ଏପ୍ରିଲ ୧ରେ ତାଳଚେର ବନ୍ଦ ନିଷ୍ପତ୍ତି

ତାଳଚେର, ୪।୩ (ନି.ପ୍ର.): ତାଳଚେର ସରକାରୀ ମେଡିକାଲ କଲେଜକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠା ବାର୍ଷିକୀରେ ଏକ ସଚେତନ ନାଗରିକ ସମାବେଶ ମେଡିକାଲ କଲେଜ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଆବାହକ ପଦ୍ମଚରଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ କେନ୍ଦ୍ର ଓ ରାଜ୍ୟ ସରକାର ତାଳଚେରରୁ ସହସ୍ରାଧିକ କୋଟି ଟଙ୍କା ରାଜସ୍ବ ପାଉଥିବାବେଳେ ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ କରାଯାଉ ନ ଥିବାରୁ ସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରାଜ୍ୟ ସରକାର ଅନ୍ୟ ଜିଲାରେ ମେଡିକାଲ କଲେଜ ଖୋଲିଥିବାବେଳେ ତାଳଚେରରେ ୫୦୦ କୋଟି ଟଙ୍କାରେ କୋଠା ନିର୍ମାଣ ଓ ଏମ୍‌ସିଏଲ୍‌ ଆର୍ଥତ୍କ ସହଯୋଗ କରିବା ପାଇଁ ସମ୍ମତି ଦେଇଥିଲେ ମଧ୍ୟ କାହିଁକି ରାଜ୍ୟ ସରକାର ଏହି ମେଡିକାଲ କଲେଜ ଖୋଲିବା ପାଇଁ ଚାହୁଁନାହାନ୍ତି ବୋଲି ପ୍ରଶ୍ନ କରାଯାଇଥିଲା। ମାର୍ଚ୍ଚ ୩୦ ମଧ୍ୟରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ନେଇ ସରକାରୀ ଘୋଷଣା ନ ହେଲେ ଆସନ୍ତା ଏପ୍ରିଲ ୧ରେ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯିବ ବୋଲି ସମାବେଶରେ ନିଷ୍ପତ୍ତି ନିଆଯାଇଥିଲା। ଏହି ସଭାରେ ତାଳଚେର ଅଞ୍ଚଳରୁ ଶତାଧିକ ସଚେତନ ନାଗରିକ, ବୁଦ୍ଧିଜୀବୀ ଯୋଗଦେଇଥିଲେ। କରୁଣାକର ସାହୁ, ଦିଗାମ୍ବର ଗଡନାୟକ, କେଶବ ଭୂତିଆ, ଅଭୟ ପାଣି, ଜୟସେନ ମେହେର, ବିଭୂତି ସାହୁ, ବାଉରୀବନ୍ଧୁ ବେଜ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ପ୍ରେମାନନ୍ଦ ମହାନ୍ତି, ଗଗନ ଦାସ, ଭୁପେନ ଥମ୍ବ, ରଣଜିତ ମହାପାତ୍ର, କୈଳାସ ସାହୁ, କୁମର ସାହୁ, ଚୈତନ୍ୟ ପ୍ରଧାନ, ପ୍ରଗତିବାଳା ନାୟକ, ଜିନେଶ ସାହୁ, ପ୍ରଫୁଲ ନାଏକ, ଉଚ୍ଛନ ପଟ୍ଟନାୟକ, ନୃସିଂହ ଗୋଚ୍ଛାୟତ, ସଞ୍ଜୀବ ନାଏକ, ଭଗବାନ ପ୍ରଧାନ, ସୁକାନ୍ତ ଦାସ, ପରମାନନ୍ଦ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋତେ ମଦ ଦିଅ…ଜେଲ୍‌ରେ ଥାଇ ପୋଲିସ ଆଗରେ ଏମିତି ଡିମାଣ୍ଡ କଲେ ସିୟା

ପୁଣେ,୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ନେଇ ଥମୁନି ଚର୍ଚ୍ଚା। ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି। ସିୟା…

ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ମ୍ୟାଚ ପୂର୍ବରୁ, ଆୟର୍ଲାଣ୍ଡ ଖେଳାଳି ଦେଲେ ବଡ଼ ବୟାନ କହିଲେ -‘ସେ ୧୫ ବର୍ଷ ବୟସର ଆଉ…’

ନୂଆଦିଲ୍ଲୀ,୨୬।୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆଜି, ଅର୍ଥାତ ଶୁକ୍ରବାର ଜୁନ ୨୬ରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ୧୫ ବର୍ଷୀୟ ବୈଭବ…

ବଲିଉଡ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କଲେ ଶାହରୁଖ

ବଲିଉଡର କିଙ୍ଗ୍‌ ଶାହରୁଖ ଖାନ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କରିଛନ୍ତି। ଏହି କୃତିତ୍ୱ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ୨୫ ଜୁନ ୧୯୯୨ରେ ବଲିଉଡର…

ବିନା ବ୍ୟାଙ୍କ ଆକାଉଣ୍ଟରେ UPI ପେମେଣ୍ଟ କରିପାରିବେ ପିଲା, ୧୫ହଜାର ଟଙ୍କା ଯାଏ…

ନୂଆଦିଲ୍ଲୀ,୨୬।୬: ଦେଶରେ ଡିଜିଟାଲ ପେମେଣ୍ଟର ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପିଲାମାନେ ବଡ଼ ହେବା ସହିତ ସେମାନଙ୍କର ଖର୍ଚ୍ଚ ମଧ୍ୟ ବଢ଼ିଥାଏ ଏବଂ ସେମାନଙ୍କୁ ପକେଟ…

ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ: ସାମିଲ ହେଲେ…

ଛତ୍ରପୁର, ୨୬।୬ (ଦିଲ୍ଲୀପ ସାମଲ): ଅନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ତସକରି ବିରୋଧ ଦିବସ-୨୦୨୬ ଅବସରରେ ଗଞ୍ଜାମ ଗିଲାରେ ଗତ ୧୭ ଜୁନରୁ ଆରମ୍ଭ ହୋଇଥିବା…

ଆଜି ପ୍ରଥମ ଟି୨୦: ଭାରତ-ଆୟର୍ଲାଣ୍ଡ ମୁକାବିଲା

ବେଲଫାଷ୍ଟ,୨୬ା୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଗୁରୁବାର ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ସହିତ ଶ୍ରେୟସ ଆୟାର ଅନ୍ତର୍ଜାତୀୟ…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri