ସିଏଚ୍‌ଆଇ ସହ ଏପିବିର ସହଭାଗିତା

ଭୁବନେଶ୍ୱର,୨୩।୬: ଏୟାରଟେଲ୍‌ ପେମେଣ୍ଟସ ବ୍ୟାଙ୍କ (ଏପିବି) ଏବଂ କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ (ସିଏଚ୍‌ଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସହ କର୍ପୋରେଟ୍‌ ଏଜେନ୍ସି ଚୁକ୍ତି ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଗ୍ରାହକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ପ୍ରଦାନ ଲାଗି ଏକ ସହଜ ପହଞ୍ଚ ଦିଗରେ ଏପିବି ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛି। ଉପରୋକ୍ତ ଚୁକ୍ତି ଅନୁଯାୟୀ ଏପିବି ତା’ର ଗ୍ରାହକଙ୍କୁ ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍‌ର ବ୍ୟାଙ୍କିଙ୍ଗ୍‌ ସେକ୍ସନ ମାଧ୍ୟମରେ ବିସ୍ତୃତ ଓ କଷ୍ଟମାଇଜ୍‌ଡ ସ୍ବାସ୍ଥ୍ୟ ବୀମା ଉତ୍ପାଦ-ଗ୍ରୁପ୍‌ କେୟାର ୩୬୦ଂ ସହିତ ସିଏଚ୍‌ଆଇର ଉପତ୍ାଦଗୁଡିକୁ ପ୍ରଦାନ କରିବାକୁ ସକ୍ଷମ ହେବ। ଏହି ଉତ୍ପାଦ ସହିତ ଏପିବିର ଗ୍ରାହକ ସମଗ୍ର ପରିବାର ପାଇଁ ୫୦,୦୦୦ଟଙ୍କାରୁ ଆରମ୍ଭ କରି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ବିସ୍ତୃତ ଶୃଙ୍ଖଳାର ବୀମାଭୁକ୍ତ ବିକଳ୍ପ ସହିତ ବ୍ୟାପକ କଭରେଜ ପାଇପାରିବେ।
ଏ ସମ୍ପର୍କରେ ଏୟାରଟେଲ୍‌ ପେମେଣ୍ଟସ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ ଗଣେଷ ଅନନ୍ତ ନାରାୟଣନ୍‌ କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ଏକାଧିକ ବିକଳ୍ପ ପ୍ରଦାନ କରିବା ଲାଗି କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସ ସହ ସହଭାଗିତା ସମ୍ପର୍କରେ ଆଲୋଚନା କରି ଆନନ୍ଦିତ। ଏହା ଆମକୁ ଆମର ବିସ୍ତୃତ ବିତରଣ ନେଟ୍‌ୱର୍କ ଓ ଡିଜିଟାଲ ପହଞ୍ଚ ମାଧ୍ୟମରେ ଲକ୍ଷ ଲକ୍ଷ ବୀମାଭୁକ୍ତ ଓ ଅଣବୀମାଭୁକ୍ତ ଭାରତୀୟଙ୍କୁ ସ୍ବାସ୍ଥ୍ୟ ବୀମାର ଲାଭ ପ୍ରଦାନ କରିବାକୁ ସକ୍ଷମ କରିବ। ସେହିଭଳି କେୟାର ହେଲ୍‌ଥ ଇନ୍‌ସ୍ୟୁରାନ୍ସର ବିତରଣ ବିଭାଗ ମୁଖ୍ୟ ଅଜୟ ଶାହ କହିଛନ୍ତି, ଆମେ ଏହି ସହଭାଗିତା ଦ୍ୱାରା ଅତ୍ୟଧିକ ଆନନ୍ଦିତ, ଯାହା ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କର ବ୍ୟାପକ ଓ ବିବିଧ ଗ୍ରାହକ ଆଧାରକୁ ଆମର କଷ୍ଟମାଇଜ୍‌ଡ ଓ ବିସ୍ତୃତ ସ୍ବାସ୍ଥ୍ୟସେବା ସମାଧାନ ଗ୍ରୁପ୍‌ କେୟାର ୩୬୦ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri