ହାଜିରାଠାରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା କରିବ ଆର୍ସେଲର ମିତ୍ତଲ

ନୂଆଦିଲ୍ଲୀ,୧୧।୧(ଅଭୟ ଦାଶ): ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଆର୍ସେଲର ମିତ୍ତଲ ଗୁଜରାଟର ହାଜିରାଠାରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା (ବିଶ୍ୱର ଏକକ ବୃହତମ ଇସ୍ପାତ ଉତ୍ପାଦନ କାରଖାନା) ନିର୍ମାଣ କରିବ ବୋଲି ୧୦ମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ-୨୦୨୪ରେ ଆର୍ସେଲେର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲ ଘୋଷଣା କରିଛନ୍ତି। ଏହା ସହିତ ଇସ୍ପାତ ଏବଂ ଖଣି କମ୍ପାନୀ ଆର୍ସେଲର ମିତ୍ତଲ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି। ଏପରିକି କମ୍ପାନୀ ତା’ର ହାଜିରା ପ୍ରକଳ୍ପ କ୍ଷେତ୍ରର ସମ୍ପ୍ରସାରଣରେ ନିୟୋଜିତ ରହିଛିି। ୨୦୨୯ ଶେଷ ସୁଦ୍ଧା ବାର୍ଷିକ ୨୪ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏକ ଅଦ୍ୱିତୀୟ କ୍ଷମତା ସହିତ ଏହା ଉପଲବ୍ଧ ହେବ, ଯାହାକି ଆର୍ସେଲର ମିତ୍ତଲ ସ୍ଥିତିକୁ ବିଶ୍ୱବ୍ୟାପୀ ଏକ ବୃହତ୍‌ ଏକକ ଇଣ୍ଟ୍ରିଗ୍ରେଟେଡ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭାବେ ଦୃଶ୍ୟପଟ ହେବ। ଅପରପକ୍ଷରେ ଆତ୍ମନିର୍ଭର ଭାରତ ଯାତ୍ରାରେ ଉଲ୍ଲେଖନୀୟ ଅବଦାନ ପାଇଁ କମ୍ପାନୀର ପ୍ରତିବଦ୍ଧତାର ଏକ ଅଂଶ ଭାବେ ଏହି ଘୋଷଣା କରାଯାଇଛି।
ଏ ସମ୍ପର୍କରେ ଆର୍ସେଲର ମିତ୍ତଲର ଚେୟାରମ୍ୟାନ ଲକ୍ଷ୍ମୀ ମିତ୍ତଲ କହିଛନ୍ତି, ଆତ୍ମନିର୍ଭରଶୀଳତା ଦିଗରେ ଯେକୌଣସି ଦେଶର ଯାତ୍ରା ପାଇଁ ଇସ୍ପାତ ହେଉଛି ଅନ୍ୟତମ ପ୍ରମୁଖ ଯୋଗଦାନକାରୀ ଉପାଦାନ। ଆମତ୍ନିର୍ଭର ଭାରତରେ ଷ୍ଟିଲର ଯୋଗଦାନ ଯଥା ଭିତ୍ତିଭୂମି, ସହରୀକରଣ, ନବୀକରଣ ଯୋଗ୍ୟ, ଅଟୋମୋବାଇଲ୍‌ ସହିତ ବୈଦ୍ୟୁତିକ ଯାନ, ପ୍ରତିରକ୍ଷା ଏବଂ ରେଳବାଇ ଭଳି ବିଭିନ୍ନ ପ୍ରୟୋଗକୁ ସମର୍ଥନ କରିଥାଏ। ଏପରିକି ସର୍ବଭାରତୀୟ ବୈଷୟିକ ଜ୍ଞାନକୌଶଳରେ ସର୍ବୋତ୍ତମ ଉନ୍ନତି ଆଣିବା ଦ୍ୱାରା ଆମେ ଗୁଣାତ୍ମକ ଉତ୍ପାଦଗୁଡିକ ବିକାଶ କରୁଛୁ, ଯାହା ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକରେ ଇସ୍ପାତ ଗ୍ରାହକଙ୍କୁ ଷ୍ଟାର୍ଟଅପ୍‌ ପ୍ରତିଯୋଗିତାରେ ସାହାଯ୍ୟ କରିବ।
ସେ ଆହୁରି ମଧ୍ୟ କହିଛନ୍ତି, ୪ ବର୍ଷ ପୂର୍ବେ ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ୍‌ ଇଣ୍ଡିଆକୁ ଗୁଜରାଟ ସ୍ବାଗତ କରିଥିଲା ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଆମେ ୨୦୨୯ ସୁଦ୍ଧା ସମଗ୍ର ହାଜିରା ସାଇଟ୍‌କୁ ସମ୍ପୂର୍ଣ୍ଣ କରିବାକୁ ଆତ୍ମବିଶ୍ୱାସୀ ଅଛୁ। ଆମର ପ୍ରତିବଦ୍ଧତା ଇସ୍ପାତଠାରୁ ବିସ୍ତାରିତ,ଉଦୀୟମାନରେ ବିନିଯୋଗ ସହିତ ଅକ୍ଷୟ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ ପରି କ୍ଷେତ୍ରଗୁଡିକ ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ଭାରତର ଇସ୍ପାତ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ଏବଂ ଦେଶର ଆର୍ଥତ୍କ ଅଭିବୃଦ୍ଧିକୁ ସମର୍ଥନ କରିବା ଦିଗରେ ଏହି ଘୋଷଣା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri