅନୁସାରେ କାମ କରୁଥାଇପାରେ ବୋଲି ଏହି ଗଣମାଧ୍ୟମ ଖବରରୁ ବୁଝିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri