ଗଞ୍ଜାମର ପ୍ରତି ସରକାରୀ ଅଫିସରେ ମନିଟରଙ୍କୁ ନିଯୁକ୍ତି: ଜଣାଇବେ କର୍ମଚାରୀଙ୍କ କରୋନା ଲକ୍ଷଣ

ଛତ୍ରପୁର,୫।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଅସମ୍ଭାଳ ହେଉଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଏମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯିବା ସହ ପ୍ରତି ଅଫିସରେ ମନିଟରଙ୍କୁ ନିଯୁକ୍ତି ଦିଆଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଗଣମାଧ୍ୟକୁ ସୂଚନା ଦେଇଛନ୍ତି। କୌଣସି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କଠାରେ କରୋନା ଲକ୍ଷଣ ଦେଖାଗଲେ ସେମାନେ ମନିଟରଙ୍କୁ ଜଣାଇବେ। ମନିଟରଙ୍କୁ ସେମାନଙ୍କର ଟେଷ୍ଟିଂ ଓ ଚିକିତ୍ସା ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାରେ ସ୍ବାବ ଟେଷ୍ଟିଙ୍ଗ ବୃଦ୍ଧି କରାଯାଉଛି। କଣ୍ଟାକ୍ଟ ଟ୍ରେସିଂ ପାଇଁ ସ୍ବତନ୍ତ୍ର ଟିମ୍‌ କାମ କରୁଛି। ଗୋଷ୍ଠୀ ସଂକ୍ରମଣ ହୋଇନି, ଗୋଟିଏ ଗୋଟିଏ କେସର ହିଷ୍ଟ୍ରି ବାହାର କରୁଛୁ। କୋଭିଡ କାମ ବଢିଛି, ଏନ୍‌ଫୋର୍ସମେଣ୍ଟକୁ ଆହୁରି ବୃଦ୍ଧି ସହ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ସରକାର ମଧ୍ୟ ଏଥିପାଇଁ କଡା ନିର୍ଦ୍ଦେଶ ଦେଇଥିବା ଜିଲାପାଳ କହିଛନ୍ତି ।