୮ରୁ ଯୁକ୍ତ୩ ଇ-ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଇ-ନାମଲେଖା ପାଇଁ ଆସନ୍ତା ୮ ତାରିଖ ପୂର୍ବାହ୍ନ ୧୧ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ। ଏନେଇ ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୮ ତାରିଖରେ ପ୍ରଥମ ମେରିଟ୍‌ଲିଷ୍ଟ ପ୍ରକାଶ ପାଇବ। ଅକ୍ଟୋବର ୧ ପର୍ଯ୍ୟନ୍ତ ଚୟନ ହୋଇଥିବା ଛାତ୍ରୀଛାତ୍ର ସାମ୍‌ସ ଆକାଉଣ୍ଟରେ ନାମଲେଖା ବାବଦ ଫି’ ଡିପୋଜିଟ୍‌ କରିବେ ଓ ୨୯ରୁ ଅକ୍ଟୋବର ୨ ମଧ୍ୟରେ ନାମଲେଖା କରିବେ। ୮ ତାରିଖରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ୧୦ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚୟନ ଛାତ୍ରୀଛାତ୍ର ସାମ୍ସ ଆକାଉଣ୍ଟରେ ନାମଲେଖା ଫି’ ଡିପୋଜିଟ୍‌ କରିବେ ଏବଂ ୯ରୁ ୧୨ତାରିଖ ରାତି ୧୧ଟା ୪୫ ଭିତରେ ନାମ ଲେଖାଇବେ।