୬ କୋଟିର ବକ୍ସ କଲଭର୍ଟ କାମରେ ମନମାନି

ଜଗତ୍‌ସିଂହପୁର,୧୨ା୩(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ସହର ଏଲ୍‌ଆଇସି କାର୍ଯ୍ୟାଳୟଠାରୁ ବଡ଼ବଜାର ରଶ୍ମି ହଲ ଛକ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରିରେ ୬ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ତୃତୀୟ ପର୍ଯ୍ୟାୟ ବକ୍ସ କଲଭର୍ଟ ନିର୍ମାଣ ଚାଲିଛି। ଏଥିରେ ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି। ବଡ କଥା ହେଲା, ଏହି କେନାଲ ଶଯ୍ୟା ଖୋଳାଯାଇ ଯେଉଁ ମାଟି ବାହାରୁଛି ତାହା ବେଧଡ଼କରେ ବିକ୍ରି ଚାଲିଛି। ମାଟିର ଚାହିଦା ରହୁଥିବାରୁ ଠିକାଦାର ଏ ବାବଦରେ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଛନ୍ତି। କନ୍ଦରପୁର-ଜଗତ୍‌ସିଂହପୁର ୫୫ ନଂ. ଜାତୀୟ ରାଜପଥ କାମ ଚାଲିଥିବାରୁ ବହୁ ପରିମାଣର ମାଟି ଓ ବାଲି ଆବଶ୍ୟକ ହେଉଛି। କେନାଲରୁ ବାହାରୁଥିବା ମାଟି ଏହି କାମରେ ବ୍ୟବହାର ପାଇଁ ହାଇୱାରେ ଚାଲାଣ ହେଉଥିବା କୁହାଯାଉଛି। ଏଥିସହ ଅନ୍ୟମାନଙ୍କୁ ମଧ୍ୟ ବିକ୍ରି ହେଉଛି। କେବଳ ଏତିକି ନୁହେଁ, କେନାଲ ଉଭୟ ପାର୍ଶ୍ୱରେ ଥିବା ପଥର ଆଦି ଖୋଳାଯାଇ ସେଗୁଡିକୁ ଶଯ୍ୟାରେ ବିଛାଯାଉଛି। କିନ୍ତୁ କେତେ ପଥର ବାହାରିଲା, କେତେ ବ୍ୟବହାର ହେଲା, ସେସବୁ କିପରି ମାପ ହେଉଛି ଆଦି ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ମିଳୁନି। ଅନ୍ୟପଟେ ଶ୍ରମ ଆଇନ ପାଳନ କରାଯାଉନାହିଁ। ଏହି କାମରେ ରାଜ୍ୟ ଓ ବାହାର ଶ୍ରମିକମାନଙ୍କୁ ଲଗାଯାଉଥିବାରୁ କୌଣସି ସମୟରେ କିଛି ଅଘଟଣ ଘଟିଲେ ସେଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର କଥା ହେଲା ଜନଗହଳିପୂର୍ଣ୍ଣ ଜଗତ୍‌ସିଂହପୁର ସହରରେ ଏତେ ଟଙ୍କାର ଏହି କାମ ଚାଲିଥିଲେ ସୁଦ୍ଧା ସୂଚନାଫଳକ ମରାଯାଇନାହିଁ, ଯାହାକି ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇ ଦେଇଛି। ମଙ୍ଗଳବାର ସୁଦ୍ଧା ସୂଚନାଫଳକ ନ ଲାଗିଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ କେତେଜଣ ସାମାଜିକ କର୍ମୀ ଚେତାବନୀ ଦେଇଛନ୍ତି। ସେମାନଙ୍କ ଯୁକ୍ତି ହେଲା କାମର ଦୈର୍ଘ୍ୟ, ପ୍ରସ୍ଥ, ମୋଟେଇ, ବ୍ୟବହାର ହେବାକୁ ଥିବା ସାମଗ୍ରୀର ଭାଗମାପ ଆଦି ସମ୍ପର୍କରେ ଲୋକେ ଜାଣିବା ଅଧିକାର ଅଛି। ଏଥିସହ କେଉଁ ଗ୍ରେଡ୍‌ର କଂକ୍ରିଟ, ଷ୍ଟିଲ (ରଡ୍‌), ଗୋଡି ଓ ସିମେଣ୍ଟ (ବ୍ରାଣ୍ଡ ଅନୁସାରେ) ବ୍ୟବହାର ହେବ ତା’ଉପରେ ଜାଣିବା ଆବଶ୍ୟକ। କେବଳ ଏତିକି ନୁହେଁ ସିମେଣ୍ଟ, ବାଲି, ଗୋଡି ଓ ରଡ ଆଦି କେତେ ପରିମାଣର ବ୍ୟବହାର ହେବ ତା’ଉପରେ ସୂଚନା ଦରକାର। କାନ୍ଥ ଓ ଛାତର ଲମ୍ବା, ପ୍ରସ୍ଥ, ମୋଟେଇ ସାଙ୍ଗକୁ ତଳ ବେଡ୍‌ର କଂକ୍ରିଟ ଭାଗମାପ, ରଡ ବାଇଣ୍ଡିଂ ଗ୍ୟାପ (ଦୂରତା) ଆଦି ଉପରେ ପୂର୍ଣ୍ଣ ସୂଚନା ନ ରହିଲେ କାମର ସ୍ବଚ୍ଛତା ଆସିପାରିବ ନାହିଁ। ଲୋକେ ସୂଚନାଫଳକ ଦେଖି କାମ ଠିକ୍‌ କି ତ୍ରୁଟିପୂର୍ଣ୍ଣ ହେଉଛି ଜାଣି ପରବର୍ତ୍ତୀ ପଦକ୍ଷେପ ନେବାକୁ ସୁଯୋଗ ପାଇବେ ବୋଲି କୁହାଯାଇଛି।
ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୬ କୋଟି ୪୦ ଲକ୍ଷ ଟଙ୍କାର ଏହି କାମ ୪ା୩ା୨୪ରୁ ଆରମ୍ଭ ହୋଇ ୩ା୩ା୨୫ ମଧ୍ୟରେ ସରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଠିକାଦାରଙ୍କ ପକ୍ଷରୁ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ତେବେ ମେଶିନ କେନାଲ ଉଭୟ ପାର୍ଶ୍ୱ ଖୋଳି ସମାନ କରୁଛି। କିନ୍ତୁ ପାର୍ଶ୍ୱରେ ବିଦ୍ୟୁତ ଖୁଣ୍ଟ ଥିବାରୁ ଅଚାନକ ବର୍ଷା, ପବନ ହେଲେ ବିପଦ ଆଶଙ୍କା ରହୁଛି। କାରଣ ଗତବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କେନାଲର ପୋଷ୍ଟ ଅଫିସ ଛକରୁ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବକ୍ସ କଲଭର୍ଟ କାମ ଚାଲିଥିଲା। ବର୍ଷା, ପବନ ହେବାରୁ ଏକ ବିଦ୍ୟୁତ ଖୁଣ୍ଟ ମାଟି ଧସି ଯାଇଥିଲା। ଠିକ୍‌ ସମୟରେ ବାଲି ବସ୍ତା ଖୁଣ୍ଟ ମୂଳରେ ଗଦା କରାଯିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇଥିଲା। ଏ ସମ୍ପର୍କରେ ଡିଭିଜନ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ପ୍ରଦୀପ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, କେନାଲରୁ ମାଟି କାଢି କାମ କରିବାକୁ ଠିକାଦାରଙ୍କୁ ଅନୁମତି ଦିଆଯାଇଛି। ଏହି ମାଟି ସେ କ’ଣ କରିବେ ତାହା ଠିକାଦାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ସେହିପରି କେନାଲ ଉଭୟ ପାର୍ଶ୍ୱରୁ ବାହାରିଥିବା ପଥର ଆଦି ବ୍ୟବହାର ଅନୁମତି ଅଛି। ଯେତିକି ବ୍ୟବହାର ହେଉଛି ଅସୁବିଧା ନାହିଁ। ତା’ବାଦ୍‌ ଅଧିକ ଆବଶ୍ୟକ ହେଲେ ଠିକାଦାର କିଣି ବିଲ୍‌ କରିପାରିବେ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri