୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର ୬୧୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ। ଏହାଦ୍ବାରା ୫୦ ହଜାର ୫୧୭ ନିଯୁକ୍ତି ସୃଷ୍ଟି ସମ୍ଭାବନା ରହିଛି। ରତ୍ନପଥର, ମହାକାଶ, ପ୍ରତିରକ୍ଷା, ବିରଳ ପୃଥିବୀ ଖଣିଜ ପଦାର୍ଥ କ୍ଷେତ୍ରରେ ହେବ ପ୍ରକଳ୍ପ। ୯୮୧୭ କୋଟି ବ୍ୟୟରେ ଖୋର୍ଦ୍ଧାରେ ହୀରା ଉତ୍ପାଦନ ୟୁନିଟ ହେବ। ରତ୍ନପଥର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଏହା ସୁଦୃଢ଼ କରିବ। ସେହିପରି ଗଞ୍ଜାମରେ ୧୦ ହଜାର କୋଟି ବ୍ୟୟରେ ସୌର ପିଭି ସେଲ ଉତ୍ପାଦନ ୟୁନିଟ, ଯାଜପୁରରେ 4 MTPA ସମନୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ।

Odisha’s No.1 Odia Daily

Share