ରେରା ନିୟମ ଉଲ୍ଲଂଘନ କରି ଆପାର୍ଟମେଣ୍ଟ

ରାୟଗଡ଼ା ଅଫିସ,୨୧ା୧୧:ରାୟଗଡ଼ା ସହରରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଗୃହ ନିର୍ମାଣ ପାଇଁ ସ୍ଥାନର ଅଭାବ ଦେଖାଦେଇଛି। ଫଳରେ ସହରରେ ଆପାର୍ଟମେଣ୍ଟର ଚାହିଦା ବଢ଼ୁଛି। ୫ ବର୍ଷ ମଧ୍ୟରେ ରାୟଗଡ଼ା ସହରରେ ୩୦ରୁ ଊର୍ଦ୍ଧ୍ୱ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି। ଏଥିସହ ଏବେ ସହର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଆପାର୍ଟମେଣ୍ଟ ନିର୍ମାଣ ଚାଲିଛି। ତେବେ ଅଧିକାଂଶ ସ୍ଥାନରେ ସରକାରୀ ନିୟମ ଉଲ୍ଲଂଘନ ସହ ଆପାର୍ଟମେଣ୍ଟର ସୁରକ୍ଷାକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି। ସହରରେ ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟରୁ ଗୋଟିଏରେ ମଧ୍ୟ ରିୟଲ ଇଷ୍ଟେଟ୍‌ ରେଗୁଲେଟରି ଅଥରିଟି(ରେରା) ଆଇନ ପାଳନ କରାଯାଉ ନ ଥିବା ଦୃଷ୍ଟିକୁ ଆସିଛି। ଆପାର୍ଟମେଣ୍ଟରେ ଫ୍ଲାଟ୍‌ କିଣିଥିବା ବ୍ୟକ୍ତି ଭବିଷ୍ୟତରେ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ପରିତାପର ବିଷୟ ହେଲା ରେରା ନିୟମ ଅନୁଯାୟୀ ଆପାର୍ଟମେଣ୍ଟଗୁଡ଼ିକ ନିର୍ମାଣ ହୋଇଛି କି ନାହିଁ ସେ ବିଷୟରେ ରାୟଗଡ଼ା ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ସୂଚନା ନାହିଁ।
ରେରା ନିୟମକୁ ଉଲ୍ଲଂଘନ କରି ଅନେକ ଆପାର୍ଟମେଣ୍ଟ ସହର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ନିର୍ମାଣ କରାଯାଇଛି। ଏଭଳିକି ସମ୍ବେଦନଶୀଳ ସ୍ଥାନରେ ଗୃହ ନିର୍ମାଣ ପୂର୍ବରୁ ସୁରକ୍ଷା ପ୍ରତି କୌଣସି ପଦକ୍ଷେପ ନିଆଯାଉ ନ ଥିବା ଜଣାପଡ଼ିଛି। ପୋଲିସ ଏବଂ ସିଆରପିଏଫ୍‌ ରହୁଥିବା ଅଞ୍ଚଳରେ ସ୍ବତନ୍ତ୍ର ନିୟମର ଆବଶ୍ୟକତା ରହିଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଛି। ବିନା ଅନୁମତିରେ ଆପାର୍ଟମେଣ୍ଟଗୁଡ଼ିକରେ ଗଭୀର ନଳକୂପ(ବୋରଓ୍ବେଲ୍‌) ଖନନ କରାଯାଇଛି। ଗୃହ ନିର୍ମାଣରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ନ କରି ବୋରଓ୍ବେଲ ଖନନ ଯୋଗୁ ଗତ ୫ ବର୍ଷ ମଧ୍ୟରେ ସହରର ଜଳସ୍ତର ୧.୯୪ ମିଟର ତଳକୁ ଖସିଥିବା ଭୂତଳ ଜଳ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରେରା ନିୟମ ୨୦୧୭ ଅନୁଯାୟୀ, ଆପାର୍ଟମେଣ୍ଟ ନିର୍ମାଣ ନିମନ୍ତେ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏହା ଅନୁଯାୟୀ ପୌର ପରିଷଦର ଅନୁମତି ଜରୁରୀ। ହେଲେ ରାୟଗଡ଼ାରେ ଅନୁମତି ପ୍ରଦାନ ପୂର୍ବରୁ ନିୟମ ଉଲ୍ଲଂଘନ କରାଯାଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଏମିତିକି ଆପାର୍ଟମେଣ୍ଟ ଗୁଡ଼ିକରେ ଜଳ ଯୋଗାଣ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ଠିକ୍‌ ନ ଥିବା ଅଭିଯୋଗ ହେଉଛି। ତେବେ ଆପାର୍ଟମେଣ୍ଟ ନିର୍ମାଣରେ ରେରା ନିୟମ ପାଳନ ଏବଂ ପୌର ପରିଷଦର ଅନୁମତି ନେଇ ରାୟଗଡ଼ା ପୌର ନିର୍ବାହୀ ଅଧିକାରୀ ୟାଶିର୍‌ ବିଲାଲ ଅହମ୍ମଦଙ୍କୁ ପଚାରିବାରୁ ସେ କହିଛନ୍ତି, ଜୁନ୍‌-ଜୁଲାଇରେ ତାଙ୍କୁ ଆପାର୍ଟମେଣ୍ଟଗୁଡ଼ିକର ସମସ୍ତ ଅନୁମତି ନଥିପତ୍ର ଏବଂ ଦସ୍ତାବିଜ ହସ୍ତାନ୍ତର କରାଯାଇଛି। ତେଣୁ କେଉଁ ଆପାର୍ଟମେଣ୍ଟ ନିୟମରେ ହୋଇଛି ଏବଂ କେଉଁମାନେ ନିୟମ ଉଲ୍ଲଂଘନ କରିଛନ୍ତି ସେ ବିଷୟରେ ଜାଣି ନ ଥିବା ସେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସମସ୍ତ ନଥିପତ୍ର ଯାଞ୍ଚ ସହ କ୍ଷେତ୍ର ପରିଦର୍ଶନ କରିବେ। ବିନା ଅନୁମତିରେ କିମ୍ବା ରେରା ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri