Posted inଜାତୀୟ

ସ୍ବର୍ଣ୍ଣମନ୍ଦିରରେ ଯୋଗ କରି କ୍ଷମା ପ୍ରାର୍ଥନା

ଅମୃତସର,୨୪ା୬:ଜୁନ୍‌ ୨୧ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବାବେଳେ ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିରରେ ଜଣେ ଯୁବତୀ ଯୋଗାଭ୍ୟାସ କରି ଅଡ଼ୁଆରେ ଫସିଛନ୍ତି। ଇନ୍‌ଫ୍ଲ୍ୟୁଏନ୍ସର ଅର୍ଚ୍ଚନା ମକ୍‌ଓ୍ବାନା ଯୋଗ କରୁଥିବାବେଳର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଏହାକୁ ନେଇ ଶିଖ୍‌ ସମ୍ପ୍ରଦାୟ ବିରୋଧ କରିଛି। ଏପରି କି ବିବାଦ ବଢ଼ିବାରୁ ଅର୍ଚ୍ଚନା ଏଥିପାଇଁ ଶିଖ୍‌ ସମୁଦାୟ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଯଦି ଶିଖ୍‌ମାନଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଛନ୍ତି ତେବେ ସେମାନଙ୍କ ନିକଟରେ କ୍ଷମାପ୍ରାର୍ଥୀ ବୋଲି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ସବୁ ଧର୍ମ ଆମକୁ କ୍ଷମା କରିବାକୁ ଶିଖାଏ, ଦୁର୍ବ୍ୟବହାର କରିବାକୁ ନୁହେଁ ବୋଲି ଅର୍ଚ୍ଚନା ଉକ୍ତ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତେବେ ସ୍ବର୍ଣ୍ଣମନ୍ଦିରର ପବିତ୍ରତାକୁ ନଷ୍ଟ କରିଥିବା ଅଭିଯୋଗରେ ଅର୍ଚ୍ଚନାଙ୍କ ବିରୋଧରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ପକ୍ଷରୁ ମାମଲା ରୁଜୁ କରାଯାଇଛି।
ସୋସିଆଲ ମିଡିଆରେ ଶେୟାର କରିଥିବା ଭିଡିଓରେ ଅର୍ଚ୍ଚନା କହିଛନ୍ତି, ଜୁନ୍‌ ୧୯ରେ ସେ ଦିଲ୍ଲୀ ଯାଇଥିଲେ। ସେଠାରେ ତାଙ୍କୁ ଯୋଗ ଉପରେ ପୁରସ୍କୃତ କରାଯାଇଥିଲା। ୨୧ତାରିଖରେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ଅବସରରେ ସେ ଅମୃତସର ସ୍ବର୍ଣ୍ଣମନ୍ଦିରକୁ ଯାଇଥିଲେ। ସେଠାରେ ସେ ତାଙ୍କ ପ୍ରିୟ ଶୀର୍ଷାସନ କରିଥିଲେ। କାହାର ଧର୍ମୀୟ ଭାବାବେଗକୁ କୁଠାରାଘାତ କରିବା ତାଙ୍କ ଉଦ୍ଦେଶ୍ୟ ନ ଥିଲା।

କିନ୍ତୁ ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ସେ କେତେଜଣ ବ୍ୟକ୍ତିଙ୍କ ଟାର୍ଗେଟକୁ ଆସିଯାଇଥିଲେ। ତାଙ୍କୁ ଫୋନ୍‌ କଲ୍‌ କରି ଦୁର୍ବ୍ୟବହାର କରାଯାଉଛି। ଏପରି କି ଖରାପ ଭାଷାରେ ଗାଳିଗୁଲଜ ସହ ହତ୍ୟା ଧମକ ମଧ୍ୟ ଦିଆଯାଉଛି। ତେବେ ସେ ଏଭଳି ଭୁଲ୍‌ର ପୁନରାବୃତ୍ତି କରିବେ ନାହିଁ କହି ଶିଖ୍‌ ସମ୍ପ୍ରଦାୟକୁ କ୍ଷମା ମାଗିଛନ୍ତି। ଏସ୍‌ଜିପିସି ଅଧ୍ୟକ୍ଷ ତଥା ଆଇନଜୀବୀ ହରଜିନ୍ଦର ସିଂ ଧାମି କହିଛନ୍ତି, ସ୍ବର୍ଣ୍ଣମନ୍ଦିରର ପବିତ୍ରତାକୁ କେତେଜଣ ବ୍ୟକ୍ତି ଜାଣିଶୁଣି ଅଣଦେଖା କରି ଘୃଣ୍ୟ କାର୍ଯ୍ୟ କରୁଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଏସ୍‌ଜିପିସି ନିଜ ୩ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି। ସେମାନଙ୍କୁ ୫,୦୦୦ ଟଙ୍କା ଲେଖାଏ ଜରିମାନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri