ପ୍ରଶଂସା ଏକ ବିଶ୍ଳେଷଣ

ଅନୀତା ପଟ୍ଟନାୟକ

 

ଚନ୍ଦ୍ରର କ’ଣ ହୋଇଥାଏ କେଜାଣି ଢାଙ୍କି ହେଉଥିବା ବାଦଲ ଭିତରେ ମୁହଁକୁ ଲୁଚାଇ ଲୁଚାଇ ଚାଲିଥାଏ। ତା’ର ମନରେ ଅନେକ ଦୁଃଖ। କେହି ତାକୁ ପ୍ରଶଂସା କରୁନାହାନ୍ତି। ଠେକୁଆ ପରି ଚିତ୍ରକୁ ଦେଖାଇ ମା’ ଗୋଟିଏ ପିଲାକୁ କୋଳରେ ନେଇ କହୁଥାଏ ଏହା ଠେକୁଆ ନୁହେଁ ଚନ୍ଦ୍ରରେ ଲାଗିଥିବା କଳଙ୍କ। କିଛି ସମୟ ପରେ ଅନ୍ୟ ଏକ ଜାଗାରେ ମା’ ଟିଏ ତା’ ପିଲାକୁ ଶୁଆଇବାକୁ ଯାଇ ତା’ର ଗୋଡ଼କୁ ହଲାଇ ହଲାଇ ‘ଆ ଜହ୍ନ ମାମୁ ସରଗଶଶୀ ମୋ କାହ୍ନୁ ହାତରେ ପଡ଼ରେ ଖସି’। ଚନ୍ଦ୍ର ମନରେ ରାଗ ଏହା କ’ଣ ପ୍ରଶଂସା ନା ନିନ୍ଦା। ଏ ପଟେ କୁହାଯାଉଛି ସରଗଶଶୀ ପୁଣି ସେପଟେ କୁହାଯାଉଛି ମୋ କାହ୍ନୁ ହାତରେ ପଡ଼ ଖସି। ଚନ୍ଦ୍ର ଭାବୁଥାଏ ମୁଁ କ’ଣ ଏତେ ତୁଚ୍ଛ ସ୍ବର୍ଗରୁ ମୁଁ ତା’ ପୁଅ ହାତରେ ଖସିପଡ଼ିବି? ଏପଟେ ଚନ୍ଦ୍ର ଦେଖିଲା ଜଣେ ପ୍ରବଚକ ପ୍ରବଚନ ଦେଇ ଭକ୍ତମାନଙ୍କୁ ବୁଝାଉଛନ୍ତି ମଣିଷର ମନ ମାଙ୍କଡ଼ ସଦୃଶ। ଏହା କେବେ ବି ସ୍ଥିର ନୁହେଁ। ମାଙ୍କଡ଼ ଏ ଡାଳରୁ ସେ ଡାଳକୁ ଡେଉଁଥିବା ପରି ମଣିଷର ମନ କାମନା ବାସନାରେ ଜର୍ଜରିତ ହୋଇ ବିଭିନ୍ନ ପାର୍ଥିବ ପଦାର୍ଥ ଲାଭ କରିବା ପାଇଁ ଲାଳାୟିତ। ପ୍ରବଚନକୁ ଆଗେଇ ନେଇ ପ୍ରବଚକ କହିଲେ ‘ଚନ୍ଦ୍ରମା ମନସୋ ଜାତଃ’ ଚନ୍ଦ୍ରର ଯେପରି କ୍ଷୟ ଓ ବୃଦ୍ଧି ହୁଏ ମଣିଷ ମନରେ ମଧ୍ୟ କ୍ଷୟ ବୃଦ୍ଧି ହୋଇଥାଏ। ମଣିଷର ମନ ମଧ୍ୟ ପରିବର୍ତ୍ତିତ ହୋଇଥାଏ। ଏକଥା ଶୁଣି ଚନ୍ଦ୍ରର ଇଚ୍ଛା ହେଉଥାଏ ସେ ମାନବ ସମାଜକୁ ଜଣାଇ ଦେବାକୁ ଚାହେଁ ଯେ ତା’ର ସରଗରେ କ୍ଷୟ କିମ୍ବା ବୃଦ୍ଧି ହେଉନାହିଁ। ମଣିଷ ବହୁ ଦୂରରେ ପୃଥିବୀରେ ରହି ତାକୁ ତା’ର କ୍ଷୟ ଓ ବୃଦ୍ଧିର ପ୍ରତୀୟମାନ ହେଉଛି। ପର + ବଚନ = ପ୍ରବଚନ। କେଉଁଠୁ ଗୁଡ଼ାଏ ଶୁଣି ଏ ପ୍ରବଚକ ଚନ୍ଦ୍ରକୁ ମାଙ୍କଡ଼ ସହିତ ତୁଳନା କରୁଛି। ଚନ୍ଦ୍ର ଭାବୁଛି ମୋର ଜନ୍ମଠାରୁ ଆଜି ପର୍ଯ୍ୟନ୍ତ କ୍ଷୟ ବୃଦ୍ଧି ହୋଇନାହିଁ। ଏ ମଣିଷ କିଛି ନ ବୁଝି ପୂର୍ବ ପଟକୁ ହାତ ଦେଖାଇ କହୁଛି ସୂର୍ଯ୍ୟ ପୂର୍ବ ଦିଗରେ ଉଦିତ ହୁଏ ଓ ପଶ୍ଚିମ ଦିଗରେ ଅସ୍ତ ଯାଏ। କିନ୍ତୁ ପ୍ରକୃତ ପକ୍ଷେ ସୂର୍ଯ୍ୟ ପୂର୍ବଦିଗରେ ଉଦିତ ହୁଅନ୍ତି ନାହିଁ କିମ୍ବା ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି ନାହିଁ। ସୂର୍ଯ୍ୟ ସ୍ଥିର। ତା’ର ଚାରିପଟେ ପୃଥିବୀ ବୁଲୁଥିବାରୁ ଏପରି ପ୍ରତୀୟମାନ ହେଉଛି। ହେଲେ ଏମିତି ଗୁଡ଼ାଏ ଭୁଲଭାଲ ତଥ୍ୟ ମୁଣ୍ଡରେ ପୂରାଇ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଗାଳିଦେବାକୁ ମଧ୍ୟ ପଛାଉ ନାହିଁ। ଖରା ହେଲେ ଓଃ କି ଖରା କହି ସୂର୍ଯ୍ୟଙ୍କୁ ଗାଳିଦେଉଛି। ଯଦି କିଛି ଦିନ ସୂର୍ଯ୍ୟଙ୍କୁ ଢାଙ୍କି ବାଦଲ ବର୍ଷା କରେ ତେବେ ମଣିଷ ପ୍ରଶ୍ନ କରେ ମାଙ୍କଡ଼ମୁହାଁ ସୂର୍ଯ୍ୟ ଗଲା କୁଆଡ଼େ? ସୂର୍ଯ୍ୟଙ୍କୁ ବି ପ୍ରଶଂସା କରେ ନାହିଁ। କିନ୍ତୁ ତୁଳସୀ ଗଛରେ ପାଣି ଦେଇ ପୂର୍ବପଟକୁ ଚାହିଁ ତା’ର ପାପ ହରଣ କରିବା ପାଇଁ ପ୍ରାର୍ଥନା କରିବାକୁ ଚାହେଁ। କିନ୍ତୁ ପୁଣ୍ୟ ଫଳରୁ ଇଞ୍ଚେ ଦେବାକୁ ଚାହେଁ ନାହିଁ। ଆହା! ଏହାକୁ କ’ଣ ପ୍ରଶଂସା କହନ୍ତି।
ପ୍ରତ୍ୟକ ମଣିଷ ପ୍ରଶଂସା ଚାହେଁ। ଏପରିକି ଗଳ୍ପଟିଏ ଅଛି – ଗୋଟିଏ ବୁଢ଼ୀ ତା’ର ସମସ୍ତ ଧନସମ୍ପତ୍ତି ବିକ୍ରି କରି ଦୁଇ ହଳ ସୁନାଚୁଡ଼ି କିଣିଥିଲା। ସେ ଚୁଡ଼ିକୁ ପିନ୍ଧି ତା’ର ଚାଳଘର ଆଗରେ ବସିଥିବା ବେଳେ କେହି ପ୍ରଶଂସା କରୁ ନ ଥିଲେ। ସେ ସ୍ଥିର କଲା ତା’ର ଚାଳଘରକୁ ପୋଡ଼ି ହାତରେ ପିନ୍ଧିଥିବା ଚୁଡ଼ିକୁ ମୁଣ୍ଡରେ ପିଟି କାନ୍ଦିବ ତା’ହେଲେ ତା’ର ଚୁଡ଼ିକୁ ଦେଖି ତା’ର ପ୍ରଶଂସା କରିବେ। ହେଲେ ସେପରି କିଛି ହୋଇ ନ ଥିଲା। ଶେଷରେ ତା’ର ଘର ପୋଡ଼ିବା ସାର ହେଲା। ଏହି ସମୟରେ ଚନ୍ଦ୍ର ଦେଖିଲା ସତ୍ୟ ବୋଲି ଗୋଟିଏ ପିଲା ତା’ର ମା’ ସତ୍ୟବତୀ ନିକଟକୁ ଆସି ପଚାରିଲା ମା’ ମଣିଷ ପ୍ରଶଂସା କାହିଁକି ଚାହେଁ? ଇତର ଜଗତର ପ୍ରାଣୀମାନେ ପ୍ରଶଂସା ଚାହାନ୍ତି କି? ବୃକ୍ଷଲତା, ପ୍ରଶଂସା ଚାହାନ୍ତି କି? ଏହି ପ୍ରଶ୍ନର ଉତ୍ତର ପାଇଁ ଚନ୍ଦ୍ର ବହୁ ଦିନରୁ ବ୍ୟାକୁଳ ଥିବାରୁ ସେ ମଧ୍ୟ କାନଡେରି ଦେଲା।
ମା’ କହିଲେ ‘ଇତର ଜଗତର ପ୍ରାଣୀମାନେ ପ୍ରଶଂସା ଚାହାନ୍ତି ନାହିଁ, କିନ୍ତୁ ପ୍ରଶଂସାକୁ ବୁଝି ଥାନ୍ତି ଓ ଉତ୍ସାହିତ ହୁଅନ୍ତି। ବୃକ୍ଷଲତା, ଫୁଲଫଳ କେହି ପ୍ରଶଂସା ଚାହାନ୍ତି ନାହିଁ, କିନ୍ତୁ ମଣିଷ ତା’ର ମୂର୍ଖାମି ହେତୁ ପ୍ରଶଂସା ଚାହେଁ। କେତେକ କହନ୍ତି ପ୍ରଶଂସାଜନକ କାମ କଲେ ପ୍ରଶଂସା ମିଳେ, ଏହା ସତ୍ୟ ହୋଇପାରେ କିନ୍ତୁ ତୁ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଦେଖ। ସେମାନେ ସଦା ସୁନ୍ଦର ଓ ଉଦ୍ଭାସିତ,ପ୍ରଶଂସା ଖୋଜନ୍ତି ନାହିଁ। ସେମାନେ ସଦା ପ୍ରଶଂସିତ। ବାଦଲ କେଉଁ ଆଡ଼େ ଉଭେଇ ଯିବାରୁ ଚନ୍ଦ୍ର ତା’ର ହସ ହସ ମୁହଁକୁ ଦେଖାଇ ପ୍ରଶଂସା କ’ଣ ବୁଝିଗଲା।
ଅବସରପ୍ରାପ୍ତ ପ୍ରଧ୍ୟାପିକା, ସିଡିଏ, କଟକ ମୋ:୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri