ଆପଲ୍‌ର ବଡ଼ ପ୍ରସ୍ତୁତି: ବଜାରକୁ ଆସିବ ଫୋଲ୍ଡିଂ ଆଇଫୋନ୍‌

ଆପଲର ପ୍ରଥମ ମିକ୍ସଡ ରିଅଲିଟି ହେଡ୍‌ସେଟ୍‌ ଭିଜନ ପ୍ରୋ ଆମେରିକାରେ ଉପଲବ୍ଧ ହୋଇଛି ଏବଂ ବର୍ତ୍ତମାନ ଫୋଲଡେବଲ ଆଇଫୋନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟେକ୍‌ ଜିଆଣ୍ଟ ଆପଲ ଦ୍ୱାରା ଅତି କମ୍‌ରେ ଦୁଇଟି ଆଇଫୋନ୍‌ ପ୍ରୋଟୋଟାଇପ ବିକଶିତ ହେଉଛି। ଯାହା ହୋରାଇଜେଣ୍ଟାଲ ଭାବରେ ଫୋଲ୍ଡ ହେବ। ଏହି ଆଗାମୀ ହ୍ୟାଣ୍ଡସେଟ୍‌ଗୁଡ଼ିକ ଗାଲାକ୍ସି ଜେ ଫ୍ଲିପ୍‌-୫ର ପ୍ରତ୍ୟକ୍ଷ ପ୍ରତିଯୋଗୀ ହେବ। ଏହି ଫୋଲଡେବଲ ଫୋନଗୁଡ଼ିକ ଆଗାମୀ କିଛି ବର୍ଷ ମଧ୍ୟରେ ମାସ୍‌ ପ୍ରଡକ୍ସନରେ ଯିବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଆପଲ ଅତି କମ୍‌ରେ ଦୁଇଟି କ୍ଲାମସେଲ ଷ୍ଟାଇଲ ଫୋଲଡେବଲ ଆଇଫୋନ ମଡେଲର ପ୍ରୋଟୋଟାଇପ ତିଆରି କରୁଛି। ଯେମିତି ସାମସଙ୍ଗର ଗାଲାକ୍ସି ଜେ ଫ୍ଲିପ୍‌ ଡିଭାଇସରେ ପରି। ଯାହାକି ହୋରାଇଜେଣ୍ଟାଲ ଫୋଲ୍ଡ। ଏଥିରୁ ଜଣାପଡୁଛି ଯେ, ଫୋଲଡେବଲ ଉପକରଣଗୁଡ଼ିକ ପ୍ରାରମ୍ଭିକ ବିକାଶ ପର୍ଯ୍ୟାୟରେ ଅଛି। ରିପୋର୍ଟ ଅନୁଯାୟୀ, ଏହି ଫୋନ୍‌ ୨୦୨୪ କିମ୍ବା ୨୦୨୫ ପାଇଁ କମ୍ପାନୀର ମାସ ପ୍ରଡକ୍ସନ ପ୍ଲାନ୍‌ରେ ଯଦି ନାହିଁ କିନ୍ତୁ ଏହା ବଜାରକୁ ଆସିବ ବୋଲି ଖୁବ୍‌ ଚର୍ଚ୍ଚା ହେଉଛି।

ଆପଲ ଏକ ଫୋଲଡେବଲ ଆଇଫୋନ୍‌ ତିଆରି ପାଇଁ ଚିନ୍ତା କରୁଛି। ଯେଉଁଥିରେ ଡିଭାଇସ ବାହାରେ ଏକ ଡିସପ୍ଲେ ରହିବ। ଯାହା ଡିଭାଇସ ଅଫ୍‌ ହେବାବେଳେ ଦୃଶ୍ୟମାନ ହେବ କିନ୍ତୁ ଇଞ୍ଜିନିୟରମାନେ ଡିଜାଇନ ପାଇଁ ବହୁତ କଷ୍ଟ କରିଛନ୍ତି। ଏହା ବ୍ୟତୀତ କମ୍ପାନୀର ଇଞ୍ଜିନିୟର୍ସମାନେ ଏକ ଫୋଲଡେବଲ ବିକାଶ କରିବାକୁ ଚାହୁଁଛନ୍ତି। ଯାହା ବର୍ତ୍ତମାନର ଆଇଫୋନ୍‌ ମଡେଲ ପରି ପତଳା। କିନ୍ତୁ ରିପୋର୍ଟ ଅନୁଯାୟୀ ବ୍ୟାଟେରୀର ଆକାର ଏବଂ ଡିସ୍‌ପ୍ଲୋ କମ୍ପୋନେଟ୍‌ସ ଉପକରଣର ଘନତା ବା ମୋଟେଇ ବଢ଼ାଉଛି। ଖବର ଅନୁଯାୟୀ, ଦୁଇଟି ଫୋଲଡେବଲ ଆଇଫୋନ୍‌ ମଡେଲ ସହିତ ଜଡ଼ିତ କମ୍ପୋନେଟ୍‌ସ ପାଇଁ ଆପଲ ଏସିଆର ଅତି କମ୍‌ରେ ଜଣେ ସପ୍ଲାଏରଙ୍କ ସହ ଯୋଗାଯୋଗ କରିଛି।

ପ୍ରାପ୍ତ ସୂଚନାନୁଯାୟୀ, ଏକ ଫୋଲଡେବଲ ଆଇଫୋନ୍‌ ମଡେଲ ମଧ୍ୟ ପାଇପ୍‌ଲାଇନ୍‌ରେ ଅଛି। ଏହା ବର୍ତ୍ତମାନର କରେଣ୍ଟ ଜେନେରେସନ ଆଇପ୍ୟାଡ୍‌ ମିନି ସହିତ ସମାନ ଆକାରର ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନର ମଡେଲ ୮-ଇଞ୍ଚ। ବର୍ତ୍ତମାନ ଆପଲ ଦ୍ୱାରା ଫୋଲଡେବଲ ଆଇଫୋନ କିମ୍ବା ଆଇପ୍ୟାଡ ସମ୍ବନ୍ଧରେ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri