ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର । ଜୁନ୍‌ ୨୨ ତାରିଖରେ ପ୍ରକାଶିତ ହେବ ପ୍ରଥମ ମେଧା ତାଲିକା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। , ଛାତ୍ରୀଛାତ୍ରମାନେ ସାମ୍ସ ପୋର୍ଟାଲରେ କମନ ଆପ୍ଲିକେସନ ଫର୍ମ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ମୁଖ୍ୟ ବିଷୟ, ଉପ ବିଷୟ (ମେଜର, ମାଇନର ସବଜେକ୍ଟ) ଚୟନ କରିପାରିବେ। ସେହିପରି ଜୁଲାଇ ୧୦ ତାରିଖରୁ ଶିକ୍ଷାବର୍ଷ ୨୦୨୬-୨୭ ଆରମ୍ଭ ଲକ୍ଷ୍ୟ ରଖାଯାଇଛି ।

 

Dharitri – Odisha’s No.1 Odia Daily

 

Share