ବିକ୍ରି ହେଉନି ଆପାର୍ଟମେଣ୍ଟ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଗତ ୧ ବର୍ଷ ହେବ ଆପାର୍ଟମେଣ୍ଟ କିଣା ବିକା ଅଟକିଛି। କମନ ଏରିଆ ମାଲିକାନାକୁ ନେଇ ବଢ଼ିଚାଲିଛି ଝମେଲା। ଆସୋସିଏଶନ ପାଇଁ ରାଜ୍ୟରେ କୌଣସି ଆଇନ ନ ଥିବାରୁ ଘର ବୁକ୍‌ କଲେ ମଧ୍ୟ ନିଜ ନାମରେ ସେଲ୍‌ଡିଡ୍‌ ବା ମାଲିକାନ ସ୍ବତ୍ୱ ମିଳୁନାହିଁ, ଯାହାକୁ ନେଇ ଦୀର୍ଘଦିନ ଧରି ଘରଖଣ୍ଡେ ପାଇଁ ସବୁ ଅର୍ଥ ଜମା କରିଥିବା ଲୋକମାନେ ଚିନ୍ତାରେ ପଡ଼ିଛନ୍ତି। ବିକ୍ରି ଅଟକି ଥିବାରୁ ଆପାର୍ଟମେଣ୍ଟ ନିର୍ମାଣ କରିଥିବା ବିଲ୍‌ଡର ମଧ୍ୟ ଋଣ ଭାରରେ ବୁଡ଼ିଲେଣି। ଖାଲି ସେତିକି ନୁହେଁ, ସରକାରୀ ଉଦାସୀନତା ଯୋଗୁ ବର୍ଷକରେ ରାଜକୋଷକୁ ଆସିବାକୁ ଥିବା ପ୍ରାୟ ୧୨୦୦ କୋଟି ଟଙ୍କା ରାଜସ୍ବ ଝୁଲି ରହିଛି। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପ୍ରାୟ ୧୫ରୁ ୨୦ ହଜାର ଆପାର୍ଟମେଣ୍ଟ ବିକ୍ରି ହୋଇପାରୁ ନାହିଁ। ସେଥିରୁ ୫ରୁ ୬ ହଜାର ଆପାର୍ଟମେଣ୍ଟ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି(ରେରା) ଆଇନ ଜାଲରେ ଛନ୍ଦିହୋଇ ରହିଛି। ରେରା ଆଇନ-୨୦୧୬ର ସେକ୍ସନ-୧୭ ଅନୁଯାୟୀ ଘର ସହିତ କମନ ଏରିଆ ଆପାର୍ଟମେଣ୍ଟ ଓନର୍ସ ଆସୋସିଏଶନ ନାମରେ ରେଜିଷ୍ଟ୍ରେଶନ କରିବା ବାଧ୍ୟତାମୂଳକ। ଆସୋସିଏଶନ ନ ଥିଲେ ସବୁ ଟଙ୍କା ଦେଇଥିଲେ ମଧ୍ୟ ଘର ବୁକିଂ କରିଥିବା ବ୍ୟକ୍ତିଙ୍କ ନାମରେ ଆପାର୍ଟମେଣ୍ଟ ପଞ୍ଜୀକରଣ କରାଯାଇ ପାରିବ ନାହିଁ। ରାଜ୍ୟରେ ୨୦୧୭ରେ ଓରେରା ଗଠନ କରାଯାଇଥିଲେ ମଧ୍ୟ ରେରା ଆଇନକୁ ଠିକ୍‌ ଭାବେ କାର୍ଯ୍ୟକାରୀ ନ କରି ଆପାର୍ଟମେଣ୍ଟ ପଞ୍ଜୀକରଣ ଚାଲିଥିଲା। ଏହା ବିରୋଧରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୨୦୨୨ ମେ’୧୨ ତାରିଖରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ବନ୍ଦ ରହିଛି। ରେରା ଆଇନ ଅନୁଯାୟୀ ପଞ୍ଜୀକରଣ କରିବାକୁ ହାଇକୋର୍ଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆପାର୍ଟମେଣ୍ଟ ଓନର୍ସ ଆସୋସିଏଶନ ଗଠନ ପାଇଁ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍‌-୨୦୨୩ ଗତ ବିଧାନସଭା ଅଧିବେଶନର ଅନୁମୋଦନ ପାଇଁ ଉପସ୍ଥାପନ କରିଥିଲେ। ବିଲ୍‌ ପାସ୍‌ ହୋଇଥିଲେ ରେଜିଷ୍ଟ୍ରେଶନ ପାଇଁ ବାଟ ଫିଟିିଥାଆନ୍ତା । ମାତ୍ର ଏହି ବିଲ୍‌କୁ ସରକାର ବିନା ଆଲୋଚନାରେ ପ୍ରତ୍ୟାହାର କରି ନେଇଛନ୍ତି। ସରକାର ଅଧ୍ୟାଦେଶ(ଅର୍ଡିନାନ୍ସ) ଆଣି ଏହି ବିଲ୍‌କୁ କାର୍ଯ୍ୟକାରୀ କରିବେ କି ଆସନ୍ତା ଅଧିବେଶନରେ ବିଲ୍‌କୁ ଅନୁମୋଦନ ପାଇଁ ଅପେକ୍ଷା କରିବେ ତାହା ଏବେ ବି ଅସ୍ପଷ୍ଟ ରହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ବିଲ୍‌ରେ କିଛି ତ୍ରୁଟି ରହିଛି। ସେସବୁର ସଂଶୋଧନ ପରେ ବିଧାନସଭାରେ ଉପସ୍ଥାପନ କରାଯିବ।
କ୍ରେଡାଇ ଚେୟାରମ୍ୟାନ ଡି.ଏସ୍‌. ତ୍ରିପାଠୀ କହିଛନ୍ତି,ବର୍ଷେ ହେବ ଆପାର୍ଟମେଣ୍ଟ ବିକ୍ରି ହୋଇପାରୁ ନାହିଁ। ଉଭୟ କ୍ରେତା ଓ ବିକ୍ରେତା ଚାପରେ ଅଛନ୍ତି। ବିଲ୍‌ ପାସ୍‌ ହେଲା ନାହିଁ। ସରକାର ଅର୍ଡିନାନ୍ସ ମାଧ୍ୟମରେ ବିଲ୍‌କୁ କାର୍ଯ୍ୟକାରୀ କରିବେ ବୋଲି ଶୁଣାଯାଉଥିଲା। ଏ ପର୍ଯ୍ୟନ୍ତ କିଛି ହୋଇ ନାହିଁ। ବିଲ୍‌ରେ କିଛି ସମସ୍ୟା ରହିଛି। କମନ ଏରିଆ ରେଜିଷ୍ଟ୍ରେଶନ ହେବା ପରେ ବୁକିଂ କରିଥିବା ଲୋକମାନଙ୍କର ରେଜିଷ୍ଟ୍ରେଶନ ହେବ। ରେରା ଆଇନ ଅନୁଯାୟୀ ପ୍ରକଳ୍ପର ୫୦ ପ୍ରତିଶତ ବୁକିଂ ନ ହେଲେ ଆସୋସିଏଶନ ଗଠନ କରାଯାଇପାରିବ ନାହିଁ। ଆସୋସିଏଶନ ଏକ ନନ୍‌ପ୍ରଫିଟେବଲ ସଂସ୍ଥା ହୋଇଥିବାରୁ କମନ ଏରିଆ ରେଜିଷ୍ଟ୍ରେଶନ ଫି’ ଛାଡ଼ କରିବାକୁ ଆମେ ଦାବି କରିଛୁ। ଏହାଛଡ଼ା ୨୦୧୭ ପୂର୍ବରୁ ଯେଉଁ ଆସୋସିଏଶନ ଅଛି ସେ ସବୁକୁ ଏହି ନୂଆ ରୁଲ୍‌ରୁ ଅଲଗା ରଖିବାକୁ ଦାବି କରାଯାଇଛି। ନୂଆ ରୁଲ୍‌ ଆସିବା ବିଳମ୍ବ ହେବା ଦ୍ୱାରା ବିଲ୍‌ଡରଙ୍କୁ ବକେୟା ଅର୍ଥ ମିଳିପାରୁ ନାହିଁ। ଏସବୁକୁ ଦୃଷ୍ଟିରେ ରଖି ବିଲ୍‌ଡର ଆସୋସିଏଶନ ପକ୍ଷରୁ ଯେଉଁ ଦାବି କରାଯାଇଛି ତାହାକୁ ସରକାର ଗ୍ରହଣ କରି ବିଲ୍‌ ଆଣିବା ଦରକାର, ଯଦ୍ଦ୍ବାରା ଉଭୟ ବିଲ୍‌ଡର ଓ ଘର ବୁକିଂ କରିଥିବା ଲେକମାନେ ଆର୍ଥିକ ବୋଝରୁ ମୁକ୍ତି ପାଇବେ ଓ ପଞ୍ଜୀକରଣ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିବ।
ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ଚେୟାରମ୍ୟାନ ସିଦ୍ଧାନ୍ତ ଦାସ କହିଛନ୍ତି, ଯେ ପର୍ଯ୍ୟନ୍ତ ନୂଆ ରୁଲ୍‌ ଆସି ନାହିଁ ସେ ପର୍ଯ୍ୟନ୍ତ ରେଜିଷ୍ଟ୍ରେଶନ ହୋଇପାରିବ ନାହିଁ। ହାଇକୋର୍ଟ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ନୂଆ ରୁଲ୍‌ ଆସିବା ପରେ ପଞ୍ଜୀକରଣ ଆରମ୍ଭ ହେବ। ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ଆପାର୍ଟମେଣ୍ଟ ବୁକ୍‌ କରିଥିବା ଶୈଳେନ୍ଦ୍ର ନାୟକ କହିଛନ୍ତି, ଘର ପାଇଁ ଋଣ କରି ସବୁ ଟଙ୍କା ଜମା କରି ଦେଇଛି। ଏ ପର୍ଯ୍ୟନ୍ତ ଘର ମିଳିପାରୁ ନାହିଁ। ଘରଭଡ଼ା ଦେବା ସହ ଆପାର୍ଟମେଣ୍ଟ ବୁକିଂ ପାଇଁ ମାସିକ କିସ୍ତି ଦେବାକୁ ପଡୁଛି । ସରକାର ତୁରନ୍ତ ନୂଆ ରୁଲ୍‌ କାର୍ଯ୍ୟକାରୀ କରନ୍ତୁ। ନଚେତ୍‌ ପଞ୍ଜୀକରଣ ପାଇଁ ଅନୁମତି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri