ଟ୍ରମ୍ପଙ୍କ ଟାରିଫ୍ ଭୟ: ରାତିଦିନ ଏକ କରି ଚାର୍ଟାର୍ଡ ବିମାନରେ ଭାରତରୁ ୬୦୦ ଟନ୍ iPhone ନେଇଗଲା Apple

ନୂଆଦିଲ୍ଲୀ,୧୫।୪: ଟେକ୍ ଜାଏଣ୍ଟ ଆପଲ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମାଡ଼ରୁ ବର୍ତ୍ତିବା ପାଇଁ ରାତିଦିନ ଏକ କରି ଭାରତରୁ ୬ ଚାଟାର୍ଡ କାର୍ଗୋ ବିମାନରେ ୬୦୦ ଟନ୍ କିମ୍ବା ପ୍ରାୟ ୧.୫ ନିୟୁତ ଆଇଫୋନ୍ ଆମେରିକାକୁ ନେଇଯାଇଛି। ଏହି ପଦକ୍ଷେପ ଆମେରିକାର ସ୍ମାର୍ଟଫୋନ୍ କମ୍ପାନୀର ଟ୍ରମ୍ପଙ୍କ ଶୁଳ୍କକୁ ମାତ୍ ଦେବା ପାଇଁ ଏକ ଷ୍ଟ୍ରାଟେଜି ବୋଲି କୁହାଯାଉଛି।

ଅନ୍ୟପଟେ ବିଶ୍ଳେଷକମାନେ ଚେତାବନୀ ଦେଇଛନ୍ତି ଯେ ଆପଲ୍ ଡିଭାଇସଗୁଡ଼ିକର ମୁଖ୍ୟ ଉତ୍ପାଦନ କେନ୍ଦ୍ର ଚାଇନାରେ ହୋଇଥିବାରୁ ଏଠାରୁ କମ୍ପାନୀ ଉତ୍ପାଦଗୁଡିକୁ ଆମେରିକାକୁ ଆଣିବାରେ ବଡ଼ ଟାରିଫ(୧୨୫%)ର ସମ୍ମୁଖୀନ ହୋଇପାରେ। ଯାହା ଭାରତରୁ ଆମଦାନୀ ଉପରେ ୨୬% ଶୁଳ୍କଠାରୁ ଏହି ସଂଖ୍ୟା ବହୁତ ଅଧିକ। କିନ୍ତୁ ଟ୍ରମ୍ପ ଗତ ସପ୍ତାହରେ ଚାଇନାକୁ ବାଦ ଦେଇ କେତେକ ଦେଶ ଉପରେ ନୂତନ କର ଲାଗୁ ଯୋଜନାକୁ ୯୦-ଦିନ ସ୍ଥଗିତ ରଖିଛନ୍ତି।

ତେବେ ୬୦୦ ଟନ୍ ଆଇଫୋନ୍ ନେବା ଲାଗି ତାମିଲନାଡୁର ଚେନ୍ନାଇ ବିମାନବନ୍ଦରରେ କଷ୍ଟମ କ୍ଲିୟର ପାଇଁ ଆବଶ୍ୟକ ସମୟକୁ ୩୦ ଘଣ୍ଟାରୁ କମ କରି ଛଅ ଘଣ୍ଟା କରିବାକୁ କମ୍ପାନୀ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଲବି କରିଥିବା ଜଣାପଡିଛି।

ଏଥିପାଇଁ ଭାରତୀୟ ଉତ୍ପାଦନ କେନ୍ଦ୍ରରୁ ବିମାନବନ୍ଦରରେ ମଧ୍ୟରେ ତଥାକଥିତ “ଗ୍ରୀନ୍ କରିଡର” ବ୍ୟବସ୍ଥା ଚାଇନାର କିଛି ବିମାନବନ୍ଦରରେ ଆପଲ୍ ବ୍ୟବହାର କରୁଥିବା ଏକ ମଡେଲକୁ ଅନୁକରଣ କରିଥିବା ରିଉଟର୍ସ ସୂତ୍ର ରିପୋର୍ଟ କରିଛି।

ଫଳରେ ମାର୍ଚ୍ଚ ଶେଷ ସୁଦ୍ଧା ୧୦୦ ଟନ୍ କ୍ଷମତା ବିଶିଷ୍ଟ ପ୍ରାୟ ଛଅଟି କାର୍ଗୋ ସାହାଯ୍ୟରେ କମ୍ପାନୀ ଏହି ସମସ୍ତ ମୋବାଇଲ ନେବାରେ ସଫଳ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଗୋଟିଏ ଚଳିତ ସପ୍ତାହରେ ନୂତନ ଶୁଳ୍କ ଲାଗୁ ହେବା ପରେ ଯାଇଥିବା ଜଣେ ଭାରତୀୟ ସରକାରୀ ଅଧିକାରୀ କହିଛନ୍ତି।

ଏକ iPhone 14 ଏବଂ ଏହାର ଚାର୍ଜିଂ କେବୁଲର ପ୍ୟାକେଜ୍ ଓଜନ ପ୍ରାୟ ୩୫୦ ଗ୍ରାମ ହେବ। ଅର୍ଥାତ କମ୍ପାନୀ ୬୦୦ ଟନ୍ ମୋଟ କାର୍ଗୋରେ ପ୍ରାୟ ୧.୫ ନିୟୁତ iPhones ଭାରତରୁ ଆମେରିକା ନେଇଥିବା ରିପୋର୍ଟ କରାଯାଇଛି। ଏହି ଖବର ଉପରେ ଆପଲ୍ ଏବଂ ଭାରତର ବିମାନ ଚଳାଚଳ ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ସମସ୍ତ ସୂତ୍ର ଗୁପ୍ତ ରଖିବାକୁ ଚାହୁଁଥିଲେ କାରଣ ଏହି ରଣନୀତି ଏବଂ ଆଲୋଚନା ବ୍ୟକ୍ତିଗତ ଥିଲା।

ଆପଲ୍ ପ୍ରତିବର୍ଷ ବିଶ୍ୱରେ ୨୨୦ ନିୟୁତରୁ ଅଧିକ ଆଇଫୋନ୍ ବିକ୍ରି କରେ, କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଆକଳନ ଅନୁଯାୟୀ ଆମେରିକାକୁ ମୋଟ ଆଇଫୋନ୍ ଆମଦାନିର ଏକ ପଞ୍ଚମାଂଶ ବର୍ତ୍ତମାନ ଭାରତରୁ ଏବଂ ବାକି ଚାଇନାରୁ ଆସୁଛି।

ଟ୍ରମ୍ପ୍ ଚାଇନା ଉପରେ ଆମେରିକାର ଶୁଳ୍କ ଲଗାତାର ବୃଦ୍ଧି କରିଥିଲେ, ଯାହା ବୁଧବାର ସୁଦ୍ଧା ୧୪୫% ହୋଇଛି, ଯାହା ପୂର୍ବରୁ ୫୪% ଥିଲା। ତେବେ ୫୪% ଶୁଳ୍କ ହାରରେ, ଯୁକ୍ତରାଷ୍ଟ୍ରରେ ଟପ୍-ବ୍ରାଣ୍ଡ iPhone 16 Pro Max ର ମୂଲ୍ୟ $୧,୫୯୯ ରୁ $୨,୩୦୦ କୁ ବୃଦ୍ଧି ପାଇଥାନ୍ତା।

ଛୁଟିଦିନରେ କାର୍ଯ୍ୟ କରିଥିଲେ କର୍ମଚାରୀ

ଭାରତରେ, ଆପଲ୍ ଆଇଫୋନ୍ ପ୍ଲାଣ୍ଟରେ ସାଧାରଣ ଉତ୍ପାଦନରେ ୨୦% ବୃଦ୍ଧିର ଲକ୍ଷ୍ୟ ପୂରଣ କରିବା ପାଇଁ ବିମାନ ପରିବହନକୁ ବୃଦ୍ଧି କରିଥିଲା, ଯାହା ଅଧିକ କର୍ମଚାରୀ ସାମିଲ କରି ହାସଲ କରାଯାଇଥିଲା ଏବଂ ସର୍ବବୃହତ ଫକ୍ସକନ୍ ଇଣ୍ଡିଆ କାରଖାନାରେ ଅସ୍ଥାୟୀ ଭାବରେ ରବିବାର ପର୍ଯ୍ୟନ୍ତ କାର୍ଯ୍ୟ ବୃଦ୍ଧି କରାଯାଇଥିବା ସୂତ୍ରରୁ ଜଣାପଡିଛି।

ଅନ୍ୟ ଦୁଇଟି ପ୍ରତ୍ୟକ୍ଷ ସୂତ୍ର ନିଶ୍ଚିତ କରିଛି ଯେ ଚେନ୍ନାଇରେ ଫକ୍ସକନ୍ ପ୍ଲାଣ୍ଟ ଏବେ ରବିବାର ଦିନ ଚାଲୁଛି, ଯାହା ସାଧାରଣତଃ ଛୁଟିଦିନ ଅଟେ। ଗତ ବର୍ଷ ଏହି ପ୍ଲାଣ୍ଟରୁ ୨୦ ନିୟୁତ ଆଇଫୋନ୍ ବାହାରିଥିଲା, ଯେଉଁଥିରେ ନୂତନତମ ଆଇଫୋନ୍ ୧୫ ଏବଂ ୧୬ ମଡେଲ୍ ମଧ୍ୟ ସାମିଲ ଥିଲା।

ଆପଲ୍ ଚାଇନା ବାହାରେ ଏହାର ଉତ୍ପାଦନକୁ ବିବିଧ କରୁଥିବାରୁ, ଏହା ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ବାଛିଛି। ଭାରତରେ ଏହାର ଦୁଇ ମୁଖ୍ୟ ଯୋଗାଣକାରୀ ଫକ୍ସକନ୍ ଏବଂ ଟାଟା’ର ମୋଟ ତିନୋଟି କାରଖାନା ଅଛି, ଯେତେବେଳେ କି ଆଉ ଦୁଇଟି ନିର୍ମାଣ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଛାତ୍ର ସଂସଦ ନିର୍ବାଚନ: ନୋମିନେଶନ ଜାରି

ଭୁବନେଶ୍ୱର,୯ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି…

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?