ଯୁକ୍ତ୨ ନାମଲେଖା ପାଇଁ ଏହିଦିନଠୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୨୩ା୫(ସୁଚିସ୍ମିତା ସାହୁ): ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୮ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପଯ୍ୟାୟରେ ଚୟନ ଛାତ୍ରୀଛାତ୍ର ଜୁଲାଇ ୯ରୁ ୧୫ ମଧ୍ୟରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ୧୬ ତାରିଖରେ ସ୍ଲାଇଡ୍‌-ଅପ୍‌ ଅପସନ୍‌ ଦେଇପାରିବେ। ଏହାପରେ ଜୁଲାଇ ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଚୟନ ଛାତ୍ରୀଛାତ୍ର ୨୪ରୁ ୨୮ ତାରିଖ ମଧ୍ୟରେ ନାମଲେଖାଇବେ। ଏହାପରେ ସ୍ପଟ୍‌ ନାମଲେଖା ପାଇଁ ଜୁଲାଇ ୩୦ରୁ ଅଗଷ୍ଟ ୨ ମଧ୍ୟରେ ପିଲାମାନେ ଚଏସ୍‌ ଲକିଂ କରିବେ। ୬ ତାରିଖରେ ଏହାର ମେଧା ତାଲିକା ପ୍ରକାଶ ପାଇବା ପରେ ୭ରୁ ୧୨ ତାରିଖ ମଧ୍ୟରେ ସେମାନେ ନାମଲେଖାଇ ପାରିବେ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଷୟରେ ପଢ଼ିବାକୁ ଆଗ୍ରହୀ ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ୍‌ରେ ଆବେଦନ କରିପାରିବେ। ସାଧାରଣ ବର୍ଗ, ଏସ୍‌ଇବିସି ଓ ଓବିସି ପିଲାଙ୍କ ପାଇଁ ଆବେଦନ ଫି’ ୨୦୦ ଟଙ୍କା ରହିଥିବା ବେଳେ ଏସ୍‌ଟି ଓ ଏସ୍‌ସି ବର୍ଗର ପିଲାଙ୍କ ଫି’ ୧୦୦ ଟଙ୍କା ରହିଛି। ଦିବ୍ୟାଙ୍ଗ ପିଲାଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନିଆଯିବ ନାହିଁ। ଜୁଲାଇ ୨୩ରୁ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଲକ୍ଷ୍ୟ ରଖିଛି।

Odisha’s No.1 Odia Daily

 

Share