Odisha Elections 2024

ଶୁଭେଚ୍ଛା! ପୁଣି ବିବାହ କରିବାକୁ ଯାଉଛନ୍ତି ୫୬ ବର୍ଷୀୟ ଅରବାଜ୍‌, ଜାଣନ୍ତୁ କିଏ ହେବେ ଜୀବନସାଥୀ

ବମ୍ବେ: ହାତକୁ ଦୁଇ ହାତ ହେବେ ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌। ମଲାଇକା ଅରୋରାଙ୍କଠାରୁ ଛାଡ଼ପତ୍ର ଏବଂ ଜର୍ଜିୟା ଆଣ୍ଡ୍ରିୟାନୀଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ଅଭିନେତାଙ୍କୁ ଜୀବନସାଥୀ ମିଳିଛନ୍ତି। ୫୬ ବର୍ଷୀୟ ଏହି ଅଭିନେତା ଡିସେମ୍ବର ୨୪ରେ ପ୍ରେମିକା ଶେରା ଖାନ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ଜଣାପଡ଼ିବା ପରେ ଖାନ୍‌ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି।

ଅରବାଜଙ୍କ ବିବାହ ନେଇ ଖବର ଜଣାପଡ଼ିବା ପରେ କିଏ ସେ ଯୁବତୀ ତାହା ଜାଣିବା ଲାଗି ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ତେବେ ଶେରା ବୃତ୍ତିଗତ ଜୀବନରେ ଜଣେ ମେକଅପ୍‌ ଆର୍ଟିଷ୍ଟ। ସେ ବଲିଉଡର ଅନେକ ବଡ଼ ସେଲିବ୍ରିଟିଙ୍କ ସହ କାମ କରୁଛନ୍ତି। ବିଶେଷକରି ରବିନା ଟଣ୍ଡନ ଏବଂ ତାଙ୍କ ଝିଅ ରାଶାଙ୍କ ମେକ୍‌ଅପ୍‌ ଆଟିଷ୍ଟ ଭାବେ ସେ ଜଣାଶୁଣା। ହେଲେ ଏବେ ସେ ଖାନ୍‌ ପରିବାରର ବୋହୂ ହେବାକୁ ଯାଉଛନ୍ତି।

ଶେରାଙ୍କୁ ଅରବାଜ ଅପକମିଂ ଫିଲ୍ମ ‘ପଟନା ଶୁକ୍ଳା’ର ସେଟ୍‌ରେ ଭେଟିଥିଲେ। ଏବେ ଦୁହେଁ ସମ୍ପର୍କକୁ ଆଗକୁ ନେବାକୁ ମନସ୍ଥ କରିଛନ୍ତି। ଉଭୟଙ୍କ ବିବାହ ବେଶ ଗୋପନୀୟ ଢ଼ଙ୍ଗରେ ହେବ। ଦୁହିଁଙ୍କ ପରିବାରଲୋକଙ୍କ ସହ ବନ୍ଧୁମାନେ ଏଥିରେ ସାମିଲ ହେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଉ ନ ଥିବା ଲୋକଙ୍କ ଟିକସ ବଢ଼ାଯାଉ: ପରେଶ ରାଓ୍ବଲ

ମୁମ୍ବାଇ: ମହାରାଷ୍ଟ୍ରର ୧୩ ଲୋକ ସଭା ଆସନରେ ସୋମବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବ ଅବସରରେ ମୁମ୍ବାଇରେ ଅନେକ ବଲିଉଡ୍‌ ସେଲିବ୍ରିଟି ନିଜ...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

ମା’ ହେଲେ ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ...

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri