ଉତ୍ପାଦନ ଶେୟାରିଂ ରାଜିନାମାକୁ ଅନୁମୋଦନ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଓଏନଜିସି-ଓଆଇଏଲର ନାମାଙ୍କନ କ୍ଷେତ୍ର, ନୂଆ ଅନ୍ବେଷଣ ଲାଇସେନ୍ସିଂ ନୀତି (ଏନଇଏଲପି) ବ୍ଲକ୍‌ ଏବଂ ପୂର୍ବ-ଏନଇଏଲପି ବ୍ଲକରୁ ଉତ୍ପାଦିତ ଗ୍ୟାସ ପାଇଁ ସଂଶୋଧିତ ଘରୋଇ ପ୍ରାକୃତିକ ବାଷ୍ପ ମୂଲ୍ୟ ର୍ନିଦ୍ଧାରଣ ମାର୍ଗଦର୍ଶିକାକୁ ଅନୁମୋଦନ କରିଛନ୍ତି। ଯେଉଁଠି ଉତ୍ପାଦନ ଶେୟାରିଂ ଚୁକ୍ତିନାମା (ପିଏସସି) ରେ ସରକାରଙ୍କ ଅନୁମୋଦିତ ଦର ଲାଗୁ ହେବାର ଆବଶ୍ୟକତା ରହିଛି, ସେଠାରେ ଏହି ଦର ଲାଗୁ ହେବ। ଏପରି ପ୍ରାକୃତିକ ବାଷ୍ପର ଦର ଭାରତୀୟ ଅଶୋଧିତ ବାସ୍କେଟର ମାସିକ ହାରାହାରୀ ଦରର ୧୦% ହେବ ଏବଂ ମାସିକ ଆଧାରରେ ବିଜ୍ଞପିତ କରାଯିବ। ଓଏନଜିସି ଏବଂ ଓଆଇଏଲ ଦ୍ୱାରା ସେମାନଙ୍କର ନାମାଙ୍କିତ ବ୍ଲକରୁ ଉତ୍ପାଦିତ ହେଉଥିବା ବାଷ୍ପ ପାଇଁ ଲାଗୁ ମୂଲ୍ୟ ବ୍ୟବସ୍ଥା (ଏପିଏମ) ଦର ଏକ ର୍ନିଦ୍ଦିଷ୍ଟ ଫ୍ଲୋର ଏବଂ ସିଲିଂ ଅଧୀନରେ ରହିବ ବା ସୀମାବଦ୍ଧ ହେବ ଓଏନସିଜି ଏବଂ ଓଆଇଏଲର ନାମାଙ୍କିତ କ୍ଷେତ୍ରର ନୂଆ କୂପ ଏବଂ କୂପ ହସ୍ତକ୍ଷେପରୁ ଉତ୍ପାଦିତ ଗ୍ୟାସ କ୍ଷେତ୍ରରେ ଏପିଏମ ଦର ଉପରେ ୨୦% ପ୍ରିମିୟମ ପାଇଁ ଅନୁମତି ରହିବ। ଏ ବାବଦରେ ଏକ ବିସ୍ତୃତ ବିଜ୍ଞପ୍ତି ପୃଥକ ଭାବେ ଜାରି କରାଯାଉଛି। ନୂଆ ମାର୍ଗଦର୍ଶିକାର ଉଦ୍ଦେଶ୍ୟ ହେଉଛି, ଘରୋଇ ଗ୍ୟାସ ଉପଭୋକ୍ତାମାନଙ୍କ ପାଇଁ ଏକ ସ୍ଥିର ମୂଲ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବା। ତା’ଛଡ଼ା ଉତ୍ପାଦନ ବୃଦ୍ଧି ଲାଗି ଉତ୍ପାଦନକାରୀମାନଙ୍କୁ ପ୍ରୋତ୍ସାହନ ଦିଆଯିବା ସହିତ ପ୍ରତିକୂଳ ବଜାରରେ ଦେଖା ଦେଉଥିବା ଉତଥାନ-ପତନ ବିରୋଧରେ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରିବା ମଧ୍ୟ ଏହାର ଉଦ୍ଦେଶ୍ୟ ୨୦୩୦ ସୁଦ୍ଧା ଭାରତରେ ପ୍ରାଥମିକ ଇନ୍ଧନ ମିଶ୍ରଣରେ ପ୍ରାକୃତିକ ବାଷ୍ପର ଅଂଶଧନକୁ ବର୍ତ୍ତମାନର ୬.୫%ରୁ ବାଇ ୧୫% କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ସୁଧାର ଫଳରେ ପ୍ରାକୃତିକ ବାଷ୍ପର ଉପଯୋଗ ବୃଦ୍ଧିରେ ସହାୟତା ମିଳିବ ଏବଂ ଅଙ୍ଗାରକାମ୍ଳ ର୍ନିଗମନ ଏବଂ ନେଟ୍‌ ଜିରୋ ଲକ୍ଷ୍ୟ ହାସଲରେ ସହାୟତା ମିଳିପାରିବ ଭାରତ ସରକାରଙ୍କ ଦ୍ୱାରା ଉପଭୋକ୍ତାମାନଙ୍କର ହିତ ରକ୍ଷା ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟରେ ଏହି ସଂସ୍କାର ଆଉ ଏକ ପ୍ରୟାସ ଯାହାକି ଭାରତରେ ଗ୍ୟାସ ଦର ଉପରେ ଅନ୍ତର୍ଜାତୀୟ ଗ୍ୟାସ ମୂଲ୍ୟ ବୃଦ୍ଧିର ପ୍ରଭାବକୁ କମ କରିବା ସହିତ ସିଟି ଗ୍ୟାସ ବିତରଣ କ୍ଷେତ୍ରକୁ ଅଧିକ ପରିମାଣରେ ଘରୋଇ ଗ୍ୟାସ ଆବଣ୍ଟନ କରିବ ଏହି ସଂସ୍କାର ଦ୍ୱାରା ଘରକୁ ପାଇପ ଯୋଗେ ପ୍ରାକୃତିକ ବାଷ୍ପ (ପିଏନଜି) ଏବଂ ପରିବହନ ଲାଗି କମ୍ପ୍ରେସଡ୍‌ ପ୍ରାକୃତିକ ଗ୍ୟାସ (ସିଏନଜି)ର ମୂଲ୍ୟରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। କମ ମୂଲ୍ୟ ଫଳରେ ସାର ସବସିଡି ବୋଝ ମଧ୍ୟ ହ୍ରାସ ପାଇବ ଏବଂ ଘରୋଇ ବିଦ୍ୟୁତ କ୍ଷେତ୍ରକୁ ମଧ୍ୟ ସହାୟତା ମିଳିପାରିବ। ଗ୍ୟାସ ଦରରେ ଗୋଟିଏ ଫ୍ଲୋର ବ୍ୟବସ୍ଥା ସହିତ ନୂଆ କୂପ ପାଇଁ ୨୦% ପ୍ରିମିୟମ ବ୍ୟବସ୍ଥା ଦ୍ୱାରା ଏହି ସଂସ୍କାର ଓଏନଜିସି ଏବଂ ଓଆଇଏଲକୁ ଆର୍ଥିକ ପ୍ରୋତ୍ସାହନ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri