‘କୌଶଳ ପ୍ରୟୋଗ କଲେ ସୁରକ୍ଷିତ ରହିବ’

ଛେଣ୍ଡିପଦା,୬।୪(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ କୋଶଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆମତ୍ରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଭାମାରାଣୀ ତ୍ରିପାଠୀ ଯୋଗଦେଇ ଛାତ୍ରୀମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଦୃଢ଼ ରହିବା ସହ ଚାଲିଚଳନ, ଆଚାର ବ୍ୟବହାରରେ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣରୁ ଶିକ୍ଷାଲାଭ କରିଥିବା କୌଶଳ ପ୍ରୟୋଗ କରିପାରିଲେ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ତାଲିମଦାତା ଭାବେ ତିଳୋତ୍ତମା ଗଡନାୟକ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରଦାନ କରିଥିଲେ। ଶିବିର ପରିଚାଳନାରେ ମହାବିଦ୍ୟାଳୟ ଓଡ଼ିଆ ପ୍ରାଧ୍ୟାପକ ଦିଲୀପରାଜ ପ୍ରଧାନ, ଅଧ୍ୟାପକ ମନୋଜ କୁମାର ବେହେରା, ଖେଳ ଶିକ୍ଷକ ନିରଞ୍ଜନ ପ୍ରଧାନ ଓ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।