ଟ୍ରମ୍ପଙ୍କ ଟାରିଫ୍ ଭୟ: ରାତିଦିନ ଏକ କରି ଚାର୍ଟାର୍ଡ ବିମାନରେ ଭାରତରୁ ୬୦୦ ଟନ୍ iPhone ନେଇଗଲା Apple

ନୂଆଦିଲ୍ଲୀ,୧୫।୪: ଟେକ୍ ଜାଏଣ୍ଟ ଆପଲ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମାଡ଼ରୁ ବର୍ତ୍ତିବା ପାଇଁ ରାତିଦିନ ଏକ କରି ଭାରତରୁ ୬ ଚାଟାର୍ଡ କାର୍ଗୋ ବିମାନରେ ୬୦୦ ଟନ୍ କିମ୍ବା ପ୍ରାୟ ୧.୫ ନିୟୁତ ଆଇଫୋନ୍ ଆମେରିକାକୁ ନେଇଯାଇଛି। ଏହି ପଦକ୍ଷେପ ଆମେରିକାର ସ୍ମାର୍ଟଫୋନ୍ କମ୍ପାନୀର ଟ୍ରମ୍ପଙ୍କ ଶୁଳ୍କକୁ ମାତ୍ ଦେବା ପାଇଁ ଏକ ଷ୍ଟ୍ରାଟେଜି ବୋଲି କୁହାଯାଉଛି।

ଅନ୍ୟପଟେ ବିଶ୍ଳେଷକମାନେ ଚେତାବନୀ ଦେଇଛନ୍ତି ଯେ ଆପଲ୍ ଡିଭାଇସଗୁଡ଼ିକର ମୁଖ୍ୟ ଉତ୍ପାଦନ କେନ୍ଦ୍ର ଚାଇନାରେ ହୋଇଥିବାରୁ ଏଠାରୁ କମ୍ପାନୀ ଉତ୍ପାଦଗୁଡିକୁ ଆମେରିକାକୁ ଆଣିବାରେ ବଡ଼ ଟାରିଫ(୧୨୫%)ର ସମ୍ମୁଖୀନ ହୋଇପାରେ। ଯାହା ଭାରତରୁ ଆମଦାନୀ ଉପରେ ୨୬% ଶୁଳ୍କଠାରୁ ଏହି ସଂଖ୍ୟା ବହୁତ ଅଧିକ। କିନ୍ତୁ ଟ୍ରମ୍ପ ଗତ ସପ୍ତାହରେ ଚାଇନାକୁ ବାଦ ଦେଇ କେତେକ ଦେଶ ଉପରେ ନୂତନ କର ଲାଗୁ ଯୋଜନାକୁ ୯୦-ଦିନ ସ୍ଥଗିତ ରଖିଛନ୍ତି।

ତେବେ ୬୦୦ ଟନ୍ ଆଇଫୋନ୍ ନେବା ଲାଗି ତାମିଲନାଡୁର ଚେନ୍ନାଇ ବିମାନବନ୍ଦରରେ କଷ୍ଟମ କ୍ଲିୟର ପାଇଁ ଆବଶ୍ୟକ ସମୟକୁ ୩୦ ଘଣ୍ଟାରୁ କମ କରି ଛଅ ଘଣ୍ଟା କରିବାକୁ କମ୍ପାନୀ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଲବି କରିଥିବା ଜଣାପଡିଛି।

ଏଥିପାଇଁ ଭାରତୀୟ ଉତ୍ପାଦନ କେନ୍ଦ୍ରରୁ ବିମାନବନ୍ଦରରେ ମଧ୍ୟରେ ତଥାକଥିତ “ଗ୍ରୀନ୍ କରିଡର” ବ୍ୟବସ୍ଥା ଚାଇନାର କିଛି ବିମାନବନ୍ଦରରେ ଆପଲ୍ ବ୍ୟବହାର କରୁଥିବା ଏକ ମଡେଲକୁ ଅନୁକରଣ କରିଥିବା ରିଉଟର୍ସ ସୂତ୍ର ରିପୋର୍ଟ କରିଛି।

ଫଳରେ ମାର୍ଚ୍ଚ ଶେଷ ସୁଦ୍ଧା ୧୦୦ ଟନ୍ କ୍ଷମତା ବିଶିଷ୍ଟ ପ୍ରାୟ ଛଅଟି କାର୍ଗୋ ସାହାଯ୍ୟରେ କମ୍ପାନୀ ଏହି ସମସ୍ତ ମୋବାଇଲ ନେବାରେ ସଫଳ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଗୋଟିଏ ଚଳିତ ସପ୍ତାହରେ ନୂତନ ଶୁଳ୍କ ଲାଗୁ ହେବା ପରେ ଯାଇଥିବା ଜଣେ ଭାରତୀୟ ସରକାରୀ ଅଧିକାରୀ କହିଛନ୍ତି।

ଏକ iPhone 14 ଏବଂ ଏହାର ଚାର୍ଜିଂ କେବୁଲର ପ୍ୟାକେଜ୍ ଓଜନ ପ୍ରାୟ ୩୫୦ ଗ୍ରାମ ହେବ। ଅର୍ଥାତ କମ୍ପାନୀ ୬୦୦ ଟନ୍ ମୋଟ କାର୍ଗୋରେ ପ୍ରାୟ ୧.୫ ନିୟୁତ iPhones ଭାରତରୁ ଆମେରିକା ନେଇଥିବା ରିପୋର୍ଟ କରାଯାଇଛି। ଏହି ଖବର ଉପରେ ଆପଲ୍ ଏବଂ ଭାରତର ବିମାନ ଚଳାଚଳ ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ସମସ୍ତ ସୂତ୍ର ଗୁପ୍ତ ରଖିବାକୁ ଚାହୁଁଥିଲେ କାରଣ ଏହି ରଣନୀତି ଏବଂ ଆଲୋଚନା ବ୍ୟକ୍ତିଗତ ଥିଲା।

ଆପଲ୍ ପ୍ରତିବର୍ଷ ବିଶ୍ୱରେ ୨୨୦ ନିୟୁତରୁ ଅଧିକ ଆଇଫୋନ୍ ବିକ୍ରି କରେ, କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଆକଳନ ଅନୁଯାୟୀ ଆମେରିକାକୁ ମୋଟ ଆଇଫୋନ୍ ଆମଦାନିର ଏକ ପଞ୍ଚମାଂଶ ବର୍ତ୍ତମାନ ଭାରତରୁ ଏବଂ ବାକି ଚାଇନାରୁ ଆସୁଛି।

ଟ୍ରମ୍ପ୍ ଚାଇନା ଉପରେ ଆମେରିକାର ଶୁଳ୍କ ଲଗାତାର ବୃଦ୍ଧି କରିଥିଲେ, ଯାହା ବୁଧବାର ସୁଦ୍ଧା ୧୪୫% ହୋଇଛି, ଯାହା ପୂର୍ବରୁ ୫୪% ଥିଲା। ତେବେ ୫୪% ଶୁଳ୍କ ହାରରେ, ଯୁକ୍ତରାଷ୍ଟ୍ରରେ ଟପ୍-ବ୍ରାଣ୍ଡ iPhone 16 Pro Max ର ମୂଲ୍ୟ $୧,୫୯୯ ରୁ $୨,୩୦୦ କୁ ବୃଦ୍ଧି ପାଇଥାନ୍ତା।

ଛୁଟିଦିନରେ କାର୍ଯ୍ୟ କରିଥିଲେ କର୍ମଚାରୀ

ଭାରତରେ, ଆପଲ୍ ଆଇଫୋନ୍ ପ୍ଲାଣ୍ଟରେ ସାଧାରଣ ଉତ୍ପାଦନରେ ୨୦% ବୃଦ୍ଧିର ଲକ୍ଷ୍ୟ ପୂରଣ କରିବା ପାଇଁ ବିମାନ ପରିବହନକୁ ବୃଦ୍ଧି କରିଥିଲା, ଯାହା ଅଧିକ କର୍ମଚାରୀ ସାମିଲ କରି ହାସଲ କରାଯାଇଥିଲା ଏବଂ ସର୍ବବୃହତ ଫକ୍ସକନ୍ ଇଣ୍ଡିଆ କାରଖାନାରେ ଅସ୍ଥାୟୀ ଭାବରେ ରବିବାର ପର୍ଯ୍ୟନ୍ତ କାର୍ଯ୍ୟ ବୃଦ୍ଧି କରାଯାଇଥିବା ସୂତ୍ରରୁ ଜଣାପଡିଛି।

ଅନ୍ୟ ଦୁଇଟି ପ୍ରତ୍ୟକ୍ଷ ସୂତ୍ର ନିଶ୍ଚିତ କରିଛି ଯେ ଚେନ୍ନାଇରେ ଫକ୍ସକନ୍ ପ୍ଲାଣ୍ଟ ଏବେ ରବିବାର ଦିନ ଚାଲୁଛି, ଯାହା ସାଧାରଣତଃ ଛୁଟିଦିନ ଅଟେ। ଗତ ବର୍ଷ ଏହି ପ୍ଲାଣ୍ଟରୁ ୨୦ ନିୟୁତ ଆଇଫୋନ୍ ବାହାରିଥିଲା, ଯେଉଁଥିରେ ନୂତନତମ ଆଇଫୋନ୍ ୧୫ ଏବଂ ୧୬ ମଡେଲ୍ ମଧ୍ୟ ସାମିଲ ଥିଲା।

ଆପଲ୍ ଚାଇନା ବାହାରେ ଏହାର ଉତ୍ପାଦନକୁ ବିବିଧ କରୁଥିବାରୁ, ଏହା ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ବାଛିଛି। ଭାରତରେ ଏହାର ଦୁଇ ମୁଖ୍ୟ ଯୋଗାଣକାରୀ ଫକ୍ସକନ୍ ଏବଂ ଟାଟା’ର ମୋଟ ତିନୋଟି କାରଖାନା ଅଛି, ଯେତେବେଳେ କି ଆଉ ଦୁଇଟି ନିର୍ମାଣ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri